Posted inଜାତୀୟ

ଗ୍ୟାଙ୍ଗଷ୍ଟରଙ୍କ ଉପରେ ଆକ୍ସନ, ଦିଲ୍ଲୀ-ପଞ୍ଜାବ ସମେତ ୫ ରାଜ୍ୟର ୪୦ରୁ ଅଧିକ ସ୍ଥାନରେ ଏନଆଇଏ ଚଢାଉ

ନୂଆଦିଲ୍ଲୀ,୧୮ ।୧୦: ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି(ଏନଆଇଏ) ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ମଙ୍ଗଳବାର ଏନଆଇଏ ପକ୍ଷରୁ ସାରା ଦେଶର ପ୍ରାୟ ୫ ରାଜ୍ୟରେ ୪୦ରୁ ଅଧିକ ସ୍ଥାନରେ ଚଢାଉ ଆରମ୍ଭ କରିଛି । ଏହି ଚଢାଉ ଦେଶ ତଥା ବିଦେଶରେ ଥିବା ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଭାଙ୍ଗିବାକୁ କରାଯାଇଛି । ଏନଆଇଏ ଦ୍ୱାରା ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ହରିୟାଣା ଓ ଉତ୍ତର ପ୍ରଦେଶର ୪୦ରୁ ଅଧିକ ସ୍ଥାନରେ ଚଢାଉ କରାଯାଉଛି । ଲରେନ୍ସ ବିଶ୍ନୋଇ , ନିରଜ ବଭାନା ସମେତ କିଛି ଗ୍ୟାଙ୍ଗ ସହ ଜଡିତ ଲୋକଙ୍କ ଘର ଓ କାର୍ଯ୍ୟାୟଳ ଉପରେ ଚଢାଉ କରାଯାଉଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୨ ସେପ୍ଟେମ୍ବରରେ ଏନଆଇଏ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ-ଏନସିଆରରେ ୫୦ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା । ଚଳିତ ବର୍ଷ ଅଗଷ୍ଟ ୨୬ରେ ଦିଲ୍ଲୀ ପୋଲିସ ୨ଟି ମାମଲା ରୁଜୁ କରିଥିଲା । ଏହି ମାମଲାରେ ଏନଆଇଏ ଯାଞ୍ଚ ନିଜ ହାତକୁ ନେଇ ଚଢାଉ ଆରମ୍ଭ କରିଥିଲା । ଦେଶ ଓ ବିଦେଶରେ ଥିବା କେତେଜଣ ଗ୍ୟାଙ୍ଗଷ୍ଟର ଦେଶରେ ଆତଙ୍କବାଦୀ ଓ ଆତଙ୍କବାଦୀ ଗତିବିଧି ଚଲାଇଥିବାରୁ ଏମିତି ଗ୍ୟାଙ୍ଗଷ୍ଟରଙ୍କୁ ଚିହ୍ନଟ କରି ମାମଲା ରୁଜୁ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୫୬,୦୦୦ ପାକିସ୍ତାନୀ ଭିକାରିଙ୍କୁ ତଢ଼ିଲା ସାଉଦି ଆରବ

ନୂଆଦିଲ୍ଲୀ,୧୮ା୧୨: ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

୧୪ ଲକ୍ଷର ଗାଡ଼ିରେ ୧୦ ଲକ୍ଷ ଟଙ୍କା ମୋଡିଫିକେସନ ଖର୍ଚ୍ଚ, ବ୍ୟାକଫୁଟରେ ସରକାର

ଭୁବନେଶ୍ୱର,୧୮ା୧୨: ଓଡ଼ିଶା ବନ ବିଭାଗ ପକ୍ଷରୁ କିଣାଯାଇଥିବା ମହିନ୍ଦ୍ରା ‘ଥର୍’ ଗାଡ଼ିର ମୋଡିଫିକେସନ ଖର୍ଚ୍ଚକୁ ନେଇ ଏବେ ବଡ଼ ବିବାଦ ମୁଣ୍ଡ ଟେକିଛି। ୫୧ଟି ଥର୍...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

‘ଆଗକୁ ବଢ଼ିବେ ଚାଷୀ, ସରକାରୀ ଯୋଜନାରେ ସାମିଲ ହୋଇ ହେବେ ଉପକୃତ’

ଭଞ୍ଜନଗର,୧୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପଡ଼ିଆରେ ଗୁରୁବାର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲାପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri