ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ ଜିଲା ଶିଶୁ ସୁରକ୍ଷା ୟୁନିଟର ତତ୍ତ୍ୱାବଧାନରେ ସପୋର୍ଟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରହି ଆସୁଥିବା ତିନି ବର୍ଷର ଶିଶୁ ସ୍ବାଧୀନ (ଛଦ୍ମ ନାମ)ର ଥାଇଥାନ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାରେ କରାଯାଇଛି।

କିଶୋର ନ୍ୟାୟ ଅଧିନିୟମ ୨୦୧୫ ଓ ପୋଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ-୨୦୨୨ର ପ୍ରାବଧାନ ଅନୁଯାୟୀ, ଆମେରିକାର ନ୍ୟୁୟର୍କ ନିବାସୀ ସେନ୍‌ ରେମଣ୍ଡ, ସ୍ବାଧୀନକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତ। ସେନ୍‌ ରେମଣ୍ଡ ଦୁଇ ବର୍ଷ ତଳେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ ଏଜେନ୍ସିକୁ ଆବେଦନ କରିଥିଲେ। କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ ଏଜେନ୍ସିର ଅନୁମୋଦନ ପରେ ଅନଲାଇନରେ ସ୍ବାଧୀନକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଚୟନ କରିଥିଲେ। ଆମେରିକା ନିବାସୀ ଯୁବକ ସେନ ରେମଣ୍ଡ ନ୍ୟୁୟର୍କରେ ବୀମା କମ୍ପାନୀରେ କାମ କରନ୍ତି। ସେନ ରେମଣ୍ଡ ଜଣେ ଅବିବାହିତ ଯୁବକ ହେଲେ ପୋଷ୍ୟ ସନ୍ତାନ ଗ୍ରହଣ ମାଧ୍ୟମରେ ବାପା ହେବା ପାଇଁ ତାଙ୍କର ପ୍ରବଳ ଆଗ୍ରହ। ସ୍ବାଧୀନକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପୂର୍ବରୁ ସେନ୍‌ ରେମଣ୍ଡ ଆସାମରୁ ମଧ୍ୟ ଏକ ଦିବ୍ୟାଙ୍ଗ ପୁଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ଲାଳନ ପାଳନ କରୁଛନ୍ତି। ସ୍ବାଧୀନ ମଧ୍ୟ ଏକ ଦିବ୍ୟାଙ୍ଗ ଶିଶୁ। ପୂର୍ବରୁ ସ୍ବାଧୀନକୁ ଏକ ଓଡ଼ିଆ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ନିଜ ସାଙ୍ଗରେ ନେଇଥିଲେ ମାତ୍ର ଗୋଟେ ଦିନ ପରେ ସ୍ବାଧୀନକୁ ଦିବ୍ୟାଙ୍ଗ କହି ଶିଶୁ ସୁରକ୍ଷା ୟୁନିଟ୍‌କୁ ଫେରାଇ ଦେଇଥିଲେ। ହେଲେ ଆଜି ସମାଜ ସେବା ପ୍ରତି ଆଗ୍ରହୀ ଥିବା ଆମେରିକୀୟ ଯୁବକ ସେନ ରେମଣ୍ଡ ସ୍ବାଧୀନକୁ ଅତି ସ୍ନେହରେ କୋଳେଇ ନେଇଛନ୍ତି। ସେଥିପାଇଁ ଜିଲାପାଳ ତାଙ୍କର ପ୍ରସଂଶା କରିଛନ୍ତି। ସେନ୍‌ ରେମଣ୍ଡ ମଧ୍ୟ ଆମେରିକାରେ ସ୍ବାଧୀନର ଚିକିତ୍ସା କରାଇ ଭଲ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ଯୋଗ୍ୟ କି ତିନି ବର୍ଷ ତଳେ ଏକ ଶିଶୁ ବିକ୍ରି ଓ ବେଆଇନ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ ମାମଲାରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ବାରକୋଟ ଥାନାରେ ଏତଲା କ୍ରମେ ୩ ଜଣ ଦମ୍ପତିକୁ ଗିରଫ କରାଯାଇ ପୋଲିସ ପକ୍ଷରୁ କୋର୍ଟ ଚାଳନା କରାଯାଇଥିଲା ଓ ପରିତ୍ୟକ୍ତ ଶିଶୁକୁ ଉଦ୍ଧାର କରାଯାଇ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଅନୁଷ୍ଠାନିକ ସେବା ପ୍ରଦାନ କରାଯାଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର , ସୁରକ୍ଷା ଅଧିକାରୀ ଚିନ୍ମୟ ସାଇଁ ଓ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ପରିଚାଳକ ସଲମାନ ବେହେରାଙ୍କ ଉପସ୍ଥିତିରେ ସ୍ବାଧୀନକୁ ସେନ ରେମଣ୍ଡଙ୍କୁ ହସ୍ତାନ୍ତର କରାଯାଇ ସ୍ବାଧୀନର ଉଜ୍ଜଳ ଭବିଷ୍ୟତ କାମନା କରାଯାଇଛି। ପୋଷ୍ୟ ସନ୍ତାନ ଗ୍ରହଣ ପରେ ଆଇନ ଅନୁଯାୟୀ ଆନ୍ତର୍ଜାତିକ ସ୍ତରରେ ଇଣ୍ଡିଆନ ଡିପ୍ଲୋମ୍ୟାଟିକ୍‌ ମିଶନ ଶିଶୁର ସ୍ଥିତିର ସମୀକ୍ଷା ଦାୟିତ୍ୱରେ ରହିବେ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?