ହାତୀ ଆକ୍ରମଣ:ଓଡ଼ିଶାରେ ସର୍ବାଧିକ ଜୀବନହାନି

ନୂଆଦିଲ୍ଲୀ, ୨୬ା୯: ଓଡ଼ିଶାରେ ହାତୀ-ମଣିଷ ଲଢ଼େଇ ଶେଷ ହେବା ଭଳି ମନେ ହେଉନାହିଁ। ଏଥିଯୋଗୁ ବ୍ୟାପକ ଧନଜୀବନ ଓ ଫସଲ ହାନି ଘଟୁଛି। ରାଜ୍ୟରେ ଗତ ୩ ବର୍ଷ ଅର୍ଥାତ୍‌ ୨୦୧୯-୨୦ରୁ ୨୦୨୧-୨୨ ଯାଏ ହାତୀ ଆକ୍ରମଣରେ ୩୨୨ଜଣଙ୍କ ମୃତ୍ୟୁ ଘଟିଛି, ଯାହାକି ଦେଶରେ ସର୍ବାଧିକ। ଏହି ସମୟ ମଧ୍ୟରେ ଦେଶରେ ହାତୀ ଆକ୍ରମଣରେ ୧୫୭୮ଜଣଙ୍କ ପ୍ରାଣହାନି ଘଟିଛି। କେବଳ ମଣିଷ ନୁହେଁ, ବିଭିନ୍ନ କାରଣରୁ ହାତୀମୃତ୍ୟୁ ମଧ୍ୟ ଚିନ୍ତାଜନକ ରହିଛି। ପ୍ରାଣୀପ୍ରେମୀମାନଙ୍କ କହିବାନୁଯାୟୀ, ଓଡ଼ିଶାରେ ଘଞ୍ଚ ଜଙ୍ଗଲ ଉଜୁଡୁଥିବା ଯୋଗୁ ବନ୍ୟପ୍ରାଣୀଙ୍କ ବାସସ୍ଥାନ, ଖାଦ୍ୟ ଓ ପାନୀୟ ପ୍ରତି ସଙ୍କଟ ସୃଷ୍ଟି ହୋଇଛି। ତାହାର କୁପରିମାଣ ସ୍ବରୂପ ମଣିଷଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ୁଛି। ବନ୍ୟପ୍ରାଣୀ ମଧ୍ୟ ନିଶ୍ଚିନ୍ନ ହେବାକୁ ଲାଗିଲେଣି। ଗତ ଅଧିବେଶନରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ସୂଚନା ଅନୁଯାୟୀ ହାତୀ ଆକ୍ରମଣରେ ଓଡ଼ିଶାରେ ୨୦୧୯-୨୦ରେ ୧୧୭ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦୨୦-୨୧ ଏବଂ ୨୦୨୧-୨୨ରେ ଯଥାକ୍ରମେ ୯୩ ଏବଂ ୧୧୨ଜଣ ଲୋକ ପ୍ରାଣ ହରାଇଛନ୍ତି। ତେବେ ଏହି ୩ ବର୍ଷ ମଧ୍ୟରେ ଓଡ଼ିଶାରେ ୨୪୫ ହାତୀଙ୍କ ଜୀବନ ଯାଇଛି। ସେଥିମଧ୍ୟରେ ୨୦୧୯-୨୦ରେ ୮୨, ୨୦୨୦-୨୧ରେ ୭୭ ଏବଂ ୨୦୨୧-୨୨ରେ ୮୬ଟି ହାତୀଙ୍କ ମୃତ୍ୟୁ ଘଟିଛି। ଢେଙ୍କାନାଳ ଡିଭିଜନରେ ସର୍ବାଧିକ ୩୫, କେନ୍ଦୁଝର ଡିଭିଜନରେ ୨୧, ଅନୁଗୋଳ ଡିଭିଜନରେ ୧୨, ଦେବଗଡ଼ ଓ ଆଠମଲିକ ଡିଭିଜନରେ ୧୧ ଲେଖାଏ ଏବଂ ବାଲେଶ୍ୱର, କଳାହାଣ୍ଡି(ଦକ୍ଷିଣ) ଓ ଖୋର୍ଦ୍ଧା ଡିଭିଜନରେ ୧୦ ଲେଖାଏ ହାତୀମୃତ୍ୟୁ ଘଟିଛି। ଶିକାର, ବିଦ୍ୟୁତ୍‌ ଆଘାତ, ଟ୍ରେନ୍‌ ଧକ୍କା ଏବଂ ସଡ଼କ ଦୁର୍ଘଟଣା ଆଦି କାରଣରୁ ଏହି ବୃହଦାକାୟ ଜୀବ ପ୍ରତି ବିପଦ ଘନଉଛି। ଗତ ଦଶନ୍ଧି (୨୦୧୨-୧୩ରୁ ୨୦୨୧-୨୨)ରେ ରାଜ୍ୟରେ ମୋଟ ୭୮୪ ହାତୀଙ୍କ ମୃତ୍ୟୁ ଘଟିଥିବା ସରକାରୀ ତଥ୍ୟ କହୁଛି।

ସେଥିମଧ୍ୟରେ ଦୁର୍ଘଟଣାଜନିତ ସଂଖ୍ୟା ୩୬ ରହିଛି। ଏଥିରୁ ୩୦ଟି ହାତୀମୃତ୍ୟୁ ଟ୍ରେନ ଧକ୍କାରେ ଘଟିଛି। ହେଲେ ସରକାରୀ ତଥ୍ୟଠାରୁ ବହୁ ଅଧିକ ହାତୀଙ୍କ ଜୀବନହାନି ଘଟିଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି। କାରଣ ଗତ ଜୁନ୍‌ ଏବଂ ଜୁଲାଇରେ କଟକ ଜିଲା ଆଠଗଡ଼ ବନଖଣ୍ଡରେ ୫ ହାତୀଙ୍କ ଗଳିତ ମୃତଦେହ ଏବଂ କଙ୍କାଳ ଠାବ ହୋଇଥିଲା।
ଉପରୋକ୍ତ ସଂଖ୍ୟାରୁ ସ୍ପଷ୍ଟ ହେଉଛି ଯେ, ଓଡ଼ିଶାରେ ହାତୀ-ମଣିଷ ଲଢ଼େଇ କେତେ ଗୁରୁତର। କେବଳ ଜୀବନହାନି ନୁହେଁ, ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳର ହାତୀପଲ ବହୁ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ଉଜାଡ଼ି ଦେଉଛନ୍ତି। ଓଡ଼ିଶା ଏନ୍‌ଭାଇରନମେଣ୍ଟାଲ ସୋସାଇଟିର ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀଙ୍କ କହିବାନୁଯାୟୀ ଜନସଂଖ୍ୟା ବୃଦ୍ଧି, ଜଙ୍ଗଲ ହ୍ରାସ ଏବଂ ଲୋକଙ୍କ ଆଚରଣ ଯୋଗୁ ରାଜ୍ୟରେ ହାତୀ-ମଣିଷ ଲଢ଼େଇ ବଢ଼ିବାରେ ଲାଗିଛି। ଆମ ରାଜ୍ୟରେ ଜଙ୍ଗଲ ରହିଛି। ହେଲେ ଖାଦ୍ୟ ଓ ପାଣି ଅଭାବ ଭଳି ବିଭିନ୍ନ କାରଣରୁ ତାହା ହାତୀଙ୍କ ପାଇଁ ଉପଯୁକ୍ତ ହୋଇ ରହିନାହିଁ। ଫଳରେ ସେମାନେ ଜନପଦମୁହଁା ହେଉଛନ୍ତି। ଏହାଛଡ଼ା ବନ୍ୟପ୍ରାଣୀଙ୍କ ଚଳପ୍ରଚଳ ପାଇଁ ବନାଞ୍ଚଳଗୁଡ଼ିକ ମଧ୍ୟରେ ଥିବା ପ୍ରାକୃତିକ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଯାଇଛି ବୋଲି ପାଣିଗ୍ରାହୀ କହିଛନ୍ତି। ଏଭଳି ପରିସ୍ଥିତିର ନିରାକରଣ ଏହା ଯେ, ଜଙ୍ଗଲରେ ହାତୀଙ୍କ ସମସ୍ତ ଆବଶ୍ୟକତା ଉପଲବ୍ଧ ହେବା। ସେହିପରି ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଅନ୍ୟ ଫସଲ ଚାଷ କରିବାକୁ ପ୍ରବର୍ତ୍ତାଇବା ଏବଂ ହାତୀଙ୍କ ସହ କିଭଳି ଆଚରଣ କରାଯିବା ଉଚିତ ସେନେଇ ସେମାନଙ୍କୁ ଶିଖାଇବାକୁ ହେବ।

ହାତୀଙ୍କ ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଗତ ଜୁଲାଇ ୧୯ରେ ବିଧାନସଭାରେ ଲିଖିତ ଜବାବ ଦେଇଥିଲେ। ୧୪ଟି ହାତୀ କରିଡର ଏବଂ ୩ଟି ହାତୀ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ଏହା ହାତୀମୃତ୍ୟୁ ରୋକିବାରେ ସହାୟକ ହେବ ବୋଲି ମନ୍ତ୍ରୀ କହିଥିଲେ। ରାଜ୍ୟ ସରକାର ଗତ ୩ ବର୍ଷ ମଧ୍ୟରେ ଓଡ଼ିଶାର ଜଙ୍ଗଲଗୁଡ଼ିକରେ ହାତୀଙ୍କ ପାଇଁ ୪୦୨ ପୋଖରୀ ଖୋଳିଥିବାବେଳେ ୪୨୬ ପୋଖରୀର ପୁନରୁଦ୍ଧାର କରିଥିବା ମନ୍ତ୍ରୀ କହିଥିଲେ। ସେହିପରି ହାତୀ ଶିକାର ରୋକିବା ଲାଗି ୧୭୨୫ଜଣଙ୍କୁ ନେଇ ଗଠିତ ୩୪୩ଟି ଆଣ୍ଟି ପୋଚିଂ ସ୍କ୍ବାଡ୍‌କୁ ଯୋଜନାବଦ୍ଧ ଭାବେ ନିର୍ଦ୍ଦିଷ୍ଟ ସ୍ଥାନରେ ମୁତୟନ କରାଯାଇଛି। ଡ୍ରୋନ୍‌ ଏବଂ ଓ୍ବାଚ୍‌ଟାଓ୍ବାର ସହାୟତାରେ ହାତୀଙ୍କ ବାସସ୍ଥାନ, ଚଳପ୍ରଚଳ ଏବଂ ଶିକାରୀଙ୍କ ଉପରେ କଡ଼ା ନଜର ରଖାଯାଉଥିବା ମନ୍ତ୍ରୀ ସୂଚନା ଦେଇଥିଲେ।]

ଅନ୍ୟପକ୍ଷରେ ରାଜ୍ୟ ସରକାର କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ଅଧୀନରେ ଏକ କ୍ରାଇମ୍‌ ସେଲ୍‌ ପ୍ରତିଷ୍ଠା କରିଛନ୍ତି, ଯାହାକି ଗୁରୁତ୍ୱପୂର୍ଣ୍ଣ ବନ୍ୟପ୍ରାଣୀ ମାମଲାଗୁଡ଼ିକର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ କରୁଛି। ବନ୍ୟପ୍ରାଣୀଙ୍କ ସୁରକ୍ଷିତ ଯାତାୟାତ ପାଇଁ ୩୫ ସ୍ଥାନର ରେଳପଥ ଏବଂ ୪୯ ସ୍ଥାନର ହାଇଓ୍ବେରେ ଓଭରପାସ୍‌ କିମ୍ବା ଅଣ୍ଡରପାସ୍‌ ନିର୍ମାଣ ନିମନ୍ତେ ପ୍ରସ୍ତାବ ରହିଥିଲା। ସେଥିମଧ୍ୟରୁ ୧୧ଟି ହାଇଓ୍ବେ ଅଣ୍ଡରପାସ୍‌ ନିର୍ମାଣ ସରିଥିବାବେଳେ ୧୫ ସ୍ଥାନରେ କାର୍ଯ୍ୟ ଚାଲିଛି। ସେହିପରି ରାଜ୍ୟ ସରକାର ବନ୍ୟପ୍ରାଣୀଙ୍କ ଆକ୍ରମଣରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିମାନଙ୍କ ନିକଟ ସମ୍ପର୍କୀୟଙ୍କୁ କ୍ଷତିପୂରଣ ରାଶି ୩ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।ରହିଥିଲା। ସେଥିମଧ୍ୟରୁ ୧୧ଟି ହାଇଓ୍ବେ ଅଣ୍ଡରପାସ୍‌ ନିର୍ମାଣ ସରିଥିବାବେଳେ ୧୫ ସ୍ଥାନରେ କାର୍ଯ୍ୟ ଚାଲିଛି। ସେହିପରି ରାଜ୍ୟ ସରକାର ବନ୍ୟପ୍ରାଣୀଙ୍କ ଆକ୍ରମଣରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିମାନଙ୍କ ନିକଟ ସମ୍ପର୍କୀୟଙ୍କୁ କ୍ଷତିପୂରଣ ରାଶି ୩ ଲକ୍ଷରୁ ୪ ଲକ୍ଷ ଟଙ୍କା ବୃଦ୍ଧି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri