Posted inଜାତୀୟ

ଅବିବାହିତା ଝିଅଙ୍କୁ ଉଚ୍ଚଶିକ୍ଷା ଦେବା ପିତାଙ୍କ ଦାୟିତ୍ୱ…

ନୂଆଦିଲ୍ଲୀ,୧୪।୧୧ : ଦିଲ୍ଲୀର କଡ଼କଡ଼ଡୁମା ଫ୍ୟାମିଲି କୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଅବିବାହିତ ଝିଅଙ୍କର ଉଚ୍ଚଶିକ୍ଷାର ଖର୍ଚ୍ଚ ବହନ କରିବା ପିତାଙ୍କ ଦାୟିତ୍ୱ। ଏ ସମ୍ପର୍କରେ ଜଣେ ଝିଅ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ।

ତାଙ୍କ ଉଚ୍ଚଶିକ୍ଷାର ଖର୍ଚ୍ଚ ତାଙ୍କ ପିତା ବହନ କରିବାକୁ ସେ ଦାବି କରିଥିଲେ। ୧୯ ବର୍ଷ ବୟସ୍କା ଝିଅ କୋର୍ଟରେ ଦାଖଲ କରିଥିବା ତାଙ୍କ ପିଟିଶନରେ କହିଛନ୍ତି ଯେ, ମାଆ ତାଙ୍କର ଅଧ୍ୟୟନ ଖର୍ଚ୍ଚ ବହନ କରିବାକୁ ସକ୍ଷମ ନୁହଁନ୍ତି ଏବଂ ବାପା ଜାଣିଶୁଣି ଖର୍ଚ୍ଚ ବହନ କରୁ ନାହାନ୍ତି ।

ଖବର ଅନୁଯାୟୀ, କଡ଼କଡ଼ଡୁମା ଫ୍ୟାମିଲି କୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ଯଦି ଝିଅ ଅବିବାହିତ ଏବଂ ସେ ଅଧିକ ଅଧ୍ୟୟନ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ଉତ୍ସାହିତ କରାଯିବା ଉଚିତ। ତାଙ୍କର ପାଠପଢ଼ାର ସମସ୍ତ ଦାୟିତ୍ୱ ପିତା ବହନ କରିବା ଆବଶ୍ୟକ। ତେବେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସେ ଝିଅକୁ ଅଧିକ ଶିକ୍ଷା ଦେଇ ପାରିବେ କି ନାହିଁ ସେନେଇ ପିତାଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ଦେଖିବା ଜରୁରୀ। ଯେତେବେଳେ କୋର୍ଟ ଏହି ପ୍ରସଙ୍ଗରେ ରିପୋର୍ଟ ମାଗିଥିଲେ, ସେତେବେଳେ ଜଣାପଡ଼ିଥିଲା ଯେ ଆବେଦନକାରୀଙ୍କ ପିତା ଜଣେ ବ୍ୟବସାୟୀ।
ରିପୋର୍ଟରେ ଦର୍ଶାଯାଇଛି ଯେ ସ୍ବାମୀ-ସ୍ତ୍ରୀ ଅଲଗା ରହୁଛନ୍ତି ଏବଂ ଝିଅ ତାଙ୍କ ମାଙ୍କ ସହ ରୁହନ୍ତି। ଏହି କାରଣରୁ ପିତା ନିଜ ଝିଅର ଉଚ୍ଚଶିକ୍ଷାର ଖର୍ଚ୍ଚ ବହନ କରିବାକୁ ରାଜି ନୁହନ୍ତି।

କୋର୍ଟ କହିଛନ୍ତି ଯେ ଝିଅର ଶିକ୍ଷା ଖର୍ଚ୍ଚ ନଦେବା ପାଇଁ ଏହା ଏକ ଆଧାର ନୁହେଁ। ସ୍ବାମୀ-ସ୍ତ୍ରୀଙ୍କୁ ଅଲଗା ରହିବାକୁ ପଡୁଛି, ଏହାର କିଛି କାରଣ ଥାଇପାରେ। କିନ୍ତୁ ଏହି କାରଣରୁ ଝିଅ ଶିକ୍ଷାରୁ ବଞ୍ଚିତ ହୋଇପାରିବେ ନାହିଁ। ତେଣୁ ପିତାଙ୍କୁ ଅବିବାହିତ ଝିଅର ଉଚ୍ଚଶିକ୍ଷା ଖର୍ଚ୍ଚ ବହନ କରିବାକୁ ପଡିବ ।

ଚଳିତ ବର୍ଷ ଜାନୁଆରୀରେ ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ ଜଣେ ଅବିବାହିତା ଝିଅର ଭରଣପୋଷଣ ଦାୟିତ୍ୱ ଜଣେ ପିତାଙ୍କର କର୍ତ୍ତବ୍ୟ । ଏହାମଧ୍ୟରେ ଝିଅଙ୍କର ଶିକ୍ଷା ଏବଂ ବିବାହ ପାଇଁ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ।

ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ଭିପିନ ସାଙ୍ଗି ଏବଂ ଜସମିତ ସିଂଙ୍କ ନେତୃତ୍ୱରେ ଗଠିତ ଏକ ଡିଭିଜନ ବେଞ୍ଚ କହଥିଲେ ଯେ କନ୍ୟାଦାନ କରିବା ଏକ ହିନ୍ଦୁ ପିତାଙ୍କ ପବିତ୍ର ତଥା ଧାର୍ମିକ ଦାୟିତ୍ୱ। ଏଥିରୁ ସେ ପଛକୁ ଯାଇ ପାରିବେ ନାହିଁ। ଯଦିଓ ଜଣେ ଅବିବାହିତ ଝିଅ ଚାକିରୀ କରି ରୋଜଗାର କରୁଥାନ୍ତି, ତେବେ ଏହା ଅନୁମାନ କରାଯାଇପାରିବ ନାହିଁ ଯେ ସେ ବୈବାହିକ ଖର୍ଚ୍ଚ ପୂରଣ କରିବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri