ବିପର୍ଯ୍ୟୟ ମୁକାବିଲା ଖର୍ଚ୍ଚର ଦାଖଲ ହୋଇନି ୟୁସି

ଛତ୍ରପୁର,୧୪।୯(ଡି.ଏନ.ଏ.): ବିପର୍ଯ୍ୟୟ ପରିଚାଳନା, ପ୍ରସ୍ତୁତି, ମୁକାବିଲା, ଦକ୍ଷତା ତାଲିମ ନେଇ ଗଞ୍ଜାମ ଜିଲାକୁ ଆସୁଥିବା ଅନୁଦାନ ବାବଦରେ ୟୁସି (ବିନିଯୋଗ ପ୍ରମାଣପତ୍ର) ଦାଖଲ ହେଉନି ା ଏନେଇ ଓସ୍‌ଡମା (ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ) ନିର୍ବାହୀ ନିର୍ଦ୍ଦେଶକ ଜ୍ଞାନ ଦାସଙ୍କ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କୁ ଚିଠି ଆସିଛି ା ଉକ୍ତ ଅନୁଦାନ ବାବଦରେ ହେଉଥିବା ଖର୍ଚ୍ଚର ୟୁସି ଦାଖଲ କରିବାକୁ କୁହାଯାଇଛି ା ଏପରି କି ଖର୍ଚ୍ଚ ହୋଇ ନ ଥିବା ବିଭିନ୍ନ ଅନୁଦାନ ଅର୍ଥ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମିଳିିଥିବା ସୂଚନା ଅନୁସାରେ ଜାତୀୟ, ରାଜ୍ୟ ବିପର୍ଯ୍ୟୟ ପାଣ୍ଠି, ବିଶ୍ୱବ୍ୟାଙ୍କରୁ ଜିଲାକୁ ବିପର୍ଯ୍ୟୟ ପରିଚାଳନା, ପ୍ରସ୍ତୁତି, ମକ୍‌ଡ୍ରିଲ ମୁକାବିଲା ଓ ଦକ୍ଷତା ତାଲିମ ପାଇଁ ୩ କୋଟି ୬୮ ଲକ୍ଷ ୫୯ ହଜାର ୬୯୧ ଟଙ୍କାର ଅନୁଦାନ ଆସିଥିଲା ା ସମସ୍ତ ଅନୁଦାନ ଖର୍ଚ୍ଚର ୟୁସି ଓସ୍‌ଡମା ନିକଟରେ ଦାଖଲ ହୋଇନି ା ୟୁସି ଦାଖଲ ପାଇଁ ବାରମ୍ବାର ଜିଲା ପ୍ରଶାସନ ପାଖକୁ ଚିଠି ଆସିଥିଲେ ହେଁ ଏହା ଉପରେ ପଦକ୍ଷେପ ନିଆଯାଇ ନ ଥିବା ଉକ୍ତ ଚିଠିରୁ ଜଣାପଡିଛି ା ଓସ୍‌ଡମା ପକ୍ଷରୁ ବିପର୍ଯ୍ୟୟ ମୁକାବିଲା, ଦକ୍ଷତା ତାଲିମ ବାବଦରେ ଗଞ୍ଜାମ ଜିଲାକୁ ୩ କୋଟି ୨ ଲକ୍ଷ ୨୪ ହଜାର ୫୩ ଟଙ୍କାର ଅନୁଦାନ ଆସିଥିଲା । ସେଥିମଧ୍ୟରେ ହିଟ୍‌ୱେଭ୍‌ ପାଇଁ ୧୫ ହଜାର ଟଙ୍କା, ସିଏମ୍‌ଏମ୍‌ଏସ୍‌ସି ବାବଦରେ ୧ କୋଟି ୮୯ ଲକ୍ଷ ୬୨ ହଜାର ୩୦୦ ଟଙ୍କା, ଆଇଓଟିଆର୍‌ ବାବଦରେ ୯ ଲକ୍ଷ ୧୮ ହଜାର ୫୦୦ ଟଙ୍କା, କାପାସିଟି ବିଲଡିଂ ପାଇଁ ୪ ଲକ୍ଷ ୩୧ ହଜାର ୬୧୫ ଟଙ୍କା, ସୁନାମି କାର୍ଯ୍ୟକ୍ରମ ପାଇଁ ୭୮ ହଜାର ଟଙ୍କା, ୟୁଡିଏମ୍‌ପି ଓ ଏସ୍‌ଓପି ପାଇଁ ୩୧ ଲକ୍ଷ ୮୧ ହଜାର ଟଙ୍କା ରହିଥିଲା ା ସେହିପରି ଜାତୀୟ ବିପର୍ଯ୍ୟୟ ପରିଚାଳନାରୁ ୩୬ ଲକ୍ଷ ୩୪ ହଜାର ୦୭୯ ଟଙ୍କା, ଜିଓଡିରୁ ୨ ଲକ୍ଷ ୯୬ ହଜାର ୬୫୭ ଟଙ୍କା, ଏନ୍‌ଏଫ୍‌ସିଆର୍‌ରୁ ୮ ଲକ୍ଷ ୨୭ ହଜାର ୬୦୨, ବିଶ୍ୱବ୍ୟାଙ୍କରୁ ୫୨ ହଜାର ୧୦୦ ଟଙ୍କା, ଡିଏଫ୍‌ଆଇଡିରୁ ୧ହଜାର ଟଙ୍କା, ମକ୍‌ଡ୍ରିଲ୍‌ ପାଇଁ ୧୮ ଲକ୍ଷ ୨୪ ହଜାର ୨୦୦ ଟଙ୍କା ଆସିଥିଲା ା ଏ ବାବଦରେ ମଧ୍ୟ ୟୁସି ଦାଖଲ ହୋଇନି ା


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri