Posted inଖେଳ

ଭାରତକୁ ୧୦୭ ରନ୍‌ର ଟାର୍ଗେଟ୍‌

ଥିରୁଭାନନ୍ତପୁରମ,୨୮।୯: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ଥିରୁଭାନନ୍ତପୁରମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଭାରତ ସାମ୍ନାରେ ୧୦୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ୍‌ ହରାଇ ୧୦୬ ରନ୍‌ ସଂଗ୍ରହ କରିଥିଲା। ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର ୯ ରନ୍‌ରେ ୫ଟି ଉକେଟ୍‌ ହରାଇଥିଲା। କିନ୍ତୁ କେଶବ ମହାରାଜା ଏବଂ ଓ୍ବେନ୍‌ ପାର୍ନେଲ ଦଳକୁ ଏହି ବିପର୍ଯ୍ୟୟରୁ ରକ୍ଷା କରିଥିଲେ। ମହାରାଜା ୪୧ ଏବଂ ପାର୍ନେଲ ୨୪ ରନ୍‌ କରିଥିଲେ। ଏଡେନ ମାରକ୍ରମ ୨୫ ରନ୍‌ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ସ୍କୋର କରି ପାରି ନ ଥିଲେ।
ଅଧିତ୍ନାୟକ ଟେମ୍ବା ବାଭୁମା ପ୍ରଥମ ଓଭରରେ ଦୀପକ ଚହରଙ୍କ ଶିକାର ହୋଇଥିଲେ। ଦ୍ୱିତୀୟ ଓଭରରେ ଦକ୍ଷିଣ ଆଫ୍ରିକାକୁ ଆଉ ତିନିଟି ଝଟକା ଲାଗିଥିଲା। ଦୀପକ ଚହର ପରେ ଅର୍ଶଦୀପ ସିଂ ଚମତ୍କାର ବୋଲିଂ କରିଥିଲେ। ଦ୍ୱିତୀୟ ଓଭରର ପ୍ରଥମ ବଲରେ ଅର୍ଶଦୀପ କ୍ୱିଣ୍ଟନ ଡି କକ, ପଞ୍ଚମ ବଲରେ ରିଲେ ରୁସୋ ଏବଂ ଶେଷ ବଲରେ ଡେଭିଡ ମିଲରଙ୍କୁ ଆଉଟ୍‌ କରିଥିଲେ। ଏହି ସମୟରେ ଦଳର ସ୍କୋର ମାତ୍ର ୮ ରନ୍‌ରେ ୪ଟି ଉଇକେଟ୍‌ ହରାଇଥିଲା। ତୃତୀୟ ଓଭରରେ ଦକ୍ଷିଣ ଆଫ୍ରିକା ପଞ୍ଚମ ଝଟକା ଦେଇଥିଲେ। ଦୀପକ ଚହର ପୁଣି ଥରେ ଟ୍ରାଇଷ୍ଟ ଷ୍ଟବ୍ସଙ୍କୁ ଆଉଟ୍‌ କରିଥିଲେ। ଦକ୍ଷିଣ ଆଫ୍ରିକାର ଚାରିଜଣ ଖେଳାଳି ଖାତା ମଧ୍ୟ ଖୋଲିପାରି ନ ଥିଲେ। ମାତ୍ର ୯ ରନ୍‌ରେ ଦକ୍ଷିଣ ଆଫ୍ରିକା ୫ ଉଇକେଟ୍‌ ହରାଇଥିଲା।
ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ପାଇଁ ଏହା ହେଉଛି ଶେଷ ଟି-୨୦ ସିରିଜ। ଏହି ସିରିଜରେ ଉଭୟ ଦଳ ପ୍ରସ୍ତୁତି ଶେଷ କରିବାକୁ ଚାହୁଁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସୋର୍ସ କୋଡ୍‌

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ପ୍ରଯୁକ୍ତିସମ୍ପନ୍ନ ଯୁଗରେ ଡାଟା ବା ତଥ୍ୟ ନୂଆ ଇନ୍ଧନ ଭାବେ ବିବେଚନା କରାଯାଉଛି। କୁହାଯାଉଛି ଯାହା ପାଖରେ ଯେତେ ତଥ୍ୟ...

ସମସ୍ତଙ୍କ ମିଳିତ ଉଦ୍ୟମରେ ଶିକ୍ଷାର ହେବ ବିକାଶ: ଶୃଙ୍ଖଳାକୁ ଗୁରୁତ୍ୱ ଦେବାକୁ ପରାମର୍ଶ

ଦାରିଙ୍ଗବାଡି, ୧୪।୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର...

ଏହି ଦିନ ଯାଏ ଲାଗି ରହିବ ଶୀତ: ପଶ୍ଚିମାଝଡ଼ ପ୍ରଭାବରେ…

ଭୁବନେଶ୍ୱର,୧୪।୧ (ବନ୍ଦନା ସେଠୀ):ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଜାନୁଆରୀ ୧୭ ପର୍ଯ୍ୟନ୍ତ ଶୀତ ପ୍ରଭାବ ରହିବ ଏବଂ ପଶ୍ଚିମାଝଡ଼ ପ୍ରଭାବରେ ୧୮ରୁ ତାପମାତ୍ରା ବୃଦ୍ଧି...

ମାସକର ଝିଅକୁ ବିକିଦେଲେ ବାପା-ମା’: କାରଣ ଜାଣିଲେ ଉଡିଯିବ ହୋଶ୍‌

ଭଣ୍ଡାରିପୋଖରୀ,୧୪।୧(ରାଜେନ୍ଦ୍ର ଶତପଥୀ):ଋଣ ଶୁଝିବା ପାଇଁ ନିଜ ମାସକର ଝିଅକୁ ଅନ୍ୟକୁ ବିକ୍ରି କରିଦେଲେ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା...

ଦିନରେ ଶୁଭେ, ହେଲେ ରାତିରେ କାହିଁକି ଶୁଣାଯାଏ ନାହିଁ AeroPlaneର ଶବ୍ଦ? କାରଣ ଜାଣିଲେ…

ପ୍ଲେନ ବା ଉଡାଜାହାଜ ଦିନ ଭଳି ରାତିରେ ମଧ୍ୟ ଉଡାଣ ଭରିଥାଏ। ଦିନରେ ଏହା ଉଡିବା ସମୟରେ ପ୍ରଚଣ୍ଡ ଶବ୍ଦ ଶୁଭିଥାଏ। ହେଲେ ରାତିରେ ସେଭଳି...

ଓଡ଼ିଶାରେ ପ୍ରତିଷ୍ଠା ହେବ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଶାଖା

ନୂଆଦିଲ୍ଲୀ,୧୩।୧: ଓଡ଼ିଶାରେ ପ୍ରତିଷ୍ଠା ହେବ ଅଭିନେତା ତିଆରି କାରଖାନା। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (NSD) ର ଏକ ରାଜ୍ୟସ୍ତରୀୟ ଶାଖା କେନ୍ଦୁଝର ଜିଲାରେ ପ୍ରତିଷ୍ଠା...

ସେନା ମୁଖ୍ୟଙ୍କ ଚେତାବନୀ ପରେ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ୍: ୪୮ ଘଣ୍ଟାରେ ଦ୍ୱିତୀୟ ଘଟଣା

ନୂଆଦିଲ୍ଲୀ,୧୩।୧: ଦୁଇଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସୀମାରେ ଦେଖା ଦେଇଛି ପାକିସ୍ତାନୀ ଡ୍ରୋନ୍। ମଙ୍ଗଳବାର ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ...

ଇରାନବାସୀଙ୍କୁ ଟ୍ରମ୍ପ ଦେଲେ ମେସେଜ: “ଆନ୍ଦୋଳନ ଜାରି ରଖ, ଖୁବଶୀଘ୍ର ସାହାଯ୍ୟ ମିଳିବ”

ନୂଆଦିଲ୍ଲୀ,୧୩।୧: ଇରାନ ଉପରେ ଖୁବଶୀଘ୍ର ଆକ୍ରମଣ କରିପାରେ ଆମେରିକା। ମଙ୍ଗଳବାର ଏକ ପ୍ରକାର ଏହା ନିଶ୍ଚିତ ହୋଇଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri