ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଅନ୍‌ଲାଇନ୍‌ ଠକ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସେକେଣ୍ଡ୍‌ ହ୍ୟାଣ୍ଡ୍‌ ହେଲେ ମଧ୍ୟ କମ୍‌ ଦାମ୍‌ରେ ଏକ ନମ୍ବର କ୍ୱାଲିଟିର ଜିନିଷ ମିଳିବ। ଟଙ୍କା ଦେଲେ ସହଜରେ ଘରେ ପହଞ୍ଚତ୍ବ ସାମଗ୍ରୀ। ଟ୍ରାନ୍ସପୋର୍ଟେଶନ ମାଗଣା। ଭୁବନେଶ୍ୱର, କଟକ ସହ ରାଜ୍ୟର ଯେଉଁଠି କହିବେ ସେଠାରେ ଜିନିଷ ସୁରକ୍ଷିତ ଭାବେ ପହଞ୍ଚତ୍ବ। ଏଥିପାଇଁ ପ୍ରଥମେ ୨ ହଜାର ଟଙ୍କା ଦେଇ ବୁକିଂ କରିବାକୁ ପଡିବ। ଜିନିଷ ବାଛିବା ପରେ ଅବଶିଷ୍ଟ ଟଙ୍କା ଅନ୍‌ଲାଇନ୍‌ରେ ପଠାଇବାକୁ ହେବ। ବିଶ୍ୱାସ ଜନ୍ମାଇବା ଭଳି ଏଭଳି ବିଭିନ୍ନ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଅନ୍‌ଲାଇନ ଠକ। ବିମାନବନ୍ଦରରେ ଚାକିରି କରିଥିବା ଫେସ୍‌ବୁକ ପେଜ୍‌ରେ ଉଲ୍ଲେଖ କରିବା ସହ ଏସବୁ ଜିନିଷ ବିକ୍ରି କରିବା ଲାଗି ଲମ୍ବା ତାଲିକା ପୋଷ୍ଟ କରୁଛନ୍ତି। ଏସି ୧.୫ ଟନ୍‌ ଫାଇଭ୍‌ ଷ୍ଟାର୍‌ ୧୧ ହଜାର, ସୋଫା ସେଟ୍‌ ୧୦ ହଜାର, ଡବଲ ବେଡ୍‌ ୮ ହଜାର, ଡବଲ ଡୋର ଫ୍ରିଜ୍‌ ୭ ହଜାର, ୱାଶିଂ ମେଶିନ ୬ ହଜାର, ଏଲଇଡି ଟିଭି ୬ ହଜାର ଟଙ୍କା ଆଦିରେ ମିଳୁଥିବାରୁ ଲୋକେ ମଧ୍ୟ ଆକର୍ଷିତ ହୋଇ ଲୋଭରେ ପଡି ଦିଆଯାଉଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ କରୁଛନ୍ତି। ଏହାପରେ ଠକଙ୍କ କାର୍‌ନାମା ଆରମ୍ଭ ହେଉଛି। ଏଭଳି ଠକେଇ ଶିକାର ହୋଇଥିବା ଜଣେ ଯୁବକ କହିଛନ୍ତି, ଫେସବୁକ୍‌ ଖୋଲି ଦେଖୁଥିବାବେଳେ ସୁଶୀଲ କୁମାର ସାର୍‌ ନାମକ ଏକ ଆଇଡିରେ ସେକେଣ୍ଡ ହାଣ୍ଡ ଟିଭି, ଫ୍ରିଜ୍‌, ସୋଫା ସେଟ, ଡବଲ ବେଡ ଆଦି ୫ ମାସର ଜିନିଷ କମ୍‌ ଟଙ୍କାରେ ବିକ୍ରି ହେଉଥିବା ଜାଣିଲି। ତେଣୁ ଉକ୍ତ ଆଇଡିରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିଥିଲି। ବ୍ୟକ୍ତି ଜଣକ ହିନ୍ଦୀରେ କଥା ହେବା ସହ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଚାକିରି କରିଥିବା କହିଥିଲେ। ତେଣୁ ବିଶ୍ୱାସ ବଢିଯାଇଥିଲା। ଏନେଇ ଜିନିଷ ବାବଦକୁ ପଚାରିବାରୁ ସେ ପ୍ରଥମେ ୨ ହଜାର ଟଙ୍କା ଦେଇ ବୁକିଂ କରିବାକୁ ପଡିବ ବୋଲି କହିଥିଲେ। ହେଲେ ମୁଁ ୫୦୦ ଟଙ୍କା ଦେଇଥିଲି। ଏହାପରେ ଜିନିଷ ଦେଖିବାକୁ କହିବାରୁ ସେ ବିଭିନ୍ନ ପ୍ରକାର ବାହାନା କରିବା ସହ ବାକି ଟଙ୍କା ଦେବାକୁ କହିଥିଲେ। ତେଣୁ ଟଙ୍କା ଫେରାଇବାକୁ କହିବାରୁ ସିଧା ମନା କରିଦେଲେ। ଏନେଇ ଠକ ସଂସ୍ଥା କହିବାରୁ ନାନା ଧମକ ଦେଇ ବ୍ୟକ୍ତିଜଣକ ଫୋନ୍‌ କାଟି ଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri