‘ଜୟ ଶ୍ରୀରାମ’ ଗୀତ ଲଞ୍ଚ କରିବା ପୂର୍ବରୁ ପାଦରୁ ଚପଲ କାଢ଼ିଲେ ଖିଲାଡ଼ି କିଙ୍ଗ୍‌; ହୃଦୟ ଜିଣୁଛି ଭିଡିଓ…

ବମ୍ବେ: ଲଗାତାର ଭାବେ ଚର୍ଚ୍ଚାରେ ରହୁଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ରାମ ସେତୁ’। ଆସନ୍ତା ଦୀପାବଳିରେ ଏହା ପରଦାକୁ ଆସିବ। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା। ଏଥିରେ ଦର୍ଶକଙ୍କୁ ବ୍ୟାକ୍‌ଗ୍ରାଉଣ୍ଡରେ ଚାଲୁଥିବା ‘ଜୟ ଶ୍ରୀରାମ’ ଗୀତ ବେଶ ପସନ୍ଦ ଆସିଥିଲା। ଉତ୍ସାହକୁ ଦେଖି ନିର୍ମାତା ଏହି ଗୀତକୁ ଗୁରୁବାର ରିଲିଜ କରିଥିଲେ। ଏଯାବତ ୟୁଟ୍ୟୁବ୍‌ରେ ଏହାକୁ ୧୦ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଏସବୁ ମଧ୍ୟରେ ଏବେ ଫିଲ୍ମର ଅଭିନେତା ଅକ୍ଷୟ କୁମାରଙ୍କ ବ୍ୟବହାର ଏବେ ସମସ୍ତଙ୍କ ହୃଦୟ ଜିଣିଛି।

ଗୀତର ଲଞ୍ଚ ସମାରୋହରେ ଅକ୍ଷୟ ପ୍ରଶଂସକଙ୍କ ସହ କଥା ହୋଇଥିଲେ। ପରେ ସେ ନିଜେ ‘ଜୟ ଶ୍ରୀରାମ’ ଗୀତ ଗାଇବେ ବୋଲି କହିଥିଲେ। ଏମିତି କରିବା ପୂର୍ବରୁ ସେ ନିଜର ଚପଲ ଓହ୍ଲାଇଥିଲେ। ଗୀତ ଲଞ୍ଚ ହେବା ପରେ ସେ ମଧ୍ୟ ଷ୍ଟେଜରେ ଗୀତ ଗାଉଥିବା ଦେଖାଯାଇଛି। ଏହି ଘଟଣାର ଭିଡିଓ ଏବେ ବେଶ ଭାଇରାଲ ହେଉଛି। ବଡ଼ ଅଭିନେତା ହେଲେ ହେଁ ସେ ହିନ୍ଦୁ ପରମ୍ପରାକୁ ସମ୍ମାନ ଜଣାଇଥାନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ବେଶ ପସନ୍ଦ କରାଯାଉଛି।

‘ରାମ ସେତୁ’ ବିଷୟରେ କଥା ହେଲେ ଏହା ଚଳିତ ବର୍ଷ ରିଲିଜ ହୋଇଥିବା ଅକ୍ଷୟଙ୍କ ଚତୁର୍ଥ ଫିଲ୍ମ। ଏହା ପୂର୍ବରୁ ରିଲିଜ ହୋଇଥିବା ଅକ୍ଷୟଙ୍କ ତିନୋଟିଯାକ ଫିଲ୍ମ ଫ୍ଲପ ହୋଇଛି। ଏଣୁ ଏହି ଫିଲ୍ମ ଉପରେ ପ୍ରଶଂସକଙ୍କ ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲେ ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri