Posted inଖେଳ

‘ଆମେରିକା ସମକକ୍ଷ ପ୍ରଦର୍ଶନ କରିପାରିଲୁନି’

ଭୁବନେଶ୍ୱର, ୧୩।୧୦: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ରେ ଭାରତ ଏହାର ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ବରଣ କରିଛି। ଆମେରିକା ୮-୦ ଗୋଲରେ ବିଜୟ ସହ ଆଗକୁ ବଢ଼ିଛି। ଏଜ୍‌ ଗ୍ରୁପ୍‌ରେ ବିଶ୍ୱର ନମ୍ବରଓ୍ବାନ ଦଳ ଆମେରିକାର ସମକକ୍ଷ ପ୍ରଦର୍ଶନ କରିପାରି ନ ଥିଲା ୫୮ ର଼୍ୟାଙ୍କ୍‌ପ୍ରାପ୍ତ ଭାରତ। ଭାରତ କୋଚ୍‌ ଥୋମାସ ଡେନର୍ବି ଏହା ସ୍ବୀକାର କରିଛନ୍ତି। ”ଆମେ ଆମେରିକା ଷ୍ଟାଣ୍ଡାର୍ଡର ପ୍ରଦର୍ଶନ କରିପାରିଲୁନି। ତେବେ ଭାରତୀୟ ଦଳ ଉନ୍ନତ ପ୍ରଦର୍ଶନ କରିବାର ଦକ୍ଷତା ରଖିଛି ବୋଲି ମ୍ୟାଚ ପରବର୍ତ୍ତୀ ଖବରଦାତା ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି। ”ଭାରତ ଏତେଗୁଡ଼ିଏ ଗୋଲ ବରଣ କରିବ ବୋଲି କେବେ ଆଶା କରି ନ ଥିଲି। କାରଣ ୨ ସପ୍ତାହ ପୂର୍ବରୁ ସ୍ବିଡେନ ବିପକ୍ଷ ମ୍ୟାଚରେ ଆମ ଦଳ ଭଲ ଡିଫେଣ୍ଡ କରିଥିଲା। ଆମେରିକା ବିପକ୍ଷରେ ଆମେ ୨ଟି ଶଟ୍‌ ଟାର୍ଗେଟ କରିଥିଲୁ। ମାତ୍ର ସତ କହିବାକୁ ଗଲେ ସ୍ବିଡେନ ବିପକ୍ଷ ମ୍ୟାଚ ଅପେକ୍ଷା ଆମେରିକା ଉଚ୍ଚସ୍ତରର ଗେମ୍‌ ଖେଳିଲା ବୋଲି ସେ କହିଛନ୍ତି।

୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ ପାଇଁ ଭାରତ ଭଲଭାବେ ନିଜକୁ ପ୍ରସ୍ତୁତ କରିଛି ବୋଲି ଟୁର୍ନାମେଣ୍ଟ ପୂର୍ବରୁ ଡେନର୍ବି ପ୍ରକାଶ କରିଥିଲେ। ମାତ୍ର ଆମେରିକା ଯେଉଁ ଷ୍ଟାଣ୍ଡାର୍ଡର ଗେମ୍‌ ଖେଳିଲା ସେଭଳି ପ୍ରତିଦ୍ୱନ୍ଦ୍ୱୀ ଭାରତ କେବେ ପାଇ ନ ଥିଲା ବୋଲି ଏବେ ଡେନର୍ବି କହିଛନ୍ତି। ୧୭ ବର୍ଷରୁ କମ୍‌ ଭାରତୀୟ ଦଳ ରୋମାନିଆ ବିପକ୍ଷରେ ୨ଟି ମ୍ୟାଚ ଖେଳି ଗୋଟିଏରେ ଜିତିଥିଲା ଏବଂ ଅନ୍ୟଟି ଡ୍ର ରଖିଥିଲା। ଇଟାଲୀଠାରୁ ୦-୭, ନେଦରଲାଣ୍ଡ୍ସଠାରୁ ୧-୫, ସ୍ବିଡେନଠାରୁ ୧-୩, ଚିଲିଠାରୁ ୧-୩ ଓ ମେକ୍ସିକୋଠାରୁ ୦-୨ ଗୋଲରେ ପରାଜିତ ହୋଇଥିଲା।

ଏହିସବୁ ଦଳଗୁଡ଼ିକ ମଧ୍ୟରୁ କେବଳ ଚିଲି ଓ ମେକ୍ସିକୋ ଚଳିତ ପ୍ରତିଯୋଗିତାରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
”ଆମେରିକା ଏକ ଭଲ ଦଳ ଏଥିରେ ଦ୍ୱିମତ ନାହିଁ। ଖେଳାଳିମାନେ ଦକ୍ଷତାରେ ଭରପୂର ଥିବାବେଳେ ସ୍ପିଡ୍‌ ମଧ୍ୟ ଚମତ୍କାର। ଏହି ଦଳର ଦୁର୍ବଳ ଦିଗ ଖୋଜି ପାଇବା କଷ୍ଟକର। ଚଳିତ ବର୍ଷ ପ୍ରାରମ୍ଭରେ ଆମେ ଯେଉଁ ଦଳଗୁଡ଼ିକ ବିପକ୍ଷରେ ଖେଳିଥିଲୁ କେହି ଏହି ସ୍ତରର ପ୍ରଦର୍ଶନ କରିପାରି ନ ଥିଲେ। ଆମେରିକା ବିପକ୍ଷ ଗେମ୍‌ ଆମ ପାଇଁ କଷ୍ଟସାଧ୍ୟ ଥିଲା। ମାତ୍ର ଏହାଠାରୁ ଦଳ ଭଲ ପ୍ରଦର୍ଶନ କରିପାରିବ ବୋଲି ମୋର ବିଶ୍ୱାସ। ପ୍ରଥମ ବିଶ୍ୱକପ୍‌ ଗେମ୍‌ ଖେଳୁଥିବାରୁ ଭାରତ ଖେଳାଳିମାନେ ନର୍ଭସ ଥିଲେ ବୋଲି ମୁଁ ଅନୁଭବ କରୁଛି। ଫଳସ୍ବରୂପ ସେମାନେ ପରିସ୍ଥିତି ସହିତ ନିଜକୁ ଖାପ ଖୁଆଇ ପାରିଲେ ନାହିଁ। ଆରମ୍ଭରେ ସେମାନେ ବଲ୍‌କୁ ଠିକ୍‌ଭାବେ ପାସ୍‌ ଦେବାକୁ ଚେଷ୍ଟା କଲେନାହିଁ। ଖେଳ ଆରମ୍ଭ କରିବାକୁ ସହଜ ମଧ୍ୟ ମନେ କରି ନ ଥିଲେ। ଏଥିପାଇଁ ମୋତେ ଚିତ୍କାର କରି ବତେଇବାକୁ ପଡ଼ିଥିଲା“ ବୋଲି ଡେନର୍ବି କହିଛନ୍ତି।

ଆମେରିକା ବିପକ୍ଷ ମ୍ୟାଚରେ ବୃହତ୍‌ ପରାଜୟ ପରେ ଭାରତ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବା ପଥ କଷ୍ଟସାଧ୍ୟ ହୋଇଯାଇଛି। କାରଣ ଗ୍ରୁପ୍‌ ‘ଏ’ର ଅନ୍ୟତମ ଦଳ ମରକ୍କୋ ଲଢ଼ୁଆ ପ୍ରଦର୍ଶନ କରି ଶକ୍ତିଶାଳୀ ବ୍ରାଜିଲ ବିପକ୍ଷରେ ମାତ୍ର ଗୋଟିଏ ଗୋଲରେ ପରାଜିତ ହୋଇଛି। ଆସନ୍ତା ଶୁକ୍ରବାର ଭାରତ ଏହାର ପରବର୍ତ୍ତୀ ମ୍ୟାଚରେ ମରକ୍କୋକୁ ଭେଟିବ। ପ୍ରତି ଗ୍ରୁପ୍‌ରୁ ୨ଟି ଶୀର୍ଷ ଦଳ କ୍ୱାର୍ଟର ଫାଇନାଲ ଖେଳିବାର ଥିବାରୁ ଗ୍ରୁପ୍‌ ‘ଏ’ରେ ଆମେରିକା ଓ ବ୍ରାଜିଲ ଫେଭରାଇଟ ରହିଛନ୍ତି। ”ଆମେ ମରକ୍କୋ ବିପକ୍ଷ ମ୍ୟାଚ ଜିତିବାକୁ ଯୋଜନା ପ୍ରସ୍ତୁତ କରୁଛୁ। ଯଦି ଏହା କରିପାରିବୁ ତେବେ ଆମ ପାଇଁ ସମ୍ଭାବନା ରହିବ। ଆମେ ପଏଣ୍ଟ ହାସଲ ସହ ଟୁର୍ନାମେଣ୍ଟ ଶେଷ କରିବାକୁ ଆଶା ରଖିଛୁ ବୋଲି ଡେନର୍ବି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri