ତୁମକୁ କ୍ଷମା କରୁଛି, ଭୁଲି ପାରିବିନି

ଓ୍ବାଶିଂଟନ,୧୨ା୯: କ୍ରାଇମ୍‌ ଡ୍ରାମା ‘ସିଏସ୍‌ଆଇ: ମାଇଆମି’ ଅଭିନେତ୍ରୀ ଏଭା ଲାରୁଙ୍କ ପଛରେ ୧୨ ବର୍ଷ ଧରି ପଡ଼ିଥିଲେ ଜଣେ ଅପରାଧୀ। ଏଭା ଓ ତାଙ୍କ ଝିଅ କାୟାଙ୍କୁ ବଳାତ୍କାର ପରେ ହତ୍ୟା କରିବାକୁ ସେ ବାରମ୍ବାର ଧମକ ଦେଉଥିଲେ। ମା’ ଝିଅ ଏଥିରେ ଅତିଷ୍ଠ ହୋଇ ରକ୍ଷା ପାଇବା ଲାଗି ବାଟ ଖୋଜୁଥିଲେ। ଅପରାଧୀ ଏକ ଫାଷ୍ଟଫୁଡ୍‌ ଷ୍ଟ୍ରରେ ଛାଡ଼ିଯାଇଥିବା ଡିଏନ୍‌ଏ ଆଧାରରେ ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ତାଙ୍କୁ ଗିରଫ କରିଥିଲା। ଆମେରିକାର ଏକ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଅଦାଲତ ରାୟ ଶୁଣାଇବା ପରେ ତାଙ୍କୁ ଏଭା କହିଥିଲେ, ତୁମକୁ ମୁଁ କ୍ଷମା କରିଦେଇଛି କିନ୍ତୁ ଜୀବନରେ ଭୁଲିପାରିବି ନାହିଁ।
ଧମକପୂର୍ଣ୍ଣ ଚିଠି ଆସିବା ଆରମ୍ଭ ହୋଇଥିଲା ୨୦୦୭ରେ। ଏଭା ଲାରୁଙ୍କ ସାଉଥ କାଲିଫର୍ନିଆସ୍ଥିତ ବାସଭବନକୁ କେତେବେଳେ ହାତଲେଖା ଚିଠି ଆସୁଥିଲା ତ ପୁଣି କେବେ ଇ-ମେଲ୍‌ରେ। ଅଚିହ୍ନା ପ୍ରେରକ ସେଗୁଡ଼ିକରେ ନିଜକୁ ‘ଫ୍ରେଡି କ୍ରୁଏଗର’ ବୋଲି ପରିଚୟ ଦେଉଥିଲେ। ଅଭିନେତ୍ରୀଙ୍କ ହସ୍ତଗତ ପତ୍ରଗୁଡ଼ିକର ସାରାଂଶ ଥିଲା, ଫ୍ରେଡି କ୍ରୁଏଗର ତାଙ୍କୁ ଓ ତାଙ୍କ ଝିଅଙ୍କୁ ବଳାତ୍କାର ପରେ ହତ୍ୟା କରିବେ। ୧୨ ବର୍ଷ ମଧ୍ୟରେ ଏଭଳି ୩ ଡଜନରୁ ଅଧିକ ଧମକପୂର୍ଣ୍ଣ ପତ୍ର ହସ୍ତଗତ ହୋଇଥିଲା। ପ୍ରତ୍ୟେକଟି ଚିଠି ଅଭିନେତ୍ରୀ ଓ ତାଙ୍କ ପରିବାର ପାଇଁ ଥିଲା ଯନ୍ତ୍ରଣାଦାୟକ। ଅବସ୍ଥା ଏପରି ହୋଇଯାଇଥିଲା ଯେ, ଏଭାଙ୍କୁ ବାହାରକୁ ଛାଡ଼ିବାକୁ ମଧ୍ୟ ଘର ଲୋକେ ଭୟ କରୁଥିଲେ।
ପୂର୍ବରୁ ଚିଠିଗୁଡ଼ିକ ଏଭାଙ୍କ ନାମରେ ଆସୁଥିଲା, ଯେତେବେଳେ ତାଙ୍କ ଝିଅଙ୍କୁ ୫ ବର୍ଷ ହୋଇଥିଲା। କିନ୍ତୁ ୨୦୧୫ରେ ଝିଅଙ୍କ ନାମରେ ଚିଠି ଆସିବାରେ ଲାଗିଲା। ଏପରି କି ଚିଠି ପ୍ରେରକ ଝିଅଙ୍କ ସ୍କୁଲକୁ ଫୋନ୍‌ କରୁଥିଲେ। କହୁଥିଲେ, ସେ ତାଙ୍କ ବାପା। ଝିଅକୁ ନେବା ପାଇଁ ସ୍କୁଲ ବାହାରେ ଅପେକ୍ଷା କରିଛନ୍ତି। ଏଫ୍‌ବିଆଇ ଅଧିକାରୀମାନେ ଚିଠି ଲଫାପାରୁ ପ୍ରେରକଙ୍କ ଡିଏନ୍‌ଏ ସଂଗ୍ରହ କରି ଏକ ଡାଟାବେସ୍‌ ଜରିଆରେ ତାଙ୍କ ସମ୍ପର୍କୀୟମାନଙ୍କୁ ନେଇ ତାଲିକା ପ୍ରସ୍ତୁତ କରିଥିଲେ। ଶେଷରେ ସେମାନେ ସଫଳ ହେଲେ। ଅହିଓର ଏକ ଛୋଟ ସହରରେ ପରିତ୍ୟକ୍ତ ଆର୍ବି ଷ୍ଟ୍ର ଜରିଆରେ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ଡିଏନ୍‌ଏ ସଂଗ୍ରହ କରାଯାଇଥିଲା। ପୂର୍ବ ସଂଗୃହୀତ ଡିଏନ୍‌ଏ ସହ ଏହା ମ୍ୟାଚ୍‌ ହେବା ପରେ ଏଫ୍‌ବିଆଇ ତାଙ୍କୁ ଗିରଫ କରିଥିଲା। ଜେମ୍ସ ଡାଭିଡ୍‌ ରୋଗର୍ସଙ୍କୁ ଗୁରୁବାର ଲସ୍‌ ଏଞ୍ଜେଲସ୍‌ କାଉଣ୍ଟି କୋର୍ଟ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। କୋର୍ଟ ରୁମ୍‌ରେ ଡାଭିଡ୍‌ଙ୍କୁ ଏଭା କହିଥିଲେ, ତୁମକୁ ମଁୁ କ୍ଷମା କରିଦେଉଛି, କିନ୍ତୁ ଜୀବନରେ କେବେହେଲେ ଭୁଲିପାରିବି ନାହିଁ। ଏ ଭୟ ସବୁଦିନ ପାଇଁ ମୋ ସହ ରହିବ।

୧୨ ବର୍ଷର ଆତଙ୍କ

ଅଭିନେତ୍ରୀ ଏଭା ଲାରୁ ପୂର୍ବରୁ ଜଣେ ବ୍ୟୁଟି କୁଇନ୍‌ ଥିଲେ। ୨୦୧୨ରେ ସିଜନ ଶେଷ ହୋଇଥିବା କ୍ରାଇମ୍‌ ଡ୍ରାମା ‘ସିଏସ୍‌ଆଇ: ମାଇଆମି’ରେ ମାଇଆମି-ଡେଡ୍‌ ପୋଲିସ ଡିପାର୍ଟମେଣ୍ଟ ପାଇଁ କାମ କରୁଥିବା ଜଣେ ଡିଏନ୍‌ଏ ଆନାଲିଷ୍ଟ ଚରିତ୍ରରେ ସେ ନଜର ଆସିଥିଲେ। ତାଙ୍କ ଘରକୁ ଆସିଥିବା ପ୍ରଥମ ଧମକପୂର୍ଣ୍ଣ ପତ୍ରରେ ଲେଖାଥିଲା, ମୃତ୍ୟୁ ପର୍ଯ୍ୟନ୍ତ ବଳାତ୍କାର କରିବି। ତୁମ ଝିଅକୁ ବି ଛାଡ଼ିବି ନାହିଁ। ପ୍ରେରକ ନିଜ ନାମ ଲେଖିଥିଲେ ‘ଫ୍ରେଡି କ୍ରୁଏଗର’, ଯାହାକି ଏକ ଆମେରିକୀୟ କ୍ରାଇମ୍‌ ଥ୍ରୀଲରର କାଳ୍ପନିକ ଚରିତ୍ର। ଏଫ୍‌ବିଆଇ ଅନେକ ଏନ୍‌ଭଲପ୍‌ରୁ ପ୍ରେରକଙ୍କ ଡିଏନ୍‌ଏ ସଂଗ୍ରହ କରିଚାଲିଥିଲା। କିନ୍ତୁ ୨୦୧୯ ପର୍ଯ୍ୟନ୍ତ ତାଙ୍କ ପରିଚୟ ପାଇପାରି ନ ଥିଲା। ‘ସିଏସ୍‌ଆଇ: ମାଇଆମି’ରେ ଏଭା ଜଣେ ଅପରାଧୀଙ୍କ ଡିଏନ୍‌ଏ ବିଶ୍ଲେଷଣ ବେଳେ ‘ଜେନେଟିକ୍‌ ଜେନିଓଲୋଜି’ର ଉପଯୋଗ କରିଥିଲେ। ଏହି ବିଜ୍ଞାନ ଜରିଆରେ ୨୦୧୯ ନଭେମ୍ବରରେ ଷ୍ଟକରଙ୍କୁ ଠାବ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri