Posted inଜାତୀୟ

‘ଯେକୌଣସି ସଂସଦୀୟ କମିଟିର ଅଧ୍ୟକ୍ଷ ପଦ ଆମକୁ ଦିଅ’ ଲୋକସଭା ବାଚସ୍ପତିଙ୍କୁ ଅଧୀର ରଞ୍ଜନଙ୍କ ଚିଠି…

ନୂଆଦିଲ୍ଲୀ, ୨୪।୯ : କେନ୍ଦ୍ର ସରକାର ସଂସଦୀୟ ପରମ୍ପରାର ପାଳନ କରୁ ନାହାନ୍ତି ବୋଲି କଂଗ୍ରେସ ପକ୍ଷରୁ ଶନିବାର ଅଭିଯୋଗ କରାଯାଇଛି। ଏହି ମର୍ମରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଏକ ଚିଠି ଲେଖାଯାଇଛି। ସ୍ବରାଷ୍ଟ୍ର, ବହିର୍ବ୍ୟାପାର, ପ୍ରତିରକ୍ଷା ଏବଂ ଅର୍ଥ ବିଭାଗ ଆଦି ଚାରିଟି ପ୍ରମୁଖ କମିଟିରୁ ଅନ୍ତତଃ ପକ୍ଷେ ଗୋଟିଏର ଅଧ୍ୟକ୍ଷ ପଦ କଂଗ୍ରେସକୁ ଦିଆଯାଉ ବୋଲି କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଦାବୀ କରିଛନ୍ତି। ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ଅଧୀର ଉଲ୍ଲେଖ କରିଛନ୍ତି ଯେ ସରକାର ସଂସଦୀୟ କମିଟିକୁ ଏକ ନାଟକରେ ପରିଣତ କରିଛନ୍ତି।

ସରକାର ନିଜ କାର୍ଯ୍ୟକୁ ଗମ୍ଭୀରତାର ସହ ନେବାକୁ ପ୍ରସ୍ତୁତ ନୁହଁନ୍ତି । କମିଟି ପୁନର୍ଗଠନରେ ମୁଖ୍ୟ ବିରୋଧୀ ଦଳର ଭୂମିକାକୁ ଅଣଦେଖା କରାଯାଉଛି ଏବଂ ସଂସଦରେ ଏହାର ଗୁରୁତ୍ୱ ହ୍ରାସ କରିବାକୁ ଉଦ୍ୟମ ହେଉଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ସଂସଦର ଗୁରୁତ୍ୱପୂର୍ଣ୍ଣ କମିଟିରେ ପ୍ରମୁଖ ବିରୋଧୀ ଦଳଙ୍କୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାର ଏକ ପରମ୍ପରା ରହିଛି। ସେ କହିଛନ୍ତି, ୧୬ ତମ ଲୋକସଭାରେ ଗୃହ, ବହିର୍ବ୍ୟାପାର, ପ୍ରତିରକ୍ଷା ଏବଂ ଅର୍ଥ ମନ୍ତ୍ରଣାଳୟର ତିନୋଟି କମିଟି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାଖରେ ଥିଲା। ସେତେବେଳେ କଂଗ୍ରେସର ୪୪ ଜଣ ଏମ୍‌ପି ଥିଲେ।

କିନ୍ତୁ ଏଥର ଏହି ତିନୋଟି କମିଟି ସେମାନଙ୍କଠାରୁ ଛଡ଼ାଇ ନିଆଯାଇଛି ଏବଂ ବର୍ତ୍ତମାନ ସରକାର ଆଇଟି କମିଟିକୁ ନିଜ ପାଖରେ ରଖିବାକୁ ଯାଉଛନ୍ତି। ଯଦି ସରକାର ଆଇଟି କମିଟି ନିଅନ୍ତି, ତେବେ ମୁଖ୍ୟ ବିରୋଧୀ ଦଳ ଭାବେ କଂଗ୍ରେସକୁ ବହିର୍ବ୍ୟାପାର କମିଟି ଦିଆଯିବା ଆବଶ୍ୟକ। ତେବେ ଏ କ୍ଷେତ୍ରରେ ସରକାର ଯେଉଁଭଳି ପଦକ୍ଷେପ ନେଉଛନ୍ତି ତାହା ଗଣତନ୍ତ୍ର ପ୍ରତି ଉପହାସ ବୋଲି ଅଧୀର ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri