Posted inଜାତୀୟ

ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଦାବି ସମାଜବାଦୀ ପାର୍ଟିିର ୧୦୦ ବିଧାୟକ ଭାଜପାରେ ସାମିଲ ହେବାକୁ ପସ୍ତୁତ

ଲକ୍ଷ୍ନୌ,୮ ।୯: ଉତ୍ତର ପ୍ରଦେଶ ବାରାବାଙ୍କି ଜନପଦ ଗସ୍ତରେ ଯାଇଥିବା ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜିଲା ଭ୍ରମଣରେ ଯାଇଥିଲେ । ପ୍ରଥମେ ସେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କର ଗୋପନୀୟ ଜନପ୍ରତିନିଧି ଓ ପାର୍ଟି ପଦାଧିକାରୀଙ୍କ ସହ ବୈଠକ କରିଥିଲେ । ଏହାପରେ ସେ ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବଚ୍ଛରାୱା ରାମ ନରେଶଙ୍କୁ ଶ୍ରଦ୍ଧଶଞ୍ଜଳି ଦେଇଥିଲେ । ଏହାପରେ ସେ ଜିଲାର ବରିଷ୍ଠ ଅଧିକାରୀ ତଥା ଜନ ପ୍ରତିନିଧୀଙ୍କ ସହ ଜିଲାପାଳଙ୍କ ଲୋକସଭା ହଲରେ ଏକ ବୈଠକ କରିଥିଲେ ।
ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ ଏକ ସମ୍ବାଦିକ ସମ୍ମିଳନିରେ ସରକାରଙ୍କ ଉପଲବ୍ଧିକୁ ନେଇ ଆଲୋଚନା କରିଥିଲେ । ଏହା ସହ ଉପମୁଖ୍ୟମନ୍ତ୍ରୀ କହିଥିଲେ ସରକାରଙ୍କ ଲକ୍ଷ୍ୟ ହେଉଛି ଜନପଦ ବିକାଶର ସହ ଆଗକୁ ବଢୁ । ସେ କହିଥିଲେ ବାରାବାଙ୍କିରେ ଭଲ କାମ ହୋଇଛି । ସରକାରଙ୍କ କାର୍ଯ୍ୟକାଳ ବିବାଦ ଓ ଦଙ୍ଗାରୁ ମୁକ୍ତ ରହିଛି । କୃଷକଙ୍କ ଲାଭ ପାଇଁ ସରକାର କାମ କରୁଛନ୍ତି । ଅଖିଳେଶ ଯାଦବଙ୍କ ହାତରେ କୌଣସି ଶାସନ ନ ଥିବାରୁ ସେ ବିଳିବିଳାଉଛନ୍ତି । ସମାଜବାଦୀ ପାର୍ଟି ଏବେ ସମାପ୍ତବାଦୀ ପାର୍ଟି ହୋଇଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଉଚ୍ଚ ଅଧିକାରୀ, ଜନ ପ୍ରତିନିଧୀ ଓ ଜନତାଙ୍କ ସମ୍ମାନ ଅଧିକାରୀଙ୍କ୍‌ୁ କରିବା ଉଚିତ । ଏବେ ବଡ ବଡ ଭ୍ରଷ୍ଟ୍ରାଚାରୀ ଥରୁଛନ୍ତି ବୋଲି ସେ କହିଥିଲେ ।
ଅଖିଳେଶ ଯାଦବଙ୍କୁ ଜବାବ ଦେବାକୁ ଯାଇ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ଯେମିତି ଭାବେ ପାଣିରୁ ବାହାରିବା ପରେ ମାଛ ଛଟପଟ ହୋଇଥାଏ, ସେହିପରି ଅଖିଳେଶ ଯାଦବ ପଦବୀ ବିନା ଛଟପଟ ହେଉଛନ୍ତି । ସେ କହିଛନ୍ତି ସମାଜବାଦୀ ପାର୍ଟି ଏବେ ସମାପ୍ତବାଦୀ ପାର୍ଟି ହୋଇଯାଇଛି । ଏହାର ୧୦୦ ବିଧାୟକ ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଥିବା କହିଛନ୍ତି ମୌର୍ଯ୍ୟ ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri