Posted inଜାତୀୟ

ନିଯୁକ୍ତି ନାମରେ ଭାରତୀୟ ଯୁବବର୍ଗଙ୍କୁ ଥାଇଲାଣ୍ଡରେ ଠକେଇ, ଆଡଭାଇଜରୀ ଜାରି କଲା ବହିର୍ବ୍ୟାପାର ମନ୍ତ୍ରଣାଳୟ…

ନୂଆଦିଲ୍ଲୀ, ୨୪।୯ : ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଥାଇଲାଣ୍ଡରେ ଲାଭଜନକ ଆଇଟି କ୍ଷେତ୍ରରେ ଚାକିରି ଯୋଗାଇବାର ବାହାନା କରି ଭାରତୀୟ ଯୁବବର୍ଗଙ୍କୁ ନକଲି ଅଫର ପ୍ରଦାନ କରାଯାଉଥିବା ନେଇ ଉପରେ ଏକଆଡଭାଇଜରୀ ଜାରି କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଆଇଟି କ୍ଷେତ୍ର ସହ ଜଡିତ ଭାରତୀୟ ଯୁବବର୍ଗମାନଙ୍କୁ ସୋସିଆଲ ମିଡିଆ ବିଜ୍ଞାପନ ମାଧ୍ୟମରେ ଦୁବାଇ ଏବଂ ଭାରତରେ ଅବସ୍ଥିତ ଏଜେଣ୍ଟମାନଙ୍କ ଦ୍ୱାରା ଥାଇଲାଣ୍ଡରେ ଚାକିରିର ଆକର୍ଷଣୀୟ ଅଫର ଦେଇ ପ୍ରତାରଣା କରୁଛନ୍ତି।

ଥାଇଲାଣ୍ଡରେ ଡିଜିଟାଲ ସେଲ୍‌ ଏବଂ ମାର୍କେଟିଂ କାର୍ଯ୍ୟନିର୍ବାହୀ ପଦବୀ ପ୍ରଦାନ କରୁଥିବା ଏକ ନକଲି ଚାକିରି ର଼୍ୟାକେଟ କଲ୍‌ ସେଣ୍ଟର ସ୍କାମ ଏବଂ କ୍ରିପ୍ଟୋ-ମୁଦ୍ରା ଠକେଇରେ ଜଡିତ। ବ୍ୟାଙ୍କକ ଏବଂ ମ୍ୟାନମାରରେ ଭାରତୀୟ ଦୂତାବାସ ପକ୍ଷରୁ ଏଭଳି ସୂଚନା ମିଳିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି।

ମନ୍ତ୍ରଣାଳୟର କହିବାନୁସାରେ, ଏହି ରାକେଟରେ ସମ୍ପୃକ୍ତ ପୀଡ଼ିତଙ୍କୁ ବେଆଇନ ଭାବେ ସୀମା ପାର କରି ମ୍ୟାନମାରକୁ ନିଆଯାଇଥିବା ଅଭିଯୋଗ ହୋଇଛି ଏବଂ ସେଠାରେ ସେମାନଙ୍କଚ ବନ୍ଦୀ ଅବସ୍ଥାରେ କଠିନ ଏବଂ ବିପଦପୂର୍ଣ୍ଣ ପରିବେଶରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଭାରତୀୟ ନାଗରିକମାନଙ୍କୁ ଏ ସମ୍ପର୍କରେ ପରାମର୍ଶ ଦିଆଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ କିମ୍ବା ଅନ୍ୟାନ୍ୟ ଉତ୍ସ ମାଧ୍ୟମରେ ଦିଆଯାଉଥିବା ଏପରି ନକଲି ଚାକିରି ଅଫରର ଶିକାର ହୁଅ ନାହିଁ। କୌଣସି ଚାକିରି ଅଫର ଗ୍ରହଣ କରିବା ପୂର୍ବରୁ ବିଦେଶରେ ଥିବା ସମ୍ପୃକ୍ତ ଭାରତୀୟ ଦୂତାବାସ ମାଧ୍ୟମରେ ବିଦେଶୀ ନିଯୁକ୍ତିଦାତାଙ୍କ ପରିଚୟପତ୍ର ଯାଞ୍ଚ କରିବାକୁ ଭାରତୀୟମାନଙ୍କୁ ପରାମର୍ଶ ଦିଆଯାଇଛି।

ବାସ୍ତବରେ, ଏହିପରି ଠକେଇର ଶିକାର ହୋଇଥିବା ୩୦ ଜଣ ଭାରତୀୟଙ୍କୁ ମ୍ୟାନମାରରୁ ଉଦ୍ଧାର କରାଯାଇଥିଲା। ବହିର୍ବ୍ୟାପାର ମନ୍ତ୍ରଣାଳୟ ଏକ ଭିଡିଓ ପାଇବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଭିଡିଓକୁ ତାମିଲନାଡୁର ଯୁବକମାନେ ପଠାଇଛନ୍ତି। ଏଥିରେ ଜଣେ ଭାରତୀୟ ଯୁବକ ତାଙ୍କ ଅବସ୍ଥା ବିଷୟରେ କହିଥିଲେ ଯେ ସେମାନଙ୍କୁ ଚାକିରି ନାମରେ ବନ୍ଦୀ କରାଯାଇଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଏହି ପ୍ରସଙ୍ଗରେ ବହିର୍ବ୍ୟାପାର ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡିଥିଲେ। ଏହା ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ସମ୍ପୃକ୍ତ ଯୁବବର୍ଗଙ୍କୁ ଉଦ୍ଧାର କରଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri