Posted inଜାତୀୟ

ରିସର୍ଟ ଭାଙ୍ଗି ପ୍ରମାଣ ନଷ୍ଟ

ଋଷିକେଶ, ୨୬ା୯: ଉତ୍ତରାଖଣ୍ଡର ପୌଡ଼ି ଜିଲା ଋଷିକେଶ ନିକଟରେ ୧୯ ବର୍ଷୀୟା ରିସେପ୍‌ସନିଷ୍ଟ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଗୁମର ଫିଟିବା ପରେ ଅନେକ ନୂଆ ତଥ୍ୟ ସାମ୍‌ନାକୁ ଆସିବାରେ ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟ ନିଜ ରିସର୍ଟରେ ଦେହବେପାର ଚଳାଇଥିଲେ। ସେ ଏହି ଅନୈତିକ କାର୍ଯ୍ୟରେ ଅଙ୍କିତାଙ୍କୁ ସାମିଲ ହେବା ପାଇଁ ବାଧ୍ୟ କରିଥିଲେ। ଅଙ୍କିତା ପ୍ରତିବାଦ କରିବାରୁ ପୁଲକିତ ନିଜ ସହଯୋଗୀମାନଙ୍କ ସହ ମିଶି ତାଙ୍କୁ ଏକ ବ୍ୟାରେଜକୁ ଠେଲି ହତ୍ୟା କରିଥିଲେ। ହତ୍ୟାର ୬ ଦିନ ପରେ ଶନିବାର ମୃତଦେହ ଚିଲ୍ଲା ବ୍ୟାରେଜରୁ ମିଳିଥିଲା। ମୃତଦେହ ବ୍ୟବଚ୍ଛେଦ କରି ପୋଲିସ ଅଙ୍କିତାଙ୍କ ମା’ବାପାଙ୍କୁ ହସ୍ତାନ୍ତର କରିବାବେଳେ ସେମାନେ ଶେଷକୃତ୍ୟ ସମ୍ପନ୍ନ କରିବାକୁ ମନା କରିଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାରଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ରବିବାର ଅଙ୍କିତାଙ୍କ ଅନ୍ତିମ ସତ୍କାର କରାଯାଇଛି। ଇତିମଧ୍ୟରେ ପୋଲିସ ପ୍ରଶାସନର କାର୍ଯ୍ୟପ୍ରଣାଳୀକୁ ନେଇ ଅଙ୍କିତାଙ୍କ ପରିବାର ପକ୍ଷରୁ ସାଘାଂତିକ ଅଭିଯୋଗ ଅଣାଯାଇଛି।

ଯେଉଁ ‘ବନାନ୍ତର’ ରିସର୍ଟରେ ଝିଅକୁ ହତ୍ୟା କରାଯାଇଥିଲା, ସେଠାରେ ଅନେକ ପ୍ରମାଣ ମହଜୁଦ ଥିଲା। ସେହି ପ୍ରମାଣ ଆଧାରରେ ଅଭିଯୁକ୍ତ ପୁଲକିତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିଥାଆନ୍ତା। କିନ୍ତୁ ପ୍ରଭାବଶାଳୀ ରାଜନେତା ବିନୋଦଙ୍କ ଇଙ୍ଗିତରେ ରିସର୍ଟକୁ ଜାଳି, ଭାଙ୍ଗି ସବୁ ପ୍ରମାଣ ନଷ୍ଟ କରିଦିଆଯାଇଛି ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି।

ନାମରେ ପରିଚିତ ଉତ୍ତରାଖଣ୍ଡରେ ଅନ୍ୟ ରାଜ୍ୟଗୁଡ଼ିକ ଭଳି ବର୍ବର, ନୃଶଂସ କାଣ୍ଡ ଘଟିବା ଆଶା କରାଯାଇ ନ ଥାଏ। ତେବେ ଶାସକ ଦଳର ଜଣେ ନେତାଙ୍କ ପୁଅ ଭିଆଇଥିବା ହତ୍ୟାକାଣ୍ଡ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛି। ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ ଭାର ହାତକୁ ନେଇଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ପ୍ରମାଣ ସଂଗ୍ରହରେ ଲାଗିଥିବାବେଳେ ରିସର୍ଟ ଭଙ୍ଗାଯିବା ଘଟଣା ଯାଞ୍ଚକୁ ଦୁର୍ବଳ କରିପାରେ ବୋଲି କୁହାଯାଉଛି। ଏସ୍‌ଆଇଟି ନିକଟରେ ଏବେ ବଳିଷ୍ଠ ପ୍ରମାଣ ହାତେଇବା ପାଇଁ ରହିଛି କେବଳ ହ୍ବାଟ୍‌ସଆପ୍‌ ଚାଟ୍‌। ଅଙ୍କିତା ମୃତ୍ୟୁ ପୂର୍ବରୁ ନିଜ ସାଙ୍ଗମାନଙ୍କୁ ପଠାଇଥିବା ହ୍ବାଟ୍‌ସଆପ୍‌ ମେସେଜରେ ଲେଖିଥିଲେ, ରିସର୍ଟର ଅତିଥିମାନଙ୍କୁ ‘ସ୍ପେଶାଲ ସର୍ଭିସ୍‌’ ଦେଇ ଆପ୍ୟାୟିତ କରିବା ପାଇଁ ପୁଲକିତ ତାଙ୍କୁ ବାଧ୍ୟ କରିଥିଲେ। ଏସ୍‌ଆଇଟିର ନେତୃତ୍ୱ ନେଉଥିବା ଡିଆଇଜି ପି.ଆର୍‌. ଦେବୀ କହିଛନ୍ତି, ରିସର୍ଟର ସମସ୍ତ କର୍ମଚାରୀଙ୍କୁ ଥାନାକୁ ଡାକି ପଚରାଉଚରା କରାଯାଉଛି। ସମସ୍ତଙ୍କ ବୟାନ ରେକର୍ଡ କରାଯିବ। ଅଙ୍କିତାଙ୍କ ହ୍ବାଟ୍‌ସଆପ୍‌ ମେସେଜରୁ ଅଧିକ ତଥ୍ୟ ମିଳିବା ନେଇ ସେ ଆଶାବାଦୀ।

ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର ହେଉ: ପ୍ରିୟଙ୍କା

ଅଙ୍କିତାଙ୍କ ହତ୍ୟାକାରୀମାନଙ୍କୁ ଆଇନର କାଠଗଡ଼ାକୁ ଟାଣି ତ୍ୱରିତ ଦଣ୍ଡବିଧାନ ସକାଶେ ଫାଷ୍ଟଟ୍ରାକ୍‌ କୋର୍ଟରେ ସେମାନଙ୍କ ବିଚାର କରାଯାଉ ବୋଲି ରବିବାର କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦାବି କରିଛନ୍ତି। ଉତ୍ତରାଖଣ୍ଡ ପ୍ରଶାସନ ଲୋକ ଦେଖାଣିଆ କାମ କରୁଛି। ପ୍ରମାଣ ନଷ୍ଟକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଇତିମଧ୍ୟରେ ସୋସିଆଲ ମିଡିଆରେ ହାଶ୍‌ଟ୍ୟାଗ୍‌ ଜଷ୍ଟିସ୍‌ ଫର୍‌ ଅଙ୍କିତା ଟ୍ରେଣ୍ଡ କରୁଛି। ଅଙ୍କିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରବିବାର ନୂଆଦିଲ୍ଲୀରେ ଏଏପିର ମହିଳା କର୍ମୀମାନେ ବିକ୍ଷୋଭ କରିଛନ୍ତି। ସେହିପରି ଉତ୍ତରାଖଣ୍ଡର ଶ୍ରୀନଗର ଅଞ୍ଚଳରେ ମଧ୍ୟ ବିକ୍ଷୋଭ ବେଳେ ରାସ୍ତାରୋକୋ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri