Posted inଜାତୀୟ

କେଜରିୱାଲଙ୍କୁ ବିରୋଧିଙ୍କ ଟାର୍ଗେଟ, ବିନା ସର୍ତ୍ତରେ ମାଗନ୍ତୁ କ୍ଷମା

ନୂଆଦିଲ୍ଲୀ,୧୮ ।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୋଟିଏ ଦିନ ପୂର୍ବରୁ ମନୀଷ ସିସୋଡିଆଙ୍କୁ ଭଗତ ସିଂଙ୍କ ସହ ତୁଳନା କରିଥିଲେ । ଯାହାକୁ ନେଇ ଏବେ ବିବାଦ ଉଠିଛି । ଭାରତୀୟ ଜନତା ପାର୍ଟି(ଭାଜପା)ର ମହାସଚିବ ଜୀବନ ଗୁପ୍ତା କହିଛନ୍ତି ଏଏପି ସୁପ୍ରିମୋ ଅରବିନ୍ଦ କେଜରିୱାଲ ଦିଲ୍ଲୀର ମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଦେଶର ମହାନାୟକ ଭଗତ ସିଂଙ୍କ ସହ ତୁଳନା କରିବା ଭୁଲ । ସେ କହିଛନ୍ତି ଯାହାଙ୍କ ନାମରେ ଭ୍ରଷ୍ଟାଚାର ଅଭିଯୋଗ ରହିଛି ତାଙ୍କୁ ଦେଶର ଆଦର୍ଶ ଶହୀଦଙ୍କ ସହ ତୁଳନା କରିବା ଶହୀଦଙ୍କ ଅପମାନ ଓ ଏହା ନିନ୍ଦନୀୟ । ଜୀବନ ଗୁପ୍ତା ଆହୁରି ମଧ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ଭ୍ରଷ୍ଟାଚାର ଓ ଅନ୍ୟ ମାମଲାରେ ସିବିଆଇ ତଥା ଅନ୍ୟ ଯାଞ୍ଚ ଏଜେନ୍ସିର ସାମ୍ନା କରୁଛନ୍ତି ତାଙ୍କର ତୁଳନା ୨୩ ବର୍ଷ ବୟସରେ ଦେଶପାଇଁ ପ୍ରାଣବଳୀ ଦେଇଥିବା ଶହୀଦ ଭଗତ ସିଂ ସହ କେମିତି କରାଯିପାରିବ ।
କେବଳ ଭାଜପା ନୁହେଁ ଅନ୍ୟ କିଛି ରାଜନୈତିକ ଦଳ ବି କେଜରିୱାଲଙ୍କୁ ବିରୋଧ କରିଛନ୍ତି । କଂଗ୍ରେସ ନେତା ସୁଖପାଲ ସିଂ ଖୈରା କେଜରିୱାଲଙ୍କୁ କ୍ଷମା ମାଗିବାକୁ କହିଛନ୍ତି । ସେ ଟୁଇଟ କରି ଲେଖିଛନ୍ତି, ଅରବିନ୍ଦ କେଜରିୱାଲ ଶହୀଦ ଭଗତ ସିଂ ଓ ଅନ୍ୟ ଶହୀଦଙ୍କ ଅପମାନ କରିଛନ୍ତି । ତେଣୁ ସେ ବିନା ସର୍ତ୍ତରେ କ୍ଷମା ମାଗନ୍ତୁ । କେଜରିୱାଲ ଭାରତକୁ ଲୁଟୁଛନ୍ତି, ହେଲେ ଭଗତ ସିଂ ଭାରତ ପାଇଁ ନିଜ ଜୀବନ ଦେଇ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଷ ପାଇଁ କଠୋର ହେଲା ପୋଲିସ: ଚାଷୀଙ୍କୁ ଦେଲା ଚେତାବନୀ

ଦାରିଙ୍ଗବାଡି,୧୯।୧୨(ଅରୁଣ ସାହୁ):ଏଥର ଆଉ ଗଞ୍ଜେଇ ନୁହେଁ, ପନିପରିବା, ଷ୍ଟ୍ରବେରୀ, ମକା, ଜୈବିକ ହଳଦୀ, କ୍ଷୁଦ୍ରଦାନା ଚାଷକୁ ଅଧିକା ଗୁରୁତ୍ୱ ଦିଅ। ଗଞ୍ଜେଇ ଚାଷ କଲେ ପୋଲିସ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

ମହିଳାଙ୍କୁ ଯୌନ ଉତ୍ପୀଡନରୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ

ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...

କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ...

ରକ୍ତ ନେଇ HIV ସଂକ୍ରମିତ ହେଲେ ଥାଲାସେମିଆ ପୀଡିତ ୫ ଶିଶୁ: ୨ ଡାକ୍ତର ସସପେଣ୍ଡ

ନୂଆଦିଲ୍ଲୀ,୧୯ା୧୨: ମଧ୍ୟପ୍ରଦେଶର ସତନା ଜିଲାରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଥାଲାସେମିଆ ରୋଗରେ ପୀଡ଼ିତ ୫ ଜଣ ଶିଶୁଙ୍କୁ ସରକାରୀ ଡାକ୍ତରଖାନାରେ ରକ୍ତ ଦିଆଯିବା...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri