ମାଧବବାବୁଙ୍କ ଠିକା ଚାକିରି

ଶୁଭନାରାୟଣ ଶତପଥୀ

ସାଙ୍ଗମାନଙ୍କ ମେଳିରେ ମାଧବବାବୁ କହୁ କହୁ କହିପକାଇଲେ ଯେ ବୁଝିଲ ସାଙ୍ଗ, ମୋ ଭଳି ବୋକା ଦୁନିଆରେ ନାହିଁ। ଠିକା ଚାକିରି ଅର୍ଥାତ୍‌ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ପାଇଁ ଚୁକ୍ତିକରି ଆଜି ଯାଏଁ କାମ କରୁଛି ଆଉ ଏବେ କପାଳରେ ହାତ ମାରୁଛି ମୋର ଚାକିରିଟା କାହଁି ସ୍ଥାୟୀ ହେଉନାହିଁ। ସାଙ୍ଗ ଜଣକ କହିଲେ, ହଇରେ ମାଧିଆ ତୁ ତ ଚାକିରି କରିବା ବୋଧହୁଏ ପନ୍ଦର ବର୍ଷ ହେଲାଣି। ତୋ ଠିକାର ଅବଧି କେତେ ଥିଲା କି? ମୋ ଜାଣିବାରେ ସେ ଅବଧି ଢେର ପୂର୍ବରୁ ସରିଗଲାଣି। ଏବେ ସେହି ଏକା କାର୍ଯ୍ୟରେ ସେହି ଏକା ପାରିଶ୍ରମିକରେ ତ ନିୟୋଜିତ ହୋଇ ରହିଛୁ। ତଥାପି ଏହି ଠିକା ଚାକିରିରେ ଛଟେଇ ଭୟ, କମ୍‌ ପାରିଶ୍ରମିକ ସହିତ ଅନ୍ୟାନ୍ୟ ସୁବିଧାରୁ ତୁ ବଞ୍ଚତ୍ତ। ତୁମ ଭଳି ଅଭିଜ୍ଞତାସମ୍ପନ୍ନ କର୍ମଚାରୀ ଆବଶ୍ୟକତାଠାରୁ କମ୍‌ ଦରମାରେ କାମକରି ଲୋକଙ୍କୁ ସେବା ଯୋଗାଇବା କିଛି କମ୍‌ କଥା ନୁହେଁ। ତେବେ ତୁମର ପରା ଠିକା ବ୍ୟବସ୍ଥା ଏବେ ଉଚ୍ଛେଦ ହେଲା! ମାଧବବାବୁ କହିଲେ, ଆମେ ପରା ସ୍ବାସ୍ଥ୍ୟ, ଶିକ୍ଷା, ପରିମଳ, ଜୀବିକା, ଶିଶୁ ସୁରକ୍ଷା ଆଦି ବିଭିନ୍ନ ମିଶନ, ସମିତି, ଯୋଜନା ଅନ୍ତର୍ଗତ ଠିକା କର୍ମଚାରୀ। ଆମ ଦୁଃଖ କୋଉଠି ଦୂର ହେଲା ଯେ? ଅନିଶ୍ଚିତତା ଭିତରେ କାହିଁକି ରହିବ, ସ୍ଥାୟୀ ସ୍ବୀକୃତି ପାଇବା ପାଇଁ ତୁମର ଦାବି ରଖୁନ କହିଲେ ଜଣେ ସାଙ୍ଗ। ମାଧବବାବୁ ଉତ୍ତର ଦେଲେ, ଦାବି କ’ଣ, କେସ୍‌ କରିଛୁନା। ହଉ ହେଲା ବିଚାରାଧୀନ ପ୍ରକ୍ରିୟା ଶେଷ ହେବାଯାଏଁ ଏବେ ତୁମକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସାଙ୍ଗ ଜଣକ କହିଲେ। ଏକଥା ଶୁଣି ମନଟା ଗମ୍ଭୀର ହୋଇଗଲା ମାଧବବାବୁଙ୍କର।
ବାସ୍ତବରେ ମାଧବବାବୁ କଲେଜରେ ପଢୁଥିବା ବେଳେ ହଠାତ୍‌ ତାଙ୍କ ପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ତାଙ୍କ ପିତା ଚାକିରିରେ ଥିବାରୁ ସେ ଅନୁକମ୍ପାମୂଳକ ଯୋଜନାରେ ଏକ ସ୍ଥାୟୀ ଚପରାସୀ ପଦବୀର ଅଫର ପାଇଲେ। ସଫଳତାର ଶୀର୍ଷରେ ତାଙ୍କୁ ଏମିତି ଏକ ଅଫର ମିଳିବା ପରେ ତାଙ୍କ ମନଟା ପାଣିଚିଆ ହୋଇଗଲା। କାରଣ ମାଧବବାବୁ ହେଉଛନ୍ତି ଯୋଗ୍ୟତାରେ ଡବଲ ଏମ୍‌ଏ, ଏଲ୍‌ଏଲ୍‌ବି। ଭାବିଥିଲେ ଅତିକମ୍‌ରେ ଚପରାସୀ ଉପର ସ୍ଥାୟୀ ଚାକିରିଟା ମିଳିଯିବ ବୋଲି। ପରେ ନିଜର ଦକ୍ଷତା ଓ ସ୍ବାଭିମାନକୁ ପୁଞିକରି ଏକ ଠିକା ଚାକିରିରେ ଯୋଗଦେଲେ। କାରଣ ସଭିଁଙ୍କ ଭଳି ତାଙ୍କର ଧାରଣା ଯେ ଠିକା ଚାକିରି ଦିନେନା ଦିନେ ନିଶ୍ଚୟ ନିୟମିତ ହେବ। ସେ ଯାହା ହେଉନା କାହିଁକି ମାଧବବାବୁଙ୍କ ବୟସ ଚାଳିଶ ଟପିଲାଣି। ଆଉ ବାକି କିଛି ବର୍ଷ କାମକଲା ପରେ ପରିଣତ ବୟସରେ ଉପନୀତ ହେବେ ଓ ସେ ଏ ବ୍ୟବସ୍ଥାରୁ ବିଦାୟ ନେବେ। ସେ ସିନା ନିଜ ପସନ୍ଦ ମୁତାବକ ସେବାକର୍ମ କରି ଆମତ୍ତୃପ୍ତି ଲାଭକଲେ, କିନ୍ତୁ ତାଙ୍କ ପାରିଶ୍ରମିକକୁ ନେଇ ଦୈନନ୍ଦିନ ବଜାର ସହ ଲଢେଇ, ନିଅଣ୍ଟିଆ ସମ୍ମାନ ଓ ଅନିଶ୍ଚିତ ଭବିଷ୍ୟତ ଆଦି ତାଙ୍କୁ ଆମତ୍ସନ୍ତୋଷ ପ୍ରଦାନ କରିପାରୁନାହିଁ। କାରଣ ଏହି ଠିକା ଚାକିରିରେ ଯୋଗଦେବାବେଳେ ପାରିଶ୍ରମିକ ଯାହା ଥିଲା ଆଜି ବି ପ୍ରାୟ ସେଇଆ। ବେଳେବେଳେ ଭାବୁଛନ୍ତି ସେହି ଅନୁକମ୍ପାମୂଳକ ଚାକିରିଟା କରିଥିଲେ ହୁଏତ ଏ ଠିକା ଚାକିରିର ପାରିଶ୍ରମିକଠାରୁ ଏବେ ୨ଗୁଣ ଅଧିକ ପାଉଥାନ୍ତି। କାରଣ ବଜାର ଦରଦାମ ଦୁଇଗୁଣ, ତିନିଗୁଣ ହୋଇଥିବା ବେଳେ ଏ ଦରମାକୁ ନେଇ ପରିବାର ଚଳାଇବା କଷ୍ଟକର ବ୍ୟାପାର। କିନ୍ତୁ କରିବେ କ’ଣ। ତଥାପି ପ୍ରତିଦିନ ଖବରକାଗଜ ପୃଷ୍ଠା ଓଲଟାଇ ଦେଖୁଛନ୍ତି ଘଡ଼ିକେ ଘୋଡ଼ା ଛୁଟୁଥିବା ବ୍ୟବସ୍ଥାରେ କାଳେ କ’ଣ ଆମ ବିଷୟରେ ନିଷ୍ପତ୍ତି ହେଲା କି?
ମାଧବବାବୁଙ୍କ ଆଉ ଜଣେ ସାଙ୍ଗ ରାଘବ ରାସ୍ତାକଡ଼ରେ ଚିକେନ ବ୍ୟବସାୟ କରେ। ସେଦିନ ଚିକେନ କିଣିବାକୁ ଯାଇଥିବା ମାଧବବାବୁଙ୍କ ପାଟିରୁ ବାହାରିପଡ଼ିଲା, ହଇରେ ରାଘବ ତୋର ତ କ’ଣ ମୁଣ୍ଡରେ ଗୋଟିଏ ଚୁଟି ପାଚିନି! ରାଘବ ତୁରନ୍ତ ପାଲଟା ଉତ୍ତରରେ କହିଲା, ତୋର ଚୁଟି ପାଚିବନି କେମିତି। ମୋଟା ଅଙ୍କ ପାଇଲୁ, ଦିନ ସାରା ଏସିରେ ବସିଲୁ ଆଉ ଆମ ଭଳି ତୁ କ’ଣ ଖରାକାକରରେ କାମ କରୁଛୁ? ଉତ୍ତର ରଖିବାକୁ ମାଧବବାବୁଙ୍କ ପାଟିରେ ଭାଷା ନ ଥିଲା। ଠିକା ଚାକିରିଆଙ୍କ ଉଦ୍ଦେଶ୍ୟରେ ରାଘବ ଭଳି ଭାବନା ଥିବା ବ୍ୟକ୍ତିଙ୍କର ସମାଜରେ ଅଭାବ ନାହିଁ। ବିଚରା ମାଧବବାବୁ ସେଠାରେ ନିଜର ପରିସ୍ଥିତି ବଖାଣିବାକୁ ଉଚିତ ମଣିଲେ ନାହିଁ। ଖାଲି ଏତିକି କହିଲେ, ସେମାନେ ବି ଯଦି ତୋ ଭଳି ଭାବିଥାନ୍ତେ ବୋଧହୁଏ ମୋର ବିବାହ ଦଶବର୍ଷ ଡେରି ହୋଇ ନ ଥାନ୍ତା। ସେଥିପାଇଁ ରାଘବ ପୁଅ ଦଶମ ଶ୍ରେଣୀରେ ଆଉ ମାଧବବାବୁଙ୍କ ପୁଅ ପ୍ରଥମ ଶ୍ରେଣୀରେ।
ଆଉ ଏକ ଦିନ ମାଧବବାବୁ ଅଫିସ କାମରେ ଏକ ଚାରିଚକିଆ ଯାନରେ ଗସ୍ତ କରୁଥାନ୍ତି। ବାଟରେ ତାଙ୍କର ଜଣେ ବାଲ୍ୟବନ୍ଧୁ ଦେଖାହେଲେ। ବନ୍ଧୁ ଜଣକ ସିଧା ଆସି ମାଧବବାବୁଙ୍କ ପାଖରେ ବସି ପଡ଼ି କହିଲେ, ତୋର କ’ଣ ଚିନ୍ତା ଅଛି। ଏସି ଗାଡ଼ିରେ ବୁଲୁଛୁ, ଦରମା ଉପୁରି ପାଇ ପେଟ ବଢ଼େଇ ସାରିଲୁଣି। ଏବେ ପୁଣି ତମର ଠିକା ବ୍ୟବସ୍ଥା ଉଠିଗଲା। ମୁଁ ବ୍ୟବସାୟକରିି ଟ୍ୟାକ୍ସ ଭରି ମାତ୍ର ଲକ୍ଷେ ଦେଢ଼ଲକ୍ଷ ଟଙ୍କା ରୋଜଗାର କରୁଛି। ମୋତେ ତୋରି ଭଳି ଏକ ଚାକିରି ମିଳିଥାନ୍ତା କି। ମାଧବବାବୁ ବିରକ୍ତ ହୋଇ କହିଲେ, ତୁମ ମନରେ ଏସବୁ ଭ୍ରାନ୍ତଧାରଣା କାହିଁକି ଭରି ରହିଛି? ବ୍ୟବସାୟୀ ବନ୍ଧୁ କହିଲେ, ତୁମେ ସବୁ ଚାକିରିଆ ଏମିତି। ଆର୍‌ଟିଆଇରେ ତଥ୍ୟ ନ ମାଗିବା ପର୍ଯ୍ୟନ୍ତ ଦରମାଟାକୁ ଲୁଚାଇଥିବ। ମାଧବବାବୁ ମନେମନେ ଭାବିଲେ କଥାଟାକୁ ଆଗକୁ ନ ବଢ଼ାଇ ଏତିକିରେ ସୀମିତ ରଖିଲେ ଭଲ। ନ ହେଲେ ସତରେ ଯଦି ମୋ ଦରମାଟା ଏତେ କମ୍‌ ବୋଲି ଜାଣିବ ତେବେ ମୋର ଇଜ୍ଜତଟା ରହିବଟି ? କାରଣ ସମାଜରେ ଅନେକ ଲୋକ ଦରମା ବା ଅର୍ଥ ରୋଜଗାରକୁ ନେଇ ମଣିଷର ଓଜନ ତଉଲିଥାନ୍ତି।
ସେ ଯାହା ହେଉନା କାହିଁକି ନିଜର ଅଦେଖା, ଅକୁହା କଥାକୁ ଅଣ୍ଟିରେ ପୂରାଇ ଅନେକ ଠିକା କର୍ମଚାରୀ ଏମିତି ଦୈନନ୍ଦିନ ଯୁଝିହେଉଛନ୍ତି ହାଟଠାରୁ ସଉଦା, ଭ୍ରମଣଠାରୁ ଅନଟନ, ପିଲାଙ୍କ ପାଠପଢ଼ାଠାରୁ ବୟୋଜ୍ୟେଷ୍ଠଙ୍କ ଭରଣପୋଷଣ ଯାଏଁ। ଏହାରି ଭିତରେ ଯୋଗ୍ୟତା ସାଙ୍ଗକୁ ସୀମିତ ସମ୍ବଳରେ ସାମାଜିକ, ସାଂସ୍କୃତିକ କାର୍ଯ୍ୟରେ ନିଜକୁ ଖାପଖୁଆଇବା ଓ ନିୟନ୍ତ୍ରଣ କରି ଚଳାଇନେବାର ଦକ୍ଷତା ହାସଲକରି ସାରିଲେଣି ମାଧବବାବୁଙ୍କ ପରି ଲୋକେ। ତେବେ ନିରନ୍ତର, ସ୍ଥାୟୀ, ନିୟମିତ ଭଳି କାମ କରିଆସୁଥିବା ଏହି ଅଭିଜ୍ଞତାସମ୍ପନ୍ନ ଠିକା କର୍ମଚାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଦେଇ ନିୟମିତ ତଥା ଏକ ସମତୁଲ ପାରିଶ୍ରମିକ ପ୍ରଦାନ କରାଗଲେ କ୍ଷତି କ’ଣ? ଜରୁରୀ ଚିକିସତ୍ା ପାଇଁ ଓ ପରିଣତ ବୟସ ସମୟରେ ନିଜର ଖର୍ଚ୍ଚ ତୁଲାଇବାକୁ ସେମାନେ କିଛି ସଞ୍ଚୟ କରିପାରନ୍ତେ। କାରଣ ଅନ୍ୟ କୌଣସି ସୁବିଧାରୁ ବଞ୍ଚିତ ଥିବା ଉକ୍ତ ଗୋଷ୍ଠୀଙ୍କର ଏହି ଗୋଟିଏ ଆୟ ଉତ୍ସ, ତାହା ପୁଣି ବଜାର ତୁଳନାରେ ନଗଣ୍ୟ। ଏଣୁ ସେମାନଙ୍କ ସ୍ବାସ୍ଥ୍ୟବୀମା, ଭବିଷ୍ୟନିଧି, ନିୟମିତ ବର୍ଦ୍ଧିତ ଭତ୍ତା, ପେନ୍‌ସନ ଆଦି ସୁନିଶ୍ଚିତ କରିବାର ପ୍ରୟାସ ମାଧବବାବୁଙ୍କ ଭଳି ଠିକା ଚାକିରିଆଙ୍କ ମୁହଁରେ ହସ ଫୁଟାଇପାରନ୍ତା।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri