ସୋନାଲିକାର ୨୬% ଘରୋଇ ଅଭିବୃଦ୍ଧି

ନୂଆଦିଲ୍ଲୀ,୭।୨: ଦେଶର ପ୍ରମୁଖ ଟ୍ରାକ୍ଟର ରପ୍ତାନି ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର୍ସ ଚଳିତ ବର୍ଷ ଜାନୁୟାରୀରେ ମୋଟ ୯,୭୪୧ଟି ଟ୍ରାକ୍ଟର ବିକ୍ରି କରିଥିବା ଜଣାପଡିଛି। ଏପରିକି କମ୍ପାନୀର ବିକ୍ରି ପରିମାଣ ଜାନୁୟାରୀରେ ପ୍ରାୟ ୨୬% ଅଭିବୃଦ୍ଧିର ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଶେଷକରି କମ୍ପାନୀର ଅଫିସିଆଲ ୱେବ୍‌ସାଇଟ୍‌ରେ ମଧ୍ୟ ବ୍ରାଣ୍ଡ୍‌ର ସମସ୍ତ ଟ୍ରାକ୍ଟର ମୂଲ୍ୟକୁ ଉନ୍ମୋଚନ କରିବାର ଏକ ଅତୁଳନୀୟ ପଦକ୍ଷେପ ଗ୍ରହଣ କରିଛି। ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମତ୍ତଲ କହିଛନ୍ତି, ସୋନାଲିକା ଟ୍ରାକ୍ଟର୍ସରେ ଆମେ କୃଷକଙ୍କ ସମୃଦ୍ଧି ଓ ଆୟ ବୃଦ୍ଧି ପାଇଁ ନିରନ୍ତର ଉଦ୍ଭାବନ ଜାରି ରଖଛୁ। ଏପରିକି ଆମର ସ୍ବତନ୍ତ୍ର ଆଭିମୁଖ୍ୟ ଆମ ଡିଏନ୍‌ଏରେ ଗଭୀର ଭାବେ ଅନ୍ତର୍ନିହିତ ରହିଛି, ବିଶେଷକରି ଅଭିନବ ଉତ୍ପାଦ ଲଞ୍ଚ କରିବା ସହ ଆମେ ୱେବ୍‌ସାଇଟ୍‌ରେ ମଧ୍ୟ ଟ୍ରାକ୍ଟର ମୂଲ୍ୟ ଉନ୍ମୋଚନ କରିବା ଭଳି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛୁ, ଯାହା କୃଷି ସମୁଦାୟ ମଧ୍ୟରେ ଏକ ପ୍ରକାରର ବିପ୍ଳବ ସୃଷ୍ଟି କରିଛି। ଏଭଳି ପଦକ୍ଷେପ ଦ୍ୱାରା ଆମର ବର୍ଦ୍ଧିତ ଉପତ୍ାଦ ପୋର୍ଟଫୋଲିଓରେ ଟ୍ରାକ୍ଟର କ୍ରୟ ପ୍ରକ୍ରିୟାରେ ସ୍ବଚ୍ଛତା ସୁନିଶ୍ଚିତ ହୋଇପାରୁଛି, ଫଳରେ ଚାଷୀଙ୍କ ଏକ ବଡ ସମସ୍ୟାର ସମାଧାନ ହୋଇପାରିଛି। ଏହା ଆମକୁ ୨୦୨୩ ଜାନୁୟାରୀରେ ଶିଳ୍ପ ଅଭିବୃଦ୍ଧିକୁ ପଛରେ ପକାଇ ୯୭୪୧ଟି ଟ୍ରାକ୍ଟର ବିକ୍ରି ସହ ୨୬% ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୪।୫: ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୧୫.୬୨% ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କାରେ ପହଞ୍ଚତ୍ଛି।...

ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ସହ ପତଞ୍ଜଳିର ଚୁକ୍ତି

ଭୁବନେଶ୍ୱର,୪।୫(ଅନୁରାଧା ମହାରଣା): ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ (ପିଆର୍‌ଏଫ୍‌) ଏବଂ ଚେନ୍ନାଇର ଏସ୍‌ଆର୍‌ଏମ୍‌ ସେଣ୍ଟର ଫର୍‌ କ୍ଲିନିକାଲ ଟ୍ରାଏଲ ଆଣ୍ଡ ରିସର୍ଚ୍ଚ ବା ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ମଧ୍ୟରେ ଏକ...

କମିଲା ଅଶୋଧିତ ତୈଳ ଦର: ରୁଷିଆରୁ ଅଶୋଧିତ ତୈଳ ଆମଦାନୀ

ଭୁବନେଶ୍ୱର,୪।୫ (ଅନୁରାଧା ମହାରଣା): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାରରୁ ତଳକୁ ଖସିଛି। ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୮.୯୯...

ରେକର୍ଡ ପରିମାଣର ବିଦ୍ୟୁତ୍‌ ଚାହିଦା ପୂରଣ

ଭୁବନେଶ୍ୱର,୪।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍‌’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍‌ ଚାହିଦାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri