ବିଜେଡି ବିଧାୟକଙ୍କ ଭାଇ ଗଙ୍ଗାଧରଙ୍କୁ ଜେରା

ଭୁବନେଶ୍ୱର,୨୫।୧୧(ବ୍ୟୁରୋ):ବହୁଚର୍ଚ୍ଚିତ ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାରର ରହସ୍ୟ ଖୋଜୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଇତିମଧ୍ୟରେ ଜେରା ପ୍ରକ୍ରିୟାକୁ ଜୋର୍‌ଦାର କରିଛି। ତାଙ୍କ କଳା ସାମ୍ରାଜ୍ୟର ଲିଙ୍କ୍‌ରେ ଥିବା ବିଭିନ୍ନ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇ ପର୍ଯ୍ୟାୟକ୍ରମେ ସେମାନଙ୍କୁ କାର୍ଯ୍ୟାଳୟକୁ ଡାକି ମାରାଥନ ଜେରା ଚାଲିଛି। ଗୁରୁବାର ଆଉ ଜଣେ ବ୍ୟବସାୟୀ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି। ସେ ହେଲେ ଢେଙ୍କାନାଳର ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ। ଗଙ୍ଗାଧର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବାବେଳେ ତାଙ୍କର କଟକ ପ୍ରତାପନଗରୀ ଓ ଅନ୍ୟ ଏକ ସ୍ଥାନରେ ଦୁଇଟି କାର୍‌ ଶୋ’ରୁମ୍‌ ରହିଛି। ତେବେ ତଦନ୍ତବେଳେ ଗଙ୍ଗାଧରଙ୍କ କମ୍ପାନୀ ‘ଏମ୍‌ପ୍ରିଓ ପ୍ରେଷ୍ଟିଜ୍‌ ପ୍ରାଇଭେଟ ଲିମିଟେଡ୍‌’ରୁ ୫୩ ଲକ୍ଷ ୧୧ହଜାର ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଯାଇଥିବା ଇଡି ପ୍ରମାଣ ପାଇବା ପରେ ଏହା ପଛର କାରଣ ଜାଣିବାକୁ ପ୍ରୟାସ ଆରମ୍ଭ କରିଛି। ପୂର୍ବରୁ ନୋଟିସ ପାଇଥିବା ଗଙ୍ଗାଧର ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଇଡି କାର୍ଯ୍ୟାଳୟରେ ହାଜର ହେବା ପରେ ଅଧିକାରୀମାନେ ତାଙ୍କୁ ଗୁଡ଼ାଇ ତୁଡ଼ାଇ ଉକ୍ତ ଅର୍ଥ କାରବାର ସଂକ୍ରାନ୍ତରେ ପ୍ରଶ୍ନ ପଚାରିଥିଲେ। ସେ କେଉଁ ପରିସ୍ଥିତିରେ ଅର୍ଚ୍ଚନାଙ୍କୁ ଏତେ ଟଙ୍କା ଦେଇଥିଲେ, ଅର୍ଚ୍ଚନାଙ୍କ ସହ ଗଙ୍ଗାଧର କିମ୍ବା ତାଙ୍କ କମ୍ପାନୀର ସମ୍ପର୍କ କ’ଣ, ଉଭୟଙ୍କ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ରହିଛି କି, ସେ ହନିଟ୍ରାପ୍‌ର ଶିକାର ହୋଇଥିଲେ କି, ନା ଆଉକେଉଁ ତୃତୀୟ ପକ୍ଷ ପାଇଁ ଏହି ଅର୍ଥ ଟଙ୍କା କାରବାର ହୋଇଥିଲା, ଏସବୁ ସଂକ୍ରାନ୍ତରେ ସତ୍ୟତା ଜାଣିବାକୁ ଚେଷ୍ଟା କରିଥିଲେ ଇଡି ଅଧିକାରୀ। ତେବେ ୧୧ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜେରା ପରେ ଗଙ୍ଗାଧର ଇଡି କାର୍ଯ୍ୟାଳୟରୁ ବାହାରିଥିଲେ। ଏହି ସମୟରେ ସେ ଗଣମାଧ୍ୟମକୁ କହିଛନ୍ତି, ଜଗବନ୍ଧୁ ତାଙ୍କ ଶୋ’ରୁମ୍‌ରୁ ଏକ କାର୍‌ କିଣିବା ପାଇଁ ବୁକ୍‌ କରିଥିଲେ। ପରେ ଆୟକର ସମସ୍ୟା ପାଇଁ ଉକ୍ତ ବୁକିଂକୁ ବାତିଲ କରି ଦେଇଥିଲେ। ତେଣୁ ଏବାବଦକୁ ୩୫ ଲକ୍ଷ ୧୧ ହଜାର ଟଙ୍କା ଫେରାଇଥିଲୁ ବୋଲି ଗଙ୍ଗାଧର କହିଛନ୍ତି।
ଅନ୍ୟପକ୍ଷରେ ଗୁରୁବାର ଖଗେଶ୍ୱରଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହୋଇଥିବାରୁ ତାଙ୍କୁ ଖୋର୍ଦ୍ଧା ସ୍ବତନ୍ତ୍ର (ପିଏମ୍‌ଏଲ୍‌ଏ) ଜଜ୍‌ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ଖଗେଶ୍ୱରଙ୍କୁ ପୁଣି ତୃତୀୟ ପର୍ଯ୍ୟାୟରେ ଆଉ ୨ ଦିନିଆ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିଲା। ହେଲେ କୋର୍ଟ ଉକ୍ତ ଆବେଦନକୁ ଖାରଜ କରିଦେବା ପରେ ଖଗେଶ୍ୱରଙ୍କୁ ଝାରପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଛି। ଜେଲ୍‌ ଯିବାବେଳେ ଖଗେଶ୍ୱର କହିଥିଲେ, ଶ୍ରଦ୍ଧାଞ୍ଜଳିଙ୍କୁ ଚିହ୍ନିନାହିଁ, ଜାଣିନାହିଁ କି ଦେଖିନାହିଁ। କାହାଠାରୁ ପାଞ୍ଚ ଟଙ୍କା ଆଣିନାହିଁ କି କାହାକୁ ସହଯୋଗ ମଧ୍ୟ କରିନାହିଁ।
ସେପଟେ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଝାରପଡ଼ା ଜେଲରେ ଦିନ କାଟୁଛନ୍ତି। ଉଭୟଙ୍କୁ କୋର୍ଟରେ ହାଜର ପାଇଁ ଇଡି ପଟିଶନ୍‌ ଦାଏର କରିଥିଲା। ଆଗାମୀ ୩୦ ତାରିଖରେ ନାଗ-ଚାନ୍ଦ ଦମ୍ପତି ହାଜର ହେବେ ବୋଲି କୋର୍ଟ କହିଛନ୍ତି। ଏହି ସମୟରେ ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ ଇଡି ପକ୍ଷରୁ ଆବେଦନ କରାଯିବ ବୋଲି ସୂଚନା ମିଳିଛି। ଅର୍ଚ୍ଚନା ଓ ଜଗବନ୍ଧୁ ରିମାଣ୍ଡରେ ଆସିଲେ ଉଭୟଙ୍କୁ ମାରାଥନ ଜେରା କରିବ ଇଡି। ଏପରିକି ହନିଟ୍ରାପରେ ବ୍ୟବହାର ହେଉଥିବା ଶ୍ରଦ୍ଧାଞ୍ଜଳି ବେହେରା ଓ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଡକାଇ ନାଗ-ଚାନ୍ଦ ଦମ୍ପତିଙ୍କ ସହ ଇଡି ଚତୁଃମୁଖୀ ଜେରା କରିବାକୁ ଯୋଜନା ରଖିଛି। ଆଗକୁ ଅନ୍ୟ ନେତା ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଳି ପଡୁଥିବାରୁ ସେମାନଙ୍କ ମଧ୍ୟରେ ଛନକା ପଶିଛି। ଏଥିସହ ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱରଙ୍କ ବୟାନକୁ ଆଧାର କରି ଜେରା ତାଲିକାକୁ ଇଡି ବଢ଼ାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri