Posted inଜାତୀୟ

ଶତ୍ରୁଙ୍କୁ କଡ଼ା ଜବାବ ଦେବ ଭାରତର ଏଏଲ୍‌ଏସ୍‌-୫୦…

ପୋଖରନ, ୨୪।୯ : ସ୍ବଦେଶୀ ଅସ୍ତ୍ରଶସ୍ତ୍ର ପ୍ରସଙ୍ଗରେ ଭାରତ ଆତ୍ମନିର୍ଭରଶୀଳ ହେବା ଦିଗରେ ଆଗେଇବାରେ ଲାଗିଛି। ପ୍ରତିରକ୍ଷା କ୍ଷେତ୍ରରେ ଦେଶରେ ଘଟୁଥିବା ନୂତନତ୍ୱ ମଧ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ବର୍ତ୍ତମାନ ଭାରତ ଜୈସଲମେରର ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ ଏଏଲ୍‌ଏସ୍‌-୫୦ ଡ୍ରୋନକୁ ସଫଳତାର ସହ ପରୀକ୍ଷଣ କରିଛି।

ଟାର୍ଗେଟରେ ସଠିକ ଭାବରେ ଲକ୍ଷ୍ୟ ରଖୁଥିବା ଡ୍ରୋନ କ୍ୟାମେରା ସହିତ ଏଏଲ୍‌ଏସ୍‌-୫୦ ସଜ୍ଜିତ ହୋଇଛି। ଏହା ପୂର୍ବରୁ ଲଦାଖରେ ମଧ୍ୟ ଏହାର ପରୀକ୍ଷା କରାଯାଇଥିଲା। ଉଭୟ ପରୀକ୍ଷଣର ସଫଳତା ପରେ ଭାରତୀୟ ସେନାରେ ଏହାକୁ ସାମିଲ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

ଏହା ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ ଦ୍ୱାରା ବିକଶିତ କରାଯାଇଛି। ଗଣମାଧ୍ୟମ ସୂଚନା ଅନୁଯାୟୀ, ଏହି ଅସ୍ତ୍ର ଭର୍ଟିକାଲ ଟେକ ଅଫ ଏବଂ ଲ୍ୟାଣ୍ଡିଂ କରିବାକୁ ସକ୍ଷମ। ସଂକୀର୍ଣ୍ଣ ଉପତ୍ୟକା, ପର୍ବତ, ଜଙ୍ଗଲ ଏବଂ ଅପହଞ୍ଚ ଅଞ୍ଚଳରେ ବ୍ୟବହାର ପାଇଁ ଏହା ପରିକଳ୍ପନା କରାଯାଇଛି ।

ଏଏଲ୍‌ଏସ୍‌-୫୦ର ମୂଲ୍ୟ କ୍ଷେପଣାସ୍ତ୍ର କିମ୍ବା ଅନ୍ୟ ଡ୍ରୋନ ତୁଳନାରେ ବହୁତ କମ ଥିବାବେଳେ ଏହା ଶତ୍ରୁଙ୍କ ପାଇଁ ଅଧିକ ଘାତକ ହୋଇପାରିବ। ଏହାର ଏକ ସ୍ବଂୟଚାଳିତ ଟାର୍ଗେଟ ସିଷ୍ଟମ ଅଛି। ତାହା ହେଉଛି, ଏହା ପୂର୍ବରୁ ସ୍ଥିର ହୋଇଥିବା ଲକ୍ଷ୍ୟକୁ ସହଜରେ ଚିହ୍ନଟ କରି ନଷ୍ଟ କରିପାରିବ। ଏହା ସହିତ, ଏହା ଶତ୍ରୁ ପାଖରେ ପହଞ୍ଚିବା ପୂର୍ବରୁ ଏହାର ନିୟନ୍ତ୍ରକଙ୍କୁ ଯିବା ବାଟ ବିଷୟରେ ମଧ୍ୟ ସୂଚନା ଦେଇଥାଏ ।

 


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…

ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼hୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ବଡ଼ଦିନ ପାଇଁ ଜି.ଉଦୟଗିରିରେ ଫ୍ଲାଗମାର୍ଚ୍ଚ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଜି.ଉଦୟଗିରି,୨୩/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ବଡ଼ଦିନ ଖ୍ରୀଷ୍ଟମାସ୍ ଉତ୍ସବ ପାଳନକୁ ଆଉ ଦୁଇ ଦିନ ବାକି ଥିବା ବେଳେ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ..କମ୍ପାନୀ କ୍ୟାମ୍ପସରେ ହତ୍ୟା, ପାଣିଟାଙ୍କିରେ ଫିଙ୍ଗିଦେଲେ ମୃତଦେହ

ନୂଆଦିଲ୍ଲୀ,୨୩।୧୨: ମହାରାଷ୍ଟ୍ରର ପାଲଘର ଜିଲାରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ବ୍ୟକ୍ତିଗତ ବିବାଦ ପରେ ଜଣେ ଯୁବକ ତାଙ୍କ ଅଫିସ ସହକର୍ମୀଙ୍କୁ ହତ୍ୟା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

କ୍ୟାଡର ମାଓବାଦୀଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା: ଲାଗିଲା ପୋଷ୍ଟର

ରାଇକିଆ,୨୩।୧୨ (ପ୍ରଦୀପ ବେହେରା): କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୁକ୍ତ ପାଇଁ ଲକ୍ଷ୍ୟ ରଖୁଛନ୍ତି। ଏହି ସମୟ ପାଖେଇ ଆସୁଥିବାରୁ ପୋଲିସ ମାଓବାଦୀଙ୍କୁ...

ଭାଜପାର ନୂତନ କମିଟି ଗଠନ: ସୁକାନ୍ତ-ଅଜିତଙ୍କୁ ଗୁରୁଦାୟିତ୍ୱ

ଦାରିଙ୍ଗବାଡି, ୨୩/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପାର ଜିଲାସ୍ତରୀୟ ନୂତନ କମିଟି ଜିଲା ସଭାପତି ପଣ୍ଡିତ ବିଶି ମାଝୀଙ୍କ ନେତୃତ୍ୱରେ ଚୟନ ହୋଇଯାଇଛି। ଜିଲାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri