Posted inଖେଳ

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌, ଭାରତ-ପାକିସ୍ତାନ ମ୍ୟାଚ ଆଜି

କେପ୍‌ଟାଉନ୍‌, ୧୨ା୨: ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟରେ ଭାରତ ଏହାର ଓପନିଂ ମ୍ୟାଚରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ଦୁଇ ଦଳ ମଧ୍ୟରେ ଖେଳ ସର୍ବଦା ଉତ୍ସାହ ସୃଷ୍ଟି କରିଥାଏ। ଭାରତ ଏକ ଉନ୍ନତ ଦଳ ହୋଇଥିବାରୁ ମ୍ୟାଚ ହୁଏତ ସେତେଟା ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇ ନ ପାରେ। କିନ୍ତୁ ଗତବର୍ଷ ଏସିଆ କପ୍‌ରେ ଭାରତ ବିପକ୍ଷରେ ପାକିସ୍ତାନ ଉନ୍ନତ ପ୍ରଦର୍ଶନ କରିଥିଲା। ବିଶ୍ୱକପ୍‌କୁ ଆସିବା ପୂର୍ବରୁ ଭାରତ ନିକଟରେ ଅନୁଷ୍ଠିତ ଏକ ତ୍ରିରାଷ୍ଟ୍ରୀୟ ସିରିଜ ଫାଇନାଲରେ ଜିତିବା ସ୍ଥିତିରେ ଥାଇ ଦକ୍ଷିଣ ଆଫ୍ରିକାଠାରୁ ଅଳ୍ପକେ ହାରିଯାଇଥିଲା। ଦଳ ଆହୁରି ମଧ୍ୟ ବାଂଲାଦେଶକୁ ପରାସ୍ତ କରିବା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚ ହାରିଯାଇଥିଲା। ଭାରତ ପୁଣି ଆଇସିସି ଇଭେଣ୍ଟ ସେମିଫାଇନାଲରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି। କିନ୍ତୁ ସେମାନଙ୍କୁ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ହେଲେ ଖେଳର ସମସ୍ତ ବିଭାଗରେ ପ୍ରଭାବୀ ପ୍ରଦର୍ଶନ କରିବାକୁ ପଡ଼ିବ। ରେଣୁକା ସିଂଙ୍କୁ ଛାଡ଼ିଦେଲେ ବୋଲିଂ ୟୁନିଟ୍‌ ଉପରେ ଭରସା କରି ହେଉନାହିଁ। ଗତମାସରେ ଦଳକୁ ପ୍ରତ୍ୟାବର୍ତ୍ତନ ପରେ ଭେଟେରାନ ଶିକ୍ଷା ପାଣ୍ଡେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଉଇକେଟ ନେବାରେ ସକ୍ଷମ ହୋଇପାରି ନାହାନ୍ତି। ବର୍ତ୍ତମାନ ସ୍ପିନରମାନେ ମଧ୍ୟ ଆଶାନୁରୂପ ବୋଲିଂ କରିପାରୁ ନାହାନ୍ତି। ଓପନିଂ ଗେମ୍‌ ପୂର୍ବରୁ ଅଧିନାୟିକା ହରମନପ୍ରୀତ୍‌ କୌର (କାନ୍ଧ) ଓ ସ୍ମୃତି ମନ୍ଧାନା (ଆଙ୍ଗୁଠି) ଆଘାତପ୍ରାପ୍ତ ହୋଇଥିବାରୁ ଦଳ ପାଇଁ ଏହା ଚିନ୍ତାର ବିଷୟବସ୍ତୁ ପାଲଟିଛି। ଦୁହେଁି ସିନିୟର ଖେଳାଳି, ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମନ୍ଧାନା ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିପାରିବେ ନାହିଁ ବୋଲି ଶନିବାର ଦଳ ଓ୍ବାର୍ମଅପ୍‌ ସେସନ ପରେ ସ୍ପଷ୍ଟ ହୋଇଛି। ନିକଟରେ ଶେଫାଳୀ ବର୍ମାଙ୍କ ନେତୃତ୍ୱରେ ଭାରତ ଉଦ୍‌ଘାଟନୀ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଟାଇଟଲ ଜିତିଛି। ସେ ସ୍ଥିର ପ୍ରଦର୍ଶନ କରିପାରୁ ନାହାନ୍ତି ବୋଲି ଯେଉଁମାନେ ସନ୍ଦେହ କରୁଛନ୍ତି ତାହା ମିଥ୍ୟା ପ୍ରମାଣିତ କରିବାକୁ ସେ ଚାହିଁବେ। ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଏପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିବାରୁ ଜେମିମା ରୋଡ୍ରିଗୁଏଜ୍‌ ଚାପରେ ରହିବା ସ୍ବାଭାବିକ। ପେସ୍‌ ବୋଲିଂ ଅଲରାଉଣ୍ଡର ପୂଜା ବସ୍ତ୍ରକାରଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ଅନ୍ୟପକ୍ଷରେ ପାକିସ୍ତାନ ନିଦା ଦାର୍‌ଙ୍କ ପ୍ରଦର୍ଶନ ଉପରେ ବିଶେଷ ନିର୍ଭରଶୀଳ। ପ୍ରତିଯୋଗିତା ପୂର୍ବରୁ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ସିରିଜ ଖେଳିଛି। ଓପନିଂ ଓ୍ବାର୍ମଅପ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲେ ମଧ୍ୟ ପରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri