୫ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୩୩ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୩ ହଜାର ତଳେ ରହିଛି। ଏହା ୨,୫୨୧ରହିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪ ରହିଛି।

ଏହି ସମୟରେ ସକ୍ରିୟ ମାମଲା କମି ୩୨ ହଜାର ୨୮୨ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୩ ହଜାର ୫୫୩ ଜଣ ସୁସ୍ଥ ହୋଇଛନ୍ତି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।
ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୭୪୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୪ ହଜାର ୪୬୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୦ ଲକ୍ଷ ୪୩ ହଜାର ୪୩୬ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

‘ଧୁରନ୍ଧର’ ବାପା ଚାଇନାର ଏହି ଫିଲ୍ମ, କଲାଣି ୧୮,୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୨: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡ୍ ବକ୍ସ ଅଫିସ୍‌ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ-ଥ୍ରୀଲର ‘ଧୁରନ୍ଧର’ ନିଜର ଜୟଯାତ୍ରା ଜାରି ରଖିଛି। ରଣବୀର ସିଂ...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri