Posted inଜାତୀୟ

ବିରୋଧି ଦଳ ୨୦୨୪ ନୁହେଁ ୨୦୨୯ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ, ଜାଭଡେକରଙ୍କ ପରାମର୍ଶ …

ମୁମ୍ବାଇ, ୩୦।୮ : ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ବିରୋଧୀଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱ ଏବଂ ଦେଶର ଲୋକଙ୍କ ପାଇଁ ସେ କରୁଥିବା କାର୍ଯ୍ୟକୁ ବୁଝିବା ଉଚିତ। ତେଣୁ ବିରୋଧୀଙ୍କୁ ମୁଁ ପରାମର୍ଶ ଦେଉଛି ୨୦୨୪ ଲୋକସଭା ନିର୍ବାଚନ ବିଷୟରେ ଚିନ୍ତା ନ କରି ୨୦୨୯ ପାଇଁ ବିଚାର ବିମର୍ଷ କରିବା ଉଚିତ।

ମହାରାଷ୍ଟ୍ରର ଥାଣେରେ ଏକ ଭାଜପା କାର୍ଯ୍ୟକ୍ରମରେ ମୋଦିଙ୍କ ୨୦ ବର୍ଷ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରକାଶ ଜାଭଡେକର କହିଛନ୍ତି ଯେ ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଦେଶର ପରିବେଶ ବଦଳି ଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ଦିନ ଛୁଟି ନେଇନାହାଁନ୍ତି। ଦେଶର ପ୍ରଧାନମନ୍ତ୍ରୀ ଭିନ୍ନ ଚିନ୍ତାଧାରା ଏବଂ କାର୍ଯ୍ୟକ୍ରମ ସହିତ ଆସିଛନ୍ତି, ସିଧାସଳଖ ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ଶାସନରେ ସ୍ବଚ୍ଛତା ଆଣିଛନ୍ତି।

ସେ କହିଛନ୍ତି ଯେ ମୋଦିଙ୍କ କାର୍ଯ୍ୟକୁ ଲୋକମାନେ ପସନ୍ଦ କରୁଥିବାରୁ ଭାଜପା ବାରମ୍ବାର ନିର୍ବାଚନରେ ସଫଳତା ହାସଲ କରୁଛି। ଗତ ୨୦ ବର୍ଷ ମଧ୍ୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବାଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ମୋଦି ଥରେ ମଧ୍ୟ ଅସୁସ୍ଥ ନ ହୋଇ ନିରନ୍ତର କାର୍ଯ୍ୟ କରୁଛନ୍ତି।

ହର ଘର ତିରଙ୍ଗା ଅଭିଯାନ ମାଧ୍ୟମରେ ଦେଶରେ ଦେଶପ୍ରେମର ପରିବେଶ ସୃଷ୍ଟି ହୋଇଥିଲା। ଭିଆଇପି ସଂସ୍କୃତି ଏବେ ଅତୀତ ହୋଇସାରିଛି। ୨୦୧୪ରେ ଏକ ଏଲଇଡି ବଲ ପାଇଁ ଭାରତୀୟଙ୍କୁ ୨୦୦ ଟଙ୍କା ଖର୍ଚ୍ଚ କରିବାକୁ, ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହା ୭୦ ଟଙ୍କାରେ ଉପଲବ୍ଧ ହେଉଛି।

ଭାଜପା ବିଶ୍ୱର ସବୁଠୁ ବଡ ଦଳ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଯୋଗୁ ତାଙ୍କ ଦଳରେ ବର୍ତ୍ତମାନ ୧୧ କୋଟି ସଦସ୍ୟ ଅଛନ୍ତି। ସେ କହିଛନ୍ତି ଯେ ଘର, ଜଳ, ଖାଦ୍ୟ ଶସ୍ୟ, ରନ୍ଧନ ଗ୍ୟାସ, ଘରେ ଶୌଚାଳୟ ଯୋଗାଇବା ଏବଂ ଅଭାବୀ ଲୋକଙ୍କୁ ମାଗଣା ଚିକିତ୍ସା ଭଳି ମୋଦିଙ୍କ ବ୍ୟାପକ ନିଷ୍ପତ୍ତି ସାଧାରଣ ନାଗରିକଙ୍କ ପ୍ରତି ତାଙ୍କର ଚିନ୍ତାକୁ ଦର୍ଶାଉଛି। ଏହି କାରଣରୁ ଅନେକ ଗୃହିଣୀ ଭାଜପା କର୍ମୀ ହୋଇପାରିଛନ୍ତି ବୋଲି ଜାଭଡେକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri