Posted inଖେଳ

ନୁର୍‌ ଖାନ୍‌ ହକି ବିଶ୍ୱକପ୍‌ର ଜନକ

ଚଳିତ ବର୍ଷ ହକି ବିଶ୍ୱକପ୍‌ର ୧୫ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଚଳିତମାସ ୧୩-୨୯ ତାରିଖ ଯାଏ ଭୁବନେଶ୍ୱର-ରାଉରକେଲାରେ ଏହି ଟୁର୍ନାମେଣ୍ଟ ଖେଳାଯିବ। ୧୯୭୧ରେ ପ୍ରଥମ ଥର ହକି ବିଶ୍ୱକପ୍‌ ଖେଳାଯାଇଥିବା ବେଳେ ଏହାର ଜନକ ଥିଲେ ପାକିସ୍ତାନୀ ଏୟାର ମାର୍ଶାଲ ନୁର୍‌ ଖାନ୍‌ ଓ ଓ୍ବାଲର୍‌ଡ ହକି ମାଗାଜିନ୍‌ର ପ୍ରଥମ ସମ୍ପାଦକ ପ୍ୟାଟ୍ରିକ୍‌ ରୋଲେ। ବିଶ୍ୱକପ୍‌ର ଆଇଡିଆ ନୁର୍‌ଙ୍କର ଥିବା ବେଳେ ପ୍ୟାଟ୍ରିକଙ୍କ ଜରିଆରେ ଏହା ଅନ୍ତର୍ଜାତୀୟ ହକି ଫେଡେରେଶନ୍‌ (ଏଫ୍‌ଆଇଏଚ୍‌) ନିକଟରେ ପହଞ୍ଚିଥିଲା। ୨୬ ଅକ୍ଟୋବର ୧୯୬୯ରେ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଥିବା ବେଳେ ୧୨ ଏପ୍ରିଲ ୧୯୭୦ ବ୍ରସେଲ୍ସ ବୈଠକରେ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ୧୯୭୧ରେ ଏହି ଟୁର୍ନାମେଣ୍ଟ ପାକିସ୍ତାନରେ ଆୟୋଜନ ହେବା ନେଇ ସ୍ଥିର କରାଯାଇଥିଲା। ମାତ୍ର ପାକିସ୍ତାନର ରାଜନୈତିକ ଅସ୍ଥିରତା କାରଣରୁ ଟୁର୍ନାମେଣ୍ଟ ସମ୍ଭବ ହୋଇ ନ ଥିଲା।

ବାଂଲାଦେଶ ମୁକ୍ତି ସଂଗ୍ରାମକୁ ନେଇ ଦୁଇ ପଡୋଶୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ କାରଣରୁ ଭାରତର ଅଂଶଗ୍ରହଣକୁ କ୍ରିକେଟର ଅବଦୁଲ୍‌ ହଫିଜ୍‌ କରଦାର ବିରୋଧ କରିଥିବା ବେଳେ ପାକିସ୍ତାନ ହାତରୁ ଖସି ଯାଇଥିଲା ବିଶ୍ୱକପ୍‌ ଆୟୋଜନର ଅଧିକାର। ଏପରି ପରିସ୍ଥିତିରେ ମାର୍ଚ୍ଚ ୧୯୭୧ରେ ସ୍ପେନର ବାର୍ସେଲୋନାସ୍ଥିତ ରିୟଲ କ୍ଲବ୍‌ ଡେ ପୋଲୋକୁ ବିଶ୍ୱକପ୍‌ ସ୍ଥାନାନ୍ତର କରାଯାଇଥିଲା। ୧୯୭୧ ବିଶ୍ୱକପ୍‌ରେ ମାତ୍ର ୧୦ ରାଷ୍ଟ୍ର ଅଂଶଗ୍ରହଣ କରିଥିଲେ, ଯାହାକୁ ମିନି ବିଶ୍ୱକପ୍‌ ମଧ୍ୟ କୁହାଯାଏ। ୧୯୭୮ ବିଶ୍ୱକପ୍‌ରେ ୧୪ ରାଷ୍ଟ୍ର ଅଂଶଗ୍ରହଣ କରିଥିବା ବେଳେ ୨୦୦୨ ଓ ୨୦୧୮ରେ ୧୬ ଦେଶ ଅଂଶଗ୍ରହଣ କରିଥିଲେ। ଅନ୍ୟ ସମସ୍ତ ବିଶ୍ୱକପ୍‌ରେ ୧୨ଟି ଲେଖାଏ ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି। ବିଶ୍ୱକପ୍‌ର ପ୍ରଥମ ତିନି ସଂସ୍କରଣ ପ୍ରତି ଦୁଇ ବର୍ଷରେ ଥରେ ଲେଖାଏ ଅନୁଷ୍ଠିତ ହୋଇଥିଲା। ତେବେ ୧୯୭୮ରେ ଏହି ଅବଧି ୩ ବର୍ଷ ରହିଥିଲା। ଏହା ପରଠାରୁ ଏହି ଟୁର୍ନାମେଣ୍ଟ ପ୍ରତି ୪ ବର୍ଷରେ ଥରେ ଲେଖାଏ ଆୟୋଜିତ ହେଉଛି।

ଟ୍ରଫି ଡିଜାଇନ

ବିଶ୍ୱକପ୍‌ ଟ୍ରଫିର ଡିଜାଇନ୍‌ ବଶିର୍‌ ମୁଜିଦଙ୍କ ଦ୍ୱାରା କରାଯାଇଥିବା ବେଳେ ପାକିସ୍ତାନୀ ଆର୍ମି ଏହାର ନିର୍ମାଣ କରିଥିଲେ। ୨୭ ମାର୍ଚ୍ଚ ୧୯୭୧ରେ ବ୍ରସେଲ୍ସରେ ପାକିସ୍ତାନର ରାଷ୍ଟ୍ରଦୂତ ଏଚ୍‌. ଇ. ମାସୁଦ ଏହି ଟ୍ରଫିକୁ ଏଫ୍‌ଆଇଏଚ୍‌ ସଭାପତି ରେନେ ଫ୍ରାଙ୍କଙ୍କୁ ହସ୍ତାନ୍ତର କରିଥିଲେ। ଏହି ଟ୍ରଫି ନିର୍ମାଣରେ ସୁନା, ରୁପା, ଆଇଭରି (ହାତୀ ଦାନ୍ତରୁ ପ୍ରସ୍ତୁତ ଅଳଙ୍କାର)ଓ ଟିକ୍‌ କାଠ ବ୍ୟବହାର କରାଯାଇଛି। ଏହି ଟ୍ରଫିର ଉଚ୍ଚତା ୬୫୦ ମିମି ରହିଥିବା ବେଳେ ଏହାର ବେସ୍‌ ୧୨୦.୮୫ ମିମି ରହିଛି। ଟ୍ରଫିର ଓଜନ ୧୧୫୬୦ ଗ୍ରାମ ରହିଥିବା ବେଳେ ଏଥିରେ ୮୯୫ ଗ୍ରାମ୍‌ ସୁନା, ୬୮୧୫ ଗ୍ରାମ ରୁପା, ୩୫୦ ଗ୍ରାମ ଆଇଭରି ଓ ୩୫୦୦ ଗ୍ରାମର ଟିକ୍‌ ଉଡ୍‌ ବ୍ୟବହାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri