ଗାଁରେ ପଡୁଛି ଗୁଳି, ଲୋକେ ଆତଙ୍କିତ

ଆଠଗଡ,୬।୧୨(ସ୍ବ.ପ୍ର.):ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମରେ ଆଠମାସ ହେବ ଗୁଳି ପଡୁଛି । ଏନେଇ ଗଁା ଲୋକେ ଭୟଭୀତ ହୋଇଯାଇଛନ୍ତି। ପ୍ରତ୍ୟେକ ଦିନ ଗୁଳି ଗ୍ରାମର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଏହି ଗୁଳି ବାଜି ସାଧାରଣ ଲୋକେ ଆହତ ହେଉଥିତ୍ବା ବେଳେ ଆଉ କାହାର ଘର ଆଜବେଷ୍ଟସ୍‌ ଭାଙ୍ଗୁଛି। ବହୁ ସମୟରେ ଗୁଳି ବାଜି ଗୃହପାଳିତ ପ୍ରାଣୀ ଆହତ ହେଉଛନ୍ତି। ପ୍ରାୟ ୨ ମାସ ପୂର୍ବେ ଗୋଟିଏ ଗୁଳି ଗ୍ରାମର ଜଣେ ମହିଳାଙ୍କ ହାତରେ ବାଜିବାରୁ ସେ ଆହତ ହୋଇଥିଲେ। ସେ ହେଲେ ସୁଭାଷିନୀ ରାଉତ। ଅସ୍ତ୍ରୋପଚାର କରାଯାଇ ତାଙ୍କ ହାତରୁ ଗୁଳି କଢ଼ାଯାଇଥିଲା। ଗୁଳି ଗ୍ରାମର ପୂର୍ବପଟୁ ମାଡ଼ ହେଉଛି ବୋଲି ଗ୍ରାମବାସୀ କହିଛନ୍ତି। ମାତ୍ର କିଏ ଓ କେଉଁଠାରୁ ଏହାକୁ ଫୁଟାଉଛି ତାହା ଜଣାପଡ଼ୁନାହଁ ବୋଲି ଗ୍ରାମର ସରୋଜ ପଣ୍ଡା,ଅଜୟ କୁମାର ସାହୁ, ରତିକାନ୍ତ ସାହୁ ପ୍ରମୁଖ କହିଛନ୍ତି। ନିକଟସ୍ଥ ଗ୍ରାମର କେତେଜଣ ଲୋକଙ୍କ କହିବାନୁଯାୟୀ, ମହାନଦୀର ଉତ୍ତର କୂଳ ପଶ୍ଚିମ ଦିଗରେ ନୂଆଶାସନ ଗ୍ରାମ ରହିଛି। ଏହି ଗ୍ରାମର ପୂର୍ବଦିଗରେ ମହାନଦୀର ଦକ୍ଷିଣ ତଟରେ ବାଙ୍କୀ ବ୍ଲକ ସାନ ମୁଣ୍ଡଳୀ-ନରାଜ ରାସ୍ତା ନିକଟ ଛୋଟ ପର୍ବତରେ ଓଡିଶା ପୋଲିସ, ସିଆଇଏସ୍‌ଏଫ ପକ୍ଷରୁ ଗୁଳିଚାଳନା ଅଭ୍ୟାସ ଓ ତାଲିମ ପ୍ରଦାନ କରାଯାଇଥାଏ। ତାଲିମ ପାଇଁ ବ୍ୟବହୃତ ଉଚ୍ଚ କ୍ଷମତାପନ୍ନ ଏକେ-୪୭ ବନ୍ଧୁକରୁ ନିିର୍ଗତ ଗୁଳି ଛୋଟ ପାହାଡ ଓ ମହାନଦୀ ପାର ହୋଇ ଗ୍ରାମରେ ପଡୁଥିବା ଆଶଙ୍କା କରାଯାଉଛି। ଅଭ୍ୟାସ ସ୍ଥାନରୁ ଗ୍ରାମର ଦୂରତା ପ୍ରାୟ ୫ କିଲୋମିଟର ଦୂର ହୋଇଥିବାରୁ ଏତେ ଦୂରରୁ ଗୁଳି କିପରି ଆସୁଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ଖୁଣ୍ଟୁଣୀ ଥାନାରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିବାରୁ ଏନେଇ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ କୌଣସି ସୂଚନା ମିଳିନାହଁ ବୋଲି ଚୌଦ୍ୱାରା ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି। ଏପ୍ରସଙ୍ଗରେ ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ କହିଛନ୍ତି, ଏନେଇ ଗ୍ରାମବାସୀଙ୍କ ତରଫରୁ କୌଣସି ଅଭିଯୋଗ ହୋଇନାହିଁ। ତେବେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ତରଫରୁ ତୁରନ୍ତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri