Posted inଜାତୀୟ

ସତର୍କ ରହିବାକୁ ରାଜ୍ୟକୁ ପରାମର୍ଶ

ନୂଆଦିଲ୍ଲୀ,୮ା୪: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟ ହସ୍ପିଟାଲଗୁଡ଼ିକରେ ଆସନ୍ତା ସପ୍ତାହରେ ମକ୍‌ଡ୍ରିଲ୍‌ କରାଇବା ପାଇଁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏପ୍ରିଲ ୧୦ ଓ ୧୧ରେ ଏହି ମକ୍‌ଡ୍ରିଲ କରାଯିବ। ଏଥିସହ ଏପ୍ରିଲ ୮ ଓ ୯ରେ ଜିଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ଅଧିକାରୀମାନେ ପରିଚାଳନା ତଥା ପ୍ରସ୍ତୁତିର ସମୀକ୍ଷା କରିବେ। ଶୁକ୍ରବାର ଅନୁଷ୍ଠିତ ବୈଠକରେ ଭିଡିଓ କନ୍‌ଫରେନ୍ସ ଜରିଆରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବମାନଙ୍କ ସହ ଆଲୋଚନା ପରେ ମାଣ୍ଡବ୍ୟ ଏହି ପରାମର୍ଶ ଦେଇଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବାକୁ କୁହାଯାଇଛି। ସେହିପରି ଇନ୍‌ଫ୍ଲୁଏଞ୍ଜା-ଲାଇକ୍‌ ଇଲ୍‌ନେସ୍‌ (ଆଇଏଲ୍‌ଆଇ) ଏବଂ ସିଭିଅର୍‌ ଆକ୍ୟୁଟ୍‌ ରେସ୍‌ପିରେଟୋରି ଇନ୍‌ଫେକ୍ସନ୍‌ (ଏସ୍‌ଏଆର୍‌ଆଇ)ର ଟ୍ରେଣ୍ଡ୍‌କୁ ଅନୁଧ୍ୟାନ କରି ଏମର୍ଜେନ୍ସି ହଟ୍‌ସ୍ପଟ୍‌ଗୁଡ଼ିକୁ ଚିହ୍ନଟ ସକାଶେ ମାଣ୍ଡବ୍ୟ ଗୁରୁତ୍ୱାରୋପ କରିଛନ୍ତି। କେବଳ ଏତିକି ନୁହେଁ, ଟେଷ୍ଟିଂ, ଟିକାକରଣ, ହସ୍ପିଟାଲ ଭିତ୍ତିଭୂମିର ପ୍ରସ୍ତୁତି ସୁନିଶ୍ଚିତ କରିବା ପାଇଁ ମଧ୍ୟ ମାଣ୍ଡବ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଜେନୋମ୍‌ ସିକ୍ୱେନ୍ସିଂକୁ ତ୍ୱରାନ୍ବିତ କରି ପଜିଟିଭ୍‌ ସାମ୍ପୁଲଗୁଡ଼ିକୁ କ୍ରମାନ୍ବୟରେ ରଖିବା ଏବଂ କୋଭିଡ୍‌-ଉପଯୁକ୍ତ ବ୍ୟବହାର ଉପରେ ଜନସଚେତନତା ସୃଷ୍ଟି ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମହାମାରୀ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ବୟ ରଖିବାକୁ ସେ କହିଛନ୍ତି। ଏହି ଭର୍ଚୁଆଲ ବୈଠକରେ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ ଏନ୍‌.ରଙ୍ଗାସ୍ବାମୀଙ୍କ ସମେତ ଉତ୍ତରାଖଣ୍ଡର ଧନ ସିଂ ରାଓ୍ବତ୍‌, ଆସାମର କେଶବ ମହନ୍ତ, ଗୋଆର ବିଶ୍ୱଜିତ୍‌ ରାଣେ, ଝାଡ଼ଖଣ୍ଡର ବନ୍ନା ଗୁପ୍ତା, ମଧ୍ୟପ୍ରଦେଶର ପ୍ରଭୁରାମ ଚୌଧୁରୀ, ପଞ୍ଜାବର ବଲବୀର ସିଂ, ମଣିପୁରର ସପନ ରଞ୍ଜନ ସିଂ, ହରିୟାଣାର ଅନିଲ ଭିଜ୍‌, ତାମିଲନାଡୁର ଥିରୁ ମା ସୁବ୍ରମଣ୍ୟମ୍‌ ଏବଂ ତେଲଙ୍ଗାନାର ଥାନିରୁ ହରିଶ ରାଓ ପ୍ରମୁଖ ସ୍ବାସ୍ଥ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ବର୍ତ୍ତମାନ ଭାରିଆଣ୍ଟ୍‌ ଅଫ୍‌ ଇଣ୍ଟ୍ରେଷ୍ଟ (ଭିଓଆଇ), ଏକ୍ସବିବି.୧.୫ ଏବଂ ଅନ୍ୟ ୬ଟି ଭାରିଆଣ୍ଟ (ବିକ୍ୟୁ.୧, ବିଏ.୨.୭୫, ସିଏଚ୍‌.୧.୧, ଏକ୍ସବିବି, ଏକ୍ସବିଏଫ୍‌ ଏବଂ ଏକ୍ସବିବି.୧.୧୬) ଉପରେ ଅନୁଧ୍ୟାନ କରୁଥିବା ବିଷୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଉକ୍ତ ବୈଠକରେ ଅବଗତ କରାଯାଇଛି। ଓମିକ୍ରନ୍‌ ଏବଂ ଏହାର ସବ୍‌ଲିନିଏଜ୍‌ଗୁଡ଼ିକ ସବୁଠୁ ଘାତକ ଭାରିଆଣ୍ଟ। ଏକ୍ସବିବି.୧.୧୬ ଫେବୃୟାରୀରେ ୨୧.୬% ଥିବାବେଳେ ମାର୍ଚ୍ଚରେ ଏହା ୩୫.୮%କୁ ବୃଦ୍ଧି ପାଇଛି। ବୈଠକରେ ଆହୁରି କୁହାଯାଇଛି ଯେ, ୨୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ୧ ନିୟୁତ ଜନସଂଖ୍ୟାରେ ହାରାହାରି ଟେଷ୍ଟ ଜାତୀୟ ହାର ତୁଳନାରେ କମ୍‌ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri