ଅସାଧୁ ମେଣ୍ଟରେ ଖଣି ଶ୍ରମିକ ନୟାନ୍ତ

ଯାଜପୁର ଅଫିସ,୫।୪: ଖଣି ପ୍ରଭାବିତ ଲୋକଙ୍କୁ ନିଯୁକ୍ତି ଦାବି କରି ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳରେ ଅଶାନ୍ତି ଦିନକୁ ଦିନ କୁହୁଳିବାରେ ଲାଗିଛି ା ବେଳ ଥାଉ ଥାଉ ଖଣି କର୍ତ୍ତୃପକ୍ଷ ତଥା ପ୍ରଶାସନ ନ ଚେଇଁଲେ ଭୟଙ୍କର ଅବସ୍ଥା ଏଠି ସୃଷ୍ଟି ହେବ ବୋଲି ମତ ପ୍ରକାଶ ପାଇଛି । ନ୍ୟାର୍ଯ୍ୟ ଅଧିକାର ନ ମିଳିଲେ ସର୍ବହରା ଖଣି ଶ୍ରମିକମାନେ ରାଜରାସ୍ତାରେ ବସିବେ ବୋଲି ସୁକିନ୍ଦା ଉପତ୍ୟକା ମାଇନ୍ସ ୱାର୍କସ୍‌ ୟୁନିୟନ ପକ୍ଷରୁ ଏଭଳି ଚରମ ଚେତାବନୀ ମିଳିଛି। ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମିଶି ପ୍ରଭାବଶାଳୀ ଖଣି ସଙ୍ଗଠନ ଏବଂ ଲୋଡିଂ ଠିକାଦାର ସ୍ଥାନୀୟ ଶ୍ରମିକମାନଙ୍କୁ ଶୋଷଣ ଓ ଅବହେଳା କରୁଥିବାବେଳେ ଏହି ୱାର୍କସ୍‌ ୟୁନିୟନର ଆବିର୍ଭାବ ଖଣି ପ୍ରଭାବିତଙ୍କୁ ଆଲୋକର ଆଶା ଦେଖାଇଛି । ହେଲେ ଗତାନୁଗତିକ ଭାବେ ଅନ୍ୟ ସଙ୍ଗଠନ ଭଳି ପରବର୍ତ୍ତୀ ସମୟରେ ଏହି ୟୁନିୟନ କର୍ତ୍ତୃପକ୍ଷ ଅର୍ଥ ଲୋଭରେ ଯଦି ଖଣି କମ୍ପାନୀ ସହ ହାତ ମିଳାଏ ତେବେ ସ୍ଥାନୀୟ ଲୋକଙ୍କ ସହ ପ୍ରତାରଣା ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ୧୭୩ ନିୟୁତ ଟନ୍‌ କ୍ରୋମାଇଟ ଗଚ୍ଛିତ ଅଛି ବୋଲି ସରକାରୀ ଭାବେ ଆକଳନ କରାଯାଇଛି ା ଏହାବାଦ୍‌ ପଡୋଶୀ କେନ୍ଦୁଝର ଜିଲାରେ ଥିବା ଲୁହାପଥର ଖଣି ଖାଦାନରେ ମଧ୍ୟ ଯାଜପୁର ଜିଲାର କିଛି ଲୋକ ନିର୍ଭର କରିଥାନ୍ତି ା ଏହାର ସୁଯୋଗରେ ଖଣି ଶ୍ରମିକ ଓ କର୍ମଚାରୀଙ୍କ ସ୍ବାର୍ଥ ପାଇଁ ଲଢିବାର ପ୍ରତିଶ୍ରୁତି ଦେଇ କେତେକ ରାଜନୈତିକ ପ୍ରଭାବଶାଳୀ ଖଣି ସଙ୍ଗଠନ ଗଢି ଉଠିଛି। ପରବର୍ତ୍ତୀ ସମୟରେ ଏହି ସଙ୍ଗଠନ ଓ ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ଅସାଧୁ ମେଣ୍ଟ ସ୍ଥାନୀୟ ପ୍ରଭାବିତ ଲୋକଙ୍କ ପାଇଁ କାଳ ହୋଇଛି। ଏହି ସଙ୍ଗଠନର କେତେଜଣ କର୍ମକର୍ତ୍ତା ଅସାଧୁ ଉପାୟରେ ଏବେ କୋଟିପତି ସାଜିଛନ୍ତି। ଯିଏ ତାଙ୍କ ରାଜନୈତିକ ଦଳକୁ ସମର୍ଥନ କରୁଛି ସେହି ଲୋକ ନିଯୁକ୍ତି କିମ୍ବା ଅନ୍ୟାନ୍ୟ ସୁବିଧା ସୁଯୋଗ ପାଉଥିବାବେଳେ ଅନ୍ୟମାନେ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଖଣିରେ ଅଧିକାଂଶ ଯାନ୍ତ୍ରିକ ବ୍ୟବହାର କାରଣରୁ ଜିଲାର ଖଣି ପ୍ରଭାବିତ ଲୋକେ ବୃତ୍ତି ହରାଇ କ୍ଷୁଧାର ଶୀକାର ହେଉଛନ୍ତି ା ଏହି ପରିପ୍ରେକ୍ଷୀରେ କ୍ଷୁଧାମୁକ୍ତି ପାଇଁ ତା’ର ଆଶୁ ସମାଧାନ ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ୨୦୧୫ରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ କିଛି ସୁଫଳ ମିଳୁନାହିଁ ା ଏହି ପ୍ରଭାବିତ ଅଞ୍ଚଳବାସୀଙ୍କ ପଛରେ ଖଣି ସଙ୍ଗଠନଗୁଡିକ ପ୍ରଭାବୀ ଭାବେ ଆନ୍ଦୋଳନ କିମ୍ବା ଦାବି ଉପସ୍ଥାପନ କରି ପାରୁ ନ ଥିବାରୁ ପ୍ରାଚୂର୍ଯ୍ୟ ଥାଇ ବି ଅଞ୍ଚଳବାସୀ ଶ୍ରୀହୀନ ଜୀବନଯାପନ କରୁଛନ୍ତି। ଖଣି ଖନନ ଓ ଟ୍ରକ ଲୋଡିଂ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ସେମାନଙ୍କ ଜମି, ଜଳ, ଜଙ୍ଗଲ, ଭିଟାମାଟି ଓ ଚାଷଜମି ସମର୍ପଣ କରି ସାରିଛନ୍ତି ା ଖଣି ଖାଦାନ ପୂର୍ବରୁ ଲୋକେ କୃଷି, ପାଶୁପାଳନ ଉପରେ ନିର୍ଭରଶୀଳ ହେଉଥିଲେ। ତେବେ ଖଣି ଉତ୍ତୋଳନ ହେବାପରେ ସେଠାରେ କାମ କରି ନିଜର ଜୀବିକା ନିର୍ବାହ କରି ଆସୁଥିଲେ ା ଏବେ ଖଣିରେ କାମ କରିବା ବ୍ୟତୀତ ସେମାନଙ୍କ ଅନ୍ୟ କୌଣସି ବିକଳ୍ପ ବୃତ୍ତି ନାହିଁ ା ଏଥିରେ ନିର୍ଭରଶୀଳ ପରିବାର ସହ ପ୍ରତ୍ୟେକ କ୍ଷେତ୍ରରେ ବେରୋଜଗାର ସ୍ଥିତି ସୃଷ୍ଟି ହୋଇଛି ା ଅଧିକାଂଶ ପରିବାରରେ କ୍ଷୁଧାର ଚିତ୍ର ଦେଖିବାକୁ ମିଳୁଛି ା
ଏହିକ୍ରମରେ ରବିବାର ସୁକିନ୍ଦା ଉପତ୍ୟକା ମାଇନ୍ସ ୱାର୍କସ୍‌ ୟୁନିୟନର ଏକ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ୟୁନିୟନର ସଭାପତି ସୁରେଶ ପ୍ରଧାନ ଓ ସମ୍ପାଦକ ଶଙ୍କର ସିଧୁ ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇ ସାରୁଆବିଲି ଅଞ୍ଚଳରେ ଛଟେଇ ହୋଇ ବେସାହାରା ହୋଇଯାଇଥିବା ଶ୍ରମିକମାନେ ତାଙ୍କର ନାର୍ଯ୍ୟ ଦାବି ହାସଲ ପାଇଁ ସଂଗ୍ରାମ ଜାରି ରଖିବେ ବୋଲି କହିଥିଲେ। ସେମାନେ ଆହୁରି କହିଥିଲେ ଯେ, ଗତ ତିନି ବର୍ଷ ହେଲା ନିରନ୍ତର ଦାବି କରିଆସୁଥିବା ଶ୍ରମିକମାନେ ବର୍ତ୍ତମାନ ସର୍ବହରା ହୋଇ ବସିଛନ୍ତି । ଏକାଧିକ ଖଣି କାର୍ଯ୍ୟକ୍ଷମ ହୋଇ ସାରିଥିଲେ ସୁଦ୍ଧା ୨୦୦ରୁ ଊର୍ଦ୍ଧ୍ୱ ଛଟେଇ ଖଣି ଶ୍ରମିକଙ୍କୁ ଆଜି ଯାଏ ପୁନଃ ନିଯୁକ୍ତି ମିଳୁ ନାହିଁ। ଏହି ଅଞ୍ଚଳର ପ୍ରାୟ ୧୦ଟି ଗ୍ରାମର ଲୋକମାନେ ଏହା ପୂର୍ବରୁ ସେହି ଖାଦାନଗୁଡିକରେ କାମ କରୁଥିଲେ। କେବଳ କେଇ ଜଣଙ୍କୁ ବାଦ ଦେଲେ ବାକି ସମସ୍ତେ ଏବେବି ନିଯୁକ୍ତି ଅପେକ୍ଷାରେ ରହିଛନ୍ତି। ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଶ୍ରମିକମାନେ ପେଷି ହେଉଛନ୍ତି। ଖଣି ମାଲିକମାନେ ଖଣି ସଙ୍ଗଠନର ସହାୟତାରେ ବାହାର ରାଜ୍ୟର ଶ୍ରମିକମାନଙ୍କୁ ନିଯୁକ୍ତି ଦେଇ ଖଣିକାର୍ଯ୍ୟ କରି ଚାଲିଛନ୍ତି। ୧୦ ବର୍ଷ ପୂର୍ବେ ଯେଉଁ ଖଣି ଶ୍ରମିକ ମାନେ ଯେତିକି ଦରମା ପାଉଥିଲେ ବର୍ତ୍ତମାନ ସେହି ଶ୍ରମିକମାନେ ତାହାର ଦୁଇ ତୃତୀୟାଂଶ କମ ଦରମା ପାଉଛନ୍ତି। ସମାବେଶରେ ସାରୁଆବିଲି ଅଞ୍ଚଳର ନୃସିଂହ ମହାନ୍ତ, ସୁରେଶ ପ୍ରଧାନ, ବିଜୟ ମୁଣ୍ଡା, ଶଙ୍କର ମାରାଣ୍ଡି, ବ୍ରଜବନ୍ଧୁ ରାଉତ, ଜୟସେନ ମେହେର, ରାଜ କିଶୋର ମହାନ୍ତ, ରମାକାନ୍ତ ମହାନ୍ତ ଏବଂ ଶଙ୍କର ସିଧୁ ପ୍ରମୁଖ ମତବ୍ୟକ୍ତ କରିଥିଲେ । ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଭାବିତ ଶ୍ରମିକଙ୍କ କଥା ଯଦି ଖଣି କମ୍ପାନୀ କର୍ତ୍ତୃପକ୍ଷ ନ ବୁଝନ୍ତି ସେମାନେ ରାଜରାସ୍ତା ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri