Posted inଜାତୀୟ

ବାହାର ନେତାଙ୍କୁ ଦାୟିତ୍ୱ ଦେଲା ଭାଜପା

ନୂଆଦିଲ୍ଲୀ,୧୭।୧୦ : ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଡିସେମ୍ବର ୪ ସୁଦ୍ଧା ଭୋଟ ହୋଇପାରେ ବୋଲି କୁହାଯାଉଛି। ଦୀର୍ଘ ୨୭ ବର୍ଷ ଧରି ଏହି ରାଜ୍ୟରେ କ୍ଷମତାରେ ଥିବା ଭାଜପା ଏଥର ତ୍ରିମୁଖୀ ଲଢ଼େଇର ସମ୍ମୁଖୀନ ହେବାକୁ ଯାଉଛି। ପ୍ରଥମ ଥର ନିର୍ବାଚନ ଲଢ଼ିବାକୁ ଯାଉଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ଠାରୁ ଭାଜପା କଡ଼ା ଟକ୍କରର ସମ୍ମୁଖୀନ ହୋଇପାରେ।

ଏଏପି ସେଠାରେ ଏପର୍ଯ୍ୟନ୍ତ ୫୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲାଣି। ଏଥିସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ବାରମ୍ବାର ଗୁଜରାଟ ଗସ୍ତରେ ଯାଇ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଅନେକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଭାଜପା ଗୁଜରାଟର ସବୁ ଆସନର ନିର୍ବାଚନ ପରିଚାଳନା କରିବା ଲାଗି ବିଭିନ୍ନ ରାଜ୍ୟରୁ ଅଭିଜ୍ଞ ପରିଚାଳକ ଏବଂ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଦାୟିତ୍ୱ ଦେଇଛି। ସେମାନଙ୍କୁ ବିଭିନ୍ନ ଜିଲା ଦାୟିତ୍ୱ ଦିଆଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପଡୋଶୀ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସମେତ ଉତ୍ତରପ୍ରଦେଶର ନେତାମାନଙ୍କୁ ମଧ୍ୟ ଗୁଜରାଟ ନିର୍ବାଚନ ପ୍ରଚାର ଦାୟିତ୍ୱ ଦିଆଯାଇଛି। ସେମାନେ ସ୍ଥାନୀୟ ନେତାମାନଙ୍କ ସହ ସମନ୍ବୟ ରକ୍ଷାକରି ପ୍ରାର୍ଥୀ ଚୟନ ନେଇ କେନ୍ଦ୍ରୀୟ ନେତୃତ୍ୱକୁ ଫିଡ୍‌ବ୍ୟାକ୍‌ ଦେବେ।

ମିଳିଥିବା ସୂଚନା ଅନୁଯାୟୀ ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେଙ୍କୁ ବଡୋଦରା ଏବଂ ଛୋଟ ଉଦୟପୁର ଜିଲା ଦାୟିତ୍ୱ ଦିଆଯାଇଥିବାବେଳେ ସି.ଟି. ରବି ଏବଂ ତରୁଣ ଚୁଗ୍‌ଙ୍କୁ ଯଥାକ୍ରମେ ଆନନ୍ଦ ଏବଂ ଜାମନଗର ଜିଲା ଦାୟିତ୍ୱ ମିଳିଛି। ସେହିପରି ମଧ୍ୟପ୍ରଦେଶ ମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କୁ ବନସକଣ୍ଠା, ୟୁପି ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂଙ୍କୁ କଚ୍ଛ ଜିଲା ଦାୟିତ୍ୱ ଦିଆଯାଇଛି।

ମଧ୍ୟପ୍ରଦେଶ ମନ୍ତ୍ରୀ ଅରବିନ୍ଦ ସିଂ ଭଦୋରିଆ ଏବଂ ଇନ୍ଦର ସିଂ ପାର୍‌ମାରଙ୍କୁ ଯଥାକ୍ରମେ ଭରୁଚ୍‌ ଓ ଖେଡ଼ା ଦାୟିତ୍ୱରେ ରଖାଯାଇଛି। ବିହାର ଭାଜପା ନେତା ନୀତୀନ ନବୀନ ସୁରଟ ଦାୟିତ୍ୱରେ ଅଛନ୍ତି। ରାଜସ୍ଥାନ ସୀମାନ୍ତବର୍ତ୍ତୀ ଗୁଜରାଟର ୪୬ଟି ଆସନ ଉପରେ ଫୋକସ କରିବାକୁ ସମ୍ପୃକ୍ତ ରାଜ୍ୟର ଭାଜପା ନେତାମାନଙ୍କୁ କୁହାଯାଇଛି। ରାଜସ୍ଥାନ ଭାଜପା ବିଧାୟକ ନାରାୟଣ ସିଂ ଦଓ୍ବୋଲଙ୍କୁ ସେମାନଙ୍କ ସଂଯୋଜକ ନିଯୁକ୍ତ କରାଯାଇଛି। ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ୨୦୧୭ ନିର୍ବାଚନରେ ଭାଜପା ୯୯ ଆସନ ଜିତିଥିବାବେଳେ କଂଗ୍ରେସକୁ ୭୭ ଆସନ ମିଳିଥିଲା। ସ୍ବାଧୀନ ଓ ଅନ୍ୟାନ୍ୟ ଦଳ ୬ଟି ଆସନ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri