ଓଡ଼ିଶାରେ ଟିଭିଏସ୍‌ ଆଇକ୍ୟୁବ୍‌ ଇଲେକ୍ଟ୍ରିକ୍‌ ସ୍କୁଟର ଉନ୍ମୋଚିତ

ଭୁବନେଶ୍ୱର,୩।୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟିଭିଏସ୍‌ ମୋଟରର ନୂଆ ଟିଭିଏସ୍‌ ଆଇକ୍ୟୁବ୍‌ ଇଲେକ୍ଟ୍ରିକ୍‌ ସ୍କୁଟର ସିରିଜକୁ ଓଡ଼ିଶା ବଜାରରେ ଉନ୍ମୋଚନ କରାଯାଇଛି। ବୁଧବାର ସ୍ଥାନୀୟ ଡୁମ୍‌ଡୁମାଠାରେ ଅବସ୍ଥିତ ଏକ ହୋଟେଲ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀ ୩ଟି ଭାରିଆଣ୍ଟ ‘ଟିଭିଏସ୍‌ ଆଇକ୍ୟୁବ୍‌, ଟିଭିଏସ୍‌ ଆଇକ୍ୟୁବ୍‌ ଏସ୍‌ଟି ଏବଂ ଟିଭିଏସ୍‌ ଆଇକ୍ୟୁବ୍‌ ଏସ୍‌ର ଅନାବରଣ ମଧ୍ୟ କରାଯାଇଛି। ଓଡ଼ିଶା ବଜାରରେ ଉକ୍ତ ଇ-ସ୍କୁଟରକୁ ବ୍ୟାପକ ଗ୍ରାହକ ସମର୍ଥନ ମିଳିବା ପରେ କମ୍ପାନୀ ତା’ର ବଜାର ପ୍ରବେଶ କରାଇଛି।

ସେହିଭଳି ଉପରୋକ୍ତ ସ୍କୁଟରଗୁଡ଼ିକରେ ବ୍ୟାପକ ଇଣ୍ଟେଲିଜେଣ୍ଟ କନେକ୍ଟେଡ୍‌ ସୁବିଧା ସୁଯୋଗ ମଧ୍ୟ ରହିଛି। ଏଥିରେ ୭ ଇଞ୍ଚ୍‌ ଟିଏଫ୍‌ଟି ଟଚ୍‌ସ୍କ୍ରିନ୍‌ ଏବଂ କ୍ଲିନ୍‌ ୟୁଆଇ ସହ ଇନ୍‌ଫିନିଟି ଥିମ୍‌ ପର୍ସନାଲାଇଜେଶନ, ଭଏସ୍‌ ଆସିଷ୍ଟ ଏବଂ ଟିଭିଏସ୍‌ ଆଇକ୍ୟୁବ୍‌ ଆଲେକ୍ସା ସ୍କିଲ୍‌ ସେଟ୍‌, ମ୍ୟୁଜିକ୍‌ ପ୍ଲେୟାର କଣ୍ଟ୍ରୋଲ, ଓଟିଏ ଅପ୍‌ଡେଟ୍‌, ପ୍ଲଗ୍‌ ଆଣ୍ଡ ପ୍ଲେ କ୍ୟାରି ସହିତ ଚାର୍ଜିଂ, ଯାନ ସ୍ବାସ୍ଥ୍ୟ ଓ ସୁରକ୍ଷା ନୋଟିଫିକେଶନ, ବିବିଧ ବ୍ଲୁଟୁଥ୍‌, କ୍ଲାଉଡ୍‌ କନେକ୍ଟିଭିଟି ବିକଳ୍ପ, ୩୨ ଲିଟର ଷ୍ଟୋରେଜ୍‌ ସ୍ଥାନ ଏବଂ ଆହୁରି ବହୁ କିଛି ବୈଶିଷ୍ଟ୍ୟ ସାମିଲ ରହିଛି। ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନୀର ବରିଷ୍ଠ ଉପ ସଭାପତି (ଫ୍ୟୁଚର ମୋବିଲିଟି) ମନୁ ସାକ୍‌ସେନା କହିଛନ୍ତି, ସମ୍ପୂର୍ଣ୍ଣ ଆକର୍ଷଣୀୟ ନୂଆ ଟିଭିଏସ୍‌ ଆଇକ୍ୟୁବ୍‌ ସିରିଜ ଏକ ବଡ଼ ଗ୍ରାହକବର୍ଗଙ୍କୁ ଅଧିକ ବିକଳ୍ପ ପ୍ରଦାନ କରୁଛି। ନୂଆ ଟିଭିଏସ୍‌ ଆଇକ୍ୟୁବ୍‌ରେ ଉଚ୍ଚ ରେଞ୍ଜ ସହ ବିବିଧ ଚାର୍ଜିଂ ବିକଳ୍ପ ସୁବିଧା ରହିଛି ଏବଂ ଏହା ଶ୍ରେଣୀର ମଧ୍ୟ ଅଗ୍ରଣୀ ଡିସ୍‌ପ୍ଲେ ଓ ୟୁଆଇ ବିକଳ୍ପ ସହ ଆସିଛି। ସେହିପରି ଟିଭିଏସ୍‌ ଆଇକ୍ୟୁବ୍‌ ସିରିଜରେ ୩ଟି ଭାରିଆଣ୍ଟ ଥିବାବେଳେ ୧୧ଟି ରଙ୍ଗ ଏବଂ ୩ଟି ଚାର୍ଜିଂ ବିକଳ୍ପରେ ମଧ୍ୟ ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri