ଜୁବୁଲି ପାର୍କରୁ ମୁହଁ ଫେରାଉଛନ୍ତି ଲୋକେ

ବାରିପଦା ଅଫିସ,୨୫।୭- ସହରବାସୀ ନିଜ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ପାଇଲେ ବୁଲିବାକୁ ଭଲ ପାଆନ୍ତି। ପ୍ରକୃତିକ ପରିବେଶ ହୋଇଥିଲେ ଲୋକେ ଭିଡ଼ ଜମାଇଥାନ୍ତି। ଲୋକଙ୍କ ଚିତ୍ତବିନୋଦନ ସହିତ ଏଥିରୁ ରାଜସ୍ବ ଆଦାୟ ଲକ୍ଷ୍ୟ ନେଇ ବାରିପଦା ପୌର ପରିଷଦ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପଛ ରାସ୍ତାରେ ଏକ ପାର୍କ ନିର୍ମାଣ କରାଯାଇଥିଲା। ୨୦୧୦-୧୧ ଆର୍ଥିକ ବର୍ଷରେ ୧୨ ଏକର ଜମିରେ ଏହି ନୂତନ ଜୁବୁଲି ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିପାଇଁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ପାର୍କରେ ପ୍ରଶସ୍ତ ଜଳାଶୟ ନିର୍ମାଣ କରାଯାଇ ବୋଟିଂ ସୁବିଧା ତଥା ଜଳ କ୍ରୀଡା ବ୍ୟବସ୍ଥା କରାଯାଇଥିଲା। ଏହା ସହିତ ଛୋଟ ଛୋଟ ପିଲାଙ୍କ ପାଇଁ ଦୋଳି, ରଙ୍ଗ ବେରଙ୍ଗର ଆଲୋକ, ପ୍ରାତଃଭ୍ରମଣ ପାଇଁ ପାଦଚଲା ରାସ୍ତା, ବ୍ୟାୟାମ ପାଇଁ ଆବଶ୍ୟକ ସରଞ୍ଜାମ, ବିଶ୍ରାମାଗାର, ଶୌଚାଳୟ, ନରମ ଘାସ ଗାଲିଚା, ପ୍ରାକୃତିକ ଶୋଭା ସହିତ ଦେଶୀ ବିଦେଶୀ ଗଛ, ଫୁଲ ଗଛ ଏବଂ ଝରଣା ଆଦିର ବ୍ୟବସ୍ଥା କରାଯାଇଛି। ଗତ ୨୦୧୬ ନଭେମ୍ବର ୨୬ ତାରିଖରେ ଏହା ଉଦଘାଟିତ ହୋଇଥିଲା। ତତ୍କାଳୀନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ରାଜ୍ୟସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ, ତତ୍କାଳୀନ ବଡସାହି ବିଧାୟକ ଗଣେଶ୍ୱର ପାତ୍ର, ତତ୍କାଳୀନ ଜିଲାପାଳ ରାଜେଶ ପ୍ରଭାକର ପାଟିଲ ଏବଂ ପୌର ପରିଷଦର ତତ୍କାଳୀନ ନଗରପାଳ ବବିତା ଦାସ ଓ ଉପନଗରପାଳ ଜିତେନ୍ଦ୍ର ମହାନ୍ତିଙ୍କ ସମେତ ସମସ୍ତ କାଉନସିଲାର ବୃନ୍ଦ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ। ସେତେବେଳର ସ୍ଥିତି ଓ ବତ୍ତର୍ର୍ମାନର ସ୍ଥିତି ଦେଖିଲେ ବହୁ ପାର୍ଥକ୍ୟ ପରିଲ୍ଲଖିତ ହେଉଛି। ବର୍ତ୍ତମାନ ଏଠାକୁ ଆସିବାକୁ ଲୋକେ ରାଜି ହେଉ ନାହାନ୍ତି। ଏଠାରୁ ମୁହଁ ଫେରାଇ ନେଉଥିବା ଅଭିଯୋଗ ହେଉଛି। ଘାସ ସବୁ ନଷ୍ଟ ହୋଇ ଯାଇଥିବା ବେଳେ ପ୍ରାକୃତିକ ପରିବେଶ ଜଣାପଡୁନାହିଁ। ସେହିପରି ଜଳାଶୟରେ ପାଣି ଅପରିସ୍କାର ହୋଇଯାଇଥିବା ବେଳେ ବୋଟ ତଥା ଡଙ୍ଗା ଭାଙ୍ଗି ଗଲାଣି। ସେହିପରି କୃତ୍ରିମ ଝରଣାରୁ ଆଉ ପାଣି ବାହାରୁନାହିଁ। ଏଠାକୁ ଆସୁଥିବା ଲୋକେ ଖରାପ ଅନୁଭୁତି ନେଇ ପୁନର୍ବାର ଆସୁ ନ ଥିବା ବାରିପଦା ସହରର ବିନୋଦ କୁମାର ସାହୁ କହିଛନ୍ତି। କାରଣ ପୂର୍ବଭଳି ଏବେ ଏଠାରେ ଲୋକେ ଚିତ୍ତବିନୋଦନ କରିବା ଭଳି ପରିବେଶ ମିଳୁନାହିଁ। ଚାରିଆଡେ ଅଳିଆ ପଡି ରହୁଥିବା ବେଳେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଏଠାକୁ ମୁଖ୍ୟତଃ ବୋଟିଂ ପାଇଁ ଲୋକେ ଆସୁଥିବା ବେଳେ ଏହା ବନ୍ଦ ହୋଇଯାଇଛି। ପ୍ରାୟ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଡଙ୍ଗାଗୁଡିକ ନଷ୍ଟ ହୋଇ ଯାଇଥିବା ବେଳେ ଏଗୁଡିକୁ ମରାମତି କରିବା କିମ୍ବା ନୂଆ ଡଙ୍ଗା ଆଣିବା ପାଇଁ ପୌର ପରିଷଦ ଗୁରତ୍ୱ ଦେଉ ନ ଥିବା ସାହୁ ଅଭିଯୋଗ କରିଛନ୍ତି। ସେହିପରି ବାରିପଦା ସହରର ଅଶୋକ କୁମାର ନାୟକ କୁହନ୍ତି ଏଠାରେ ବିଭିନ୍ନ ସମୟରେ ଅସାମାଜିକ ଯୁବକଙ୍କ ଭିଡ଼ ଲାଗି ରହୁଛି। ସୁରକ୍ଷା ଦିଗ ପ୍ରତି ମଧ୍ୟ ପୌର ପରିଷଦ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ବରିଷ୍ଠ ନାଗରିକମାନେ ଏଠାକୁ ଆସିବା ବନ୍ଦ କରିଦେଇଥିବା ସେ କହିଛନ୍ତି। ଏ ସମ୍ପର୍କରେ ବାରିପଦା ପୌର ପରିଷଦର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାସଙ୍କୁ ପଚାରିବାରୁ ଏଠାରୁ ଲୋକେ ମୁହଁ ଫେରାଉ ନାହାନ୍ତି ଏବଂ ପାର୍କର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

ପୂର୍ବ ଶତ୍ରୁତା, ବାଲି ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼, ୪ ଅଟକ

ବାଲେଶ୍ୱର,୧୩।୧୨( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତା ଓ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri