ନୂଆଦିଲ୍ଲୀ, ୩୦ା୮:ଗତ କିଛି ବର୍ଷ ଭଳି ୨୦୨୧ରେ ଦେଶରେ ଆତ୍ମହତ୍ୟା ବୃଦ୍ଧିପାଇଛି। ପାରିବାରିକ ସମସ୍ୟା, ଅସୁସ୍ଥତା ଦୁଇଟି ପ୍ରମୁଖ କାରଣ ହୋଇଥିବାବେଳେ ବୃତ୍ତି ଓ ପେସାଗତ ସମସ୍ୟା ଜନିତ ଆତ୍ମହତ୍ୟା ଚିନ୍ତାଜନକ ରହିଛି। କାରଣ ମହାମାରୀ କରୋନା ଯୋଗୁ ଆର୍ଥିକ ସ୍ଥିତ ଦୋହଲିଯିବା ଏବଂ ନିଯୁକ୍ତ କ୍ଷେତ୍ର ସଙ୍କୁଚିତ ହେବା ଯୋଗୁ ବଞ୍ଚତ୍ବାର ମୋହ ତୁଟାଇ ଦେଇଛନ୍ତି ଅନେକ ଦିନମଜୁରିଆ, ଚାଷୀ, ଆତ୍ମନିଯୁକ୍ତିଧାରୀ, ବେତନଭୋଗୀ, ବେକାର ଯୁବତୀଯୁବକ।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ତଥ୍ୟ ଅନୁଯାୟୀ, ଦେଶରେ ୨୦୨୦ ତୁଳନାରେ ୨୦୨୧ରେ ୭.୨ ପ୍ରତିଶତ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଛି। ୨୦୨୧ରେ ମୋଟ ୧ ଲକ୍ଷ ୬୪ ହଜାର ୩୩ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ୨୦୨୦ରେ ଏହି ସଂଖ୍ୟା ଥିଲା ୧ ଲକ୍ଷ ୫୩ ହଜାର ୫୨। ପାରିବାରିକ ସମସ୍ୟା, ଅସୁସ୍ଥତା, ବୃତ୍ତିଗତ ସମସ୍ୟା, ଏକଲାପଣ, ହିଂସା, ନିଶା ଆସକ୍ତ ଏବଂ ଆର୍ଥିକ କ୍ଷତି ଆତ୍ମହତ୍ୟାର ମୁଖ୍ୟ କାରଣ ବୋଲି ଏନ୍ସିଆର୍ବି ୨୦୨୧ ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟ କାରଣଗୁଡ଼ିକ ମଧ୍ୟରେ ପ୍ରେମ ବ୍ୟାପାର, ବୈବାହିକ ବିବାଦ, ସାମାଜିକ ମର୍ଯ୍ୟଦା ହାନି, ପରୀକ୍ଷାରେ ବିଫଳତା, ସମ୍ପତ୍ତି ବିବାଦ, ଆତ୍ମୀୟଙ୍କୁ ହରାଇବା, ଅଭାବ ଅନଟନ, ଅଣନିଯୁକ୍ତି ଏବଂ ଅବୈଧ ସମ୍ପର୍କ ଅନ୍ୟତମ। ବୃତ୍ତି ତଥା ପେସାଗତ ସମସ୍ୟା ଜନିତ ଆତ୍ମହତ୍ୟା କ୍ଷେତ୍ରରେ ଦୈନିକ ମଜୁରିଆଙ୍କ ସଂଖ୍ୟା ସର୍ବାଧିକ ୨୫.୬% ଥିବାବେଳେ ୧୨.୩% ଆତ୍ମନିଯୁକ୍ତିଧାରୀ, ୯.୭% ଦରମାଭୋଗୀ, ୦.୯% ଅବସରପ୍ରାପ୍ତ କର୍ମଚାରୀ ରହିଛନ୍ତି। ସେହିପରି କୃଷି କ୍ଷେତ୍ରରେ ନିଯୁକ୍ତ ୬.୬ ପ୍ରତିଶତ ବ୍ୟକ୍ତି ଏବଂ ନିଯୁକ୍ତିରୁ ବଞ୍ଚତ୍ତ ୮.୪ ପ୍ରତିଶତ ବ୍ୟକ୍ତି ଜୀବନ ହାରିବା ଭଳି ଚରମପନ୍ଥାକୁ ବାଛି ନେଇଛନ୍ତି। ଛାତ୍ରୀଛାତ୍ରଙ୍କ ସଂଖ୍ୟା ରହିଛି ୮%।
ଦେଶର ୫ ବଡ଼ ରାଜ୍ୟରେ ୫୦.୩ ପ୍ରତିଶତ ଆତ୍ମହତ୍ୟା ଘଟଣା ଘଟିଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୨୨,୨୦୭ (୧୩.୫%) ଘଟଣା ଘଟିଥିବାବେଳେ ତାମିଲନାଡୁରେ ୧୮,୯୨୫ (୧୧.୫%), ମଧ୍ୟପ୍ରଦେଶରେ ୧୪,୯୬୫ (୯.୧%), ପଶ୍ଚିମବଙ୍ଗରେ ୧୩,୫୦୦ (୮.୨%) ଏବଂ କର୍ନାଟକରେ ୧୩,୦୫୬(୮%) ଆତ୍ମହତ୍ୟା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଅବଶିଷ୍ଟ ୨୩ ରାଜ୍ୟ ଏବଂ ୮ କେନ୍ଦ୍ର ଶାସିତ ଅଞ୍ଚଳରେ ୪୯.୭% ମାମଲା ପଞ୍ଜୀକୃତ ହୋଇଛି। ସେଥିତ୍ମଧ୍ୟରୁ ଓଡ଼ିଶାରେ ୫୫୬୧(୩.୪%) ଆତ୍ମହତ୍ୟା ଘଟିଛି, ଯାହାକି ୨୦୨୦ ତୁଳନାରେ ୧୫ ଅଧିକ। ପାରିବାରିକ ସମସ୍ୟାରୁ ଆତ୍ମହତ୍ୟା କ୍ଷେତ୍ରରେ ଓଡ଼ିଶାରେ ସର୍ବାଧିକ ୪୦୩୩(୭୧.୪%)ଟି ଘଟଣା ଘଟିଛି। ଏ କ୍ଷେତ୍ରରେ ଓଡ଼ିଶା ୨୦୨୦ରେ ମଧ୍ୟ ଆଗରେ ରହିଥିଲା। ଉକ୍ତ ବର୍ଷ ମୋଟ ୫୫୪୬ ଆତ୍ମହତ୍ୟା ଘଟଣା ମଧ୍ୟରୁ ୪୫୦୬ଟି ଥିଲା ପାରିବାରିକ ସମସ୍ୟା।
୧ ଲକ୍ଷ ଜନସଂଖ୍ୟାକୁ ନେଇ ଆତ୍ମହତ୍ୟା ହାର ଆକଳନ କରାଯାଇଥାଏ। ତଦନୁଯାୟୀ ଦେଶରେ ୨୦୨୧ରେ ଆତ୍ମହତ୍ୟା ହାର ୧୨ ରହିଛି, ଯାହାକି ୧୯୬୭ ପରଠାରୁ ସର୍ବାଧିକ। ୨୦୧୦ରେ ଦ୍ୱିତୀୟ ସର୍ବାଧିକ ଆତ୍ମହତ୍ୟା ହାର (୧୧.୩୫) ରହିଥିଲା। ୨୦୨୧ ରିପୋର୍ଟ ଅନୁଯାୟୀ, ଆଣ୍ଡାମାନ ନିକୋବରରେ ଆତ୍ମହତ୍ୟା ହାର ସର୍ବାଧିକ ୩୯.୭ ରହିଥିବାବେଳେ ସିକିମ୍ରେ ୩୯.୨, ପୁଡୁଚେରୀରେ ୩୧.୮, ତେଲଙ୍ଗାନା ଓ କେରଳରେ ୨୬.୯ ଏବଂ ଓଡ଼ିଶାରେ ୧୨.୩ ରହିଛି। ୨୦୨୦ରେ ଦେଶର ଆତ୍ମହତ୍ୟା ହାର ୧୧.୩ ଥିବାବେଳେ ଓଡ଼ିଶାରେ ଥିଲା ୧୨.୨।
Posted inHome, Home Middle, ଜାତୀୟ View All
ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ
ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...
ୟୁନୁସ ସରକାରଙ୍କ କ୍ଲାସ୍ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…
ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...
ମାତ୍ର ୫୬ ବଲରେ କମାଲ୍ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍ ପୂର୍ବରୁ…
ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...
କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ
ଥିରୁଭାନନ୍ତପୁରମ୍,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...
ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ
ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...
ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ
ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...
୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…
ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...
ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…
ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...
Archives


