Posted inଜାତୀୟ

୩୩% ପରିବାର କ୍ଷୀର ପିଇବା କମାଇଛନ୍ତି

ନୂଆଦିଲ୍ଲୀ,୫ା୯: ଭାରତରେ କ୍ଷୀର ଦରବୃଦ୍ଧି ଯୋଗୁ ଏହାର ବ୍ୟବହାର କେତେ ପ୍ରଭାବିତ ହୋଇଛି ସେନେଇ କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲ ସର୍କଲ୍ସ ପକ୍ଷରୁ ଏକ ସର୍ବେକ୍ଷଣ କରାଯାଇଛି। ପ୍ରତି ୩ରେ ଗୋଟିଏ ପରିବାର କ୍ଷୀର ବ୍ୟବହାର କମାଇଦେଇଛନ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଛି। ଦେଶର ୩୧୧ ଜିଲାରେ କରାଯାଇଥିବା ଏହି ସର୍ବେକ୍ଷଣରେ ୨୧,୦୦୦ ଲୋକଙ୍କୁ ସାମିଲ କରାଯାଇଥିଲା, ଯାହାଙ୍କ ମଧ୍ୟରୁ ୬୯% ହେଉଛନ୍ତି ପୁରୁଷ। ୪୧% ଲୋକ ଟିୟର ୧ ଜିଲାର ହୋଇଥିବାବେଳେ ୩୪% ଟିୟର ୨ ଏବଂ ୨୫% ଟିୟର ୩ , ୪ ଓ ଗ୍ରାମାଞ୍ଚଳ ଜିଲାର ବାସିନ୍ଦା।
ଅଧିକାଂଶ ଭାରତୀୟ ପରିବାରରେ କ୍ଷୀର ଏବଂ ଦହି, ଲହୁଣି, ଘିଅ ଓ ବଟର୍‌ ମିଲ୍କ ଭଳି ଦୁଗ୍ଧଜାତ ସାମଗ୍ରୀ ବ୍ୟବହୃତ ହୋଇଥାଏ। ଭାରତ କେବଳ ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶ ନୁହେଁ, ବରଂ ଏହାର ବ୍ୟବହାର କ୍ଷେତ୍ରରେ ମଧ୍ୟ ଅନ୍ୟ ରାଷ୍ଟ୍ରଗୁଡ଼ିକଠାରୁ ଆଗରେ ରହିଥିବା ଆମେରିକାର କୃଷି ବିଭାଗ (ୟୁଏସ୍‌ଡିଏ) ପକ୍ଷରୁ ପ୍ରକାଶିତ ‘ଡେଏରି ଆଣ୍ଡ ପ୍ରଡକ୍ଟସ୍‌ ଆନୁଆଲ୍‌ ରିପୋର୍ଟ-୨୦୨୧’ରେ ଉଲ୍ଲେଖ କରାଯାଇଛି। ମୁଦ୍ରାସ୍ଫୀତି ଯୋଗୁ ଭାରତୀୟ ଉପଭୋକ୍ତା ହନ୍ତସନ୍ତ ହେଉଥିବାବେଳେ ଦରଦାମ ନିୟନ୍ତ୍ରଣରେ କ୍ରମଶଃ ଲଗାମ ଲଗାଯାଉଥିବା ନେଇ କେନ୍ଦ୍ର ସରକାରଙ୍କ ତଥ୍ୟ କହୁଛି। ତେବେ ଅଗଷ୍ଟ ୧୭ ପରଠାରୁ ଦେଶର ଦୁଗ୍ଧ ସମବାୟଗୁଡ଼ିକ ପକ୍ଷରୁ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯିବା ଖାଉଟିଙ୍କ ପାଇଁ ନିଶ୍ଚିତ ଭାବେ ଏକ ଖରାପ ଖବର। ଏହା ପୂର୍ବରୁ ମାର୍ଚ୍ଚରେ ଅମୂଲ ଭଳି ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନକାରୀ ବ୍ରାଣ୍ଡ୍‌ଗୁଡ଼ିକ କ୍ଷୀର ଲିଟର ପିଛା ୨ ଟଙ୍କା ବଢ଼ାଇଥିଲେ। ଏହି ଦରବୃଦ୍ଧି ଯୋଗୁ ୬୮% ଉପଭୋକ୍ତା ସମାନ ପରିମାଣ ଓ ବ୍ରାଣ୍ଡ୍‌ର କ୍ଷୀର ପାଇଁ ପୂର୍ବାପେକ୍ଷା ଅଧିକ ଟଙ୍କା ଦେଉଥିବା ସର୍ବେକ୍ଷଣ ବେଳେ କହିଛନ୍ତି। ଅନ୍ୟପକ୍ଷେ ୧୦,୬୮୫ ଜଣଙ୍କ ମଧ୍ୟରୁ ୬% ଲୋକ ଏଥିଲାଗି ବ୍ରାଣ୍ଡ୍‌ ବଦଳାଇଛନ୍ତି ଅଥବା ଅପେକ୍ଷାକୃତ କମ୍‌ ଦାମ୍‌ରେ ମିଳୁଥିବା କ୍ଷୀର କିଣିବାକୁ ବାଧ୍ୟ ହୋଇଥିବା ମାନିଛନ୍ତି। ଅନ୍ୟ ୪% ଲୋକ ସମାନ ବ୍ରାଣ୍ଡ୍‌ର ଶସ୍ତା ବିକଳ୍ପ ଆପଣାଇଛନ୍ତି। କୌଣସି ଉତ୍ତରଦାତା କ୍ଷୀର କିଣିବା ବନ୍ଦ କରିଦେଇଥିବା ମାନିନାହାନ୍ତି। ତେବେ ୨୦% ଲୋକ ପୂର୍ବ ତୁଳନାରେ ପରିମାଣ ହ୍ରାସ କରିଥିବା କହିଛନ୍ତି। ଘରେ ବ୍ୟବହାର ପାଇଁ ଅଧିକାଂଶ ସମୟରେ କେଉଁ ଧରଣର କ୍ଷୀର କିଣୁଛନ୍ତି ବୋଲି ୧୦,୫୨୨ ଜଣଙ୍କୁ ସର୍ବେକ୍ଷଣକାରୀ ସଂସ୍ଥା ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ୭୨% ଲୋକ ପ୍ଲାଷ୍ଟିକ୍‌ ପାଉଚ୍‌ ପ୍ୟାକେଟରେ ଉପଲବ୍ଧ ୫୦୦ ମିଲି ଲିଟର କିମ୍ବା ୧ ଲିଟର କ୍ଷୀର କିଣୁଥିବା କହିଥିଲେ। ସେହିପରି ୧୪% ଉପଭୋକ୍ତା ସ୍ଥାନୀୟ ବିକ୍ରେତାଙ୍କଠାରୁ ଖୋଲାରେ କ୍ଷୀର କିଣୁଥିବା ଉତ୍ତର ଦେଇଥିଲେ। ମାତ୍ର ୨% ଲୋକ ଅଧିକ ସମୟ ରହିପାରୁଥିବା ଟେଟ୍ରା ପ୍ୟାକ୍‌ ମିଲ୍କ କିଣୁଥିବା ନେଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri