ଟଙ୍କା ମୁଣି ଧରି ବୁଲୁଛନ୍ତି ନବ ଦାସ: ଧର୍ମେନ୍ଦ୍ର

ପାଇକମାଳ, ୩୦।୧୧ (ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନକୁ ଆଉ ସପ୍ତାହେ ବାକି ଥିବାରୁ ସବୁଦଳର ହେଭିଓ୍ବେଟ୍‌ ନେତା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ମଙ୍ଗଳବାର ମଧ୍ୟାହ୍ନରେ ପାଇକମାଳ ବ୍ଲକ ମାଣ୍ତୋସିଲ ଧାନମଣ୍ତି ସମ୍ମୁଖରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେ ତାଙ୍କ ଭାଷଣରେ କହିଥିଲେ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କଂଗ୍ରେସରେ ଥିବା ବେଳେ କଂଗ୍ରେସକୁ ବୁଡାଇଲେ। ଏବେ ବିଜେଡିକୁ ଆସି ନବୀନଙ୍କୁ ବୁଡାଇବେ। ସ୍ବାସ୍ଥ୍ୟ ମନ୍ତ୍ରୀ ପଦ୍ମପୁର ନିର୍ବାଚନରେ ଟଙ୍କା ମୁଣି ଧରି ବୁଲୁଛନ୍ତି ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, କେନ୍ଦ୍ର ସରକାର ଧାନର ଏମ୍‌ଏସ୍‌ପି ବୃଦ୍ଧି କରି ଚାଷୀଙ୍କ ସୁଖ ଦୁଃଖରେ ରହିଛି। ହେଲେ ବିଜେଡି ସରକାର ମିଲ୍‌ ମାଲିକଙ୍କ ସହ ମଧୁଚନ୍ଦ୍ରିକା କରି ଚାଷୀଙ୍କୁ ହଇରାଣ କରୁଛନ୍ତି। ବରଗଡ-ନୂଆପଡା ଭାୟା ପଦ୍ମପୁର ଦେଇ ନୂତନ ରେଳପଥ ପାଇଁ ରାଜ୍ୟ ସରକାର ଆଜି ଜାଗା ଦେଲେ କେନ୍ଦ୍ର ସରକାର କାଲି କାମ ଆରମ୍ଭ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରଧାନ କହିଥିଲେ। ମାଣ୍ତୋସିଲ ମଣ୍ତଳ ଭାଜପା ସଭାପତି ଲଳିତ ଜଗତ ସଭା ପରିଚାଳନା କରିଥିଲେ। ଏହି ସଭାରେ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଳାହାଣ୍ତି ଏମ୍‌ପି ବସନ୍ତ ପଣ୍ତା, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ବାପା ଦୋକାନକୁ ଯାଇଥିବାବେଳେ ଘରେ ପଶି ନାବାଳିକାଙ୍କୁ ବଳାତ୍କାର କଲେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି

ଭୁବନେଶ୍ୱର,୧୧।୧୨(ତ୍ରିନାଥ ମହାନ୍ତି): ରାଜଧାନୀରେ ଲଜ୍ଜ୍ୟା। ଜଣେ ୧୧ବର୍ଷୀୟା ନାବାଳିକାଙ୍କୁ ଜଣେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାର...

ଥାନାରେ କୀଟନାଶକ ଔଷଧ ଖାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ବାମୀଙ୍କ ଅନ୍ୟତ୍ର ବିବାହ ପ୍ରସ୍ତୁତି ଖବର ପାଇ..

ଦେବଗଡ, ୧୨।୧୨ (ଶଶାଙ୍କ ଶେଖର ଝାଙ୍କର): ଅଭିଯୋଗ କରିବାକୁ ଆସିଥିବା ମହିଳା ଦେବଗଡ ଥାନା ଭିତରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ...

ଶୀତରେ ଥରୁଛି ଦାରିଙ୍ଗବାଡି: ଦ୍ୱିତୀୟ ଦିନରେ ମଧ୍ୟ ତୁଷାରପାତ, ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଯନ୍ତ୍ରଣା ଦେଉଛି ଶୀତ । ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ...

ସକାଳୁ ସକାଳୁ ଭୂକମ୍ପ ଝଟକା, ଆକାଶରେ ଦେଖାଗଲା ରହସ୍ୟମୟ ଆଲୋକ

ନୂଆଦିଲ୍ଲୀ,୧୨।୧୨: ସକାଳୁ ସକାଳୁ ପୁଣି ଥରିଲ ଜାପାନ । ଜାପାନ ଏବଂ ଫିଜି ଏକକାଳୀନ ଭୂମିକମ୍ପରେ ଥରି ଉଠିଛି । ତିନି ଦିନ ପୂର୍ବେ ଜାପାନରେ...

ଜଙ୍ଗଲକୁ ଟେକିନେଇ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କଲେ ୪୩ ବର୍ଷୀୟ ବ୍ୟକ୍ତି, ଧରାପଡିବା ପରେ…

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଲଇମୁରା ଥାନା ଅଞ୍ଚଳରେ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...

ଘରକୁ ଡାକି ବଳାତ୍କାର କରିଥିଲେ ବୃଦ୍ଧ, ହେଲା ଆଜୀବନ କାରାଦଣ୍ଡ

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ନାବାଳିକା ବଳାତ୍କାର ମାମଲାର ବିଚାରକରି ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ଜଣେ ବୃଦ୍ଧଙ୍କୁ ଗୁରୁବାର ଆଜୀବନ କାରାଦଣ୍ଡ ସହ ୧୦,୦୦୦...

IND vs SA: ମ୍ୟାଚ ହାରିବା ପରେ ଭୁଲ ମାନିଲେ ସୂର୍ଯ୍ୟକୁମାର ଯାଦବ, ଗିଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ୧୨।୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ୫୧ ରନରେ ପରାଜୟ ବରଣ କରିଥିଲା। ଏହି ପରାଜୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସବୁଠାରୁ ନିରାଶ...

ପେସାରେ ଅଧ୍ୟାପନା, ନିଶାରେ କଳା ସାଧନା

ଲୋଇସିଂହା,୧୨।୧୨(ସୁଶାନ୍ତ ବାରିକ): ପେଶା ତାଙ୍କର ଅଧ୍ୟାପନା, ନିଶା କଳା ସାଧନା କରିବା ା ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଅଧ୍ୟାପକ ଡ. ଲିଙ୍ଗରାଜ ମେହେର। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri