ସିମ କାର୍ଡ କିଣିବା ପାଇଁ ନକଲି ପ୍ରମାଣ ପତ୍ର ଦେଲେ, ବର୍ଷେ ଜେଲଦଣ୍ଡ ସହିତ ୫୦ ହଜାର ଜରିମାନା…

ନୂଆଦିଲ୍ଲୀ, ୨୯।୯ : ଯେଉଁମାନେ ନକଲି ପରିଚୟ ମାଧ୍ୟମରେ ସିମ କାର୍ଡ କିଣୁଛନ୍ତି ଏବଂ ହ୍ବାଟସ ଆପ, ସିଗ୍ନାଲ କିମ୍ବା ଟେଲିଗ୍ରାମରେ ମିଥ୍ୟା ପରିଚୟ ଦେଖାଉଛନ୍ତି ସେମାନଙ୍କ ଉପରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଧରାପଡ଼ିଲେ ଏଭଳି ବ୍ୟକ୍ତିଙ୍କୁ ଏକ ବର୍ଷ ଜେଲ ସହିତ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ।

ଦେଶର ଟେଲିକମ ମନ୍ତ୍ରଣାଳୟ ତରଫରୁ ଟେଲିକମ ବିଭାଗ ନୂତନ ଟେଲିକମ ବିଲ ଡ୍ରାଫ୍ଟରେ ଏହି ବ୍ୟବସ୍ଥା ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବଗୁଡିକ ଅଣାଯାଇଛି ଯାହା ଦ୍ୱାରା ଅନଲାଇନ ଆର୍ଥିକ ଠକେଇ କିମ୍ବା ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବନ୍ଦ ହୋଇପାରିବ। ବିଲରେ ଉଲ୍ଲେଖ କରାଯାଇଛି ଯେ. ପ୍ରତ୍ୟେକ ଟେଲିକମ ବ୍ୟବହାରକାରୀ ଜାଣିବା ଉଚିତ ଯେ କାହା ମାଧ୍ୟମରେ କଲ ସେମାନଙ୍କ ପାଖକୁ ଆସୁଛି ।

ସାଇବର ଅପରାଧୀଙ୍କ ଦ୍ୱାରା ଆର୍ଥିକ ଠକେଇ ମାମଲା ଦେଶରେ ବଢ଼ିବାରେ ଲାଗିଛି। ଅପରାଧୀମାନେ ନକଲି ପରିଚୟ ଆଧାରରେ ସିମ କାର୍ଡ ପାଇଥାନ୍ତି । ଏହି ନିୟମ ଆସିବା ସହିତ ଟେଲିକମ ସେବା ମାଧ୍ୟମରେ ସାଇବର ଠକେଇ ବନ୍ଦ ହୋଇଯିବ। ତେଣୁ ଉପଯୁକ୍ତ ସ୍ଥାନରେ ଲୋକଙ୍କୁ ଚିହ୍ନଟ କରିବାର ବ୍ୟବସ୍ଥା ବିଲରେ ଅନ୍ତର୍ଭୁକ୍ତ କରାଯାଇଛି। ଟେଲିକମ ବ୍ୟବହାରକାରୀମାନେ ଡ୍ରାଫ୍ଟ ଟେଲିକମ ବିଲର ଧାରା ୪ର ଉପ-ଧାରା ୭ ଅନୁସାରେ ସେମାନଙ୍କର ପରିଚୟ ପ୍ରକାଶ କରିବା ଆବଶ୍ୟକ।

ଏହାକୁ ଏକ ଜଣାଶୁଣା ଅପରାଧ ଭାବରେ ବ୍ୟାଖ୍ୟା କରାଯାଇଛି। ଏଭଳି ଅପରାଧୀଙ୍କୁ ପୋଲିସ ଅଧିକାରୀ ବିନା ୱାରେଣ୍ଟରେ ଗିରଫ କରିପାରିବେ ଏବଂ କୋର୍ଟର ଅନୁମତି ବିନା ତଦନ୍ତ ଆରମ୍ଭ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri