Posted inଜାତୀୟ

ଫରେନ୍ସିକ୍‌ ତଦନ୍ତ ବାଧ୍ୟତାମୂଳକ ହେବ

ଗାନ୍ଧୀନଗର,୨୯ା୮: ଯେଉଁ ଅପରାଧ ଘଟାଇଲେ ଦୋଷୀଙ୍କୁ ୬ ବର୍ଷରୁ ଅଧିକ ଅବଧିର ଦଣ୍ଡ ଦିଆଯାଇଥାଏ, ତାହାର ତଦନ୍ତରେ ଫରେନ୍ସିକ୍‌ ଯାଞ୍ଚକୁ ବାଧ୍ୟତାମୂଳକ କରାଯିବ। କେନ୍ଦ୍ର ସରକାର ଅପରାଧଗୁଡ଼ିକରେ ଦଣ୍ଡବିଧାନ ହାର ବୃଦ୍ଧି ପାଇଁ ଏହି ନିଷ୍ପତ୍ତି ନେବାକୁ ଗମ୍ଭୀରତା ସହ ବିଚାର କରୁଥିବା ରବିବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସୂଚନା ଦେଇଛନ୍ତି।

ଗୁଜରାଟ ଗାନ୍ଧୀନଗରସ୍ଥିତ ନ୍ୟାଶନାଲ ଫରେନ୍ସିକ୍‌ ସାଇନ୍ସେସ୍‌ ୟୁନିଭର୍ସିଟି (ଏନ୍‌ଏଫ୍‌ଏସ୍‌ୟୁ)ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ମୁଖ୍ୟ ଅତିଥି ରୂପେ ଯୋଗଦେଇଛନ୍ତି। ଏହି ଅବସରରେ ସ୍ନାତକ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ଜିଲାକୁ ଫରେନ୍ସିକ୍‌ ମୋବାଇଲ ଇନ୍‌ଭେଷ୍ଟିଗେଶନ ଫାସିଲିଟି ଯୋଗାଇଦେବେ। ଏଥିସହ ତଦନ୍ତର ସ୍ବାଧୀନତା ଓ ନିରପେକ୍ଷତାକୁ ସୁନିଶ୍ଚିତ କରିବା ଲାଗି ସ୍ବତନ୍ତ୍ର ଆଇନଗତ ଢାଞ୍ଚା ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି), ଆପରାଧିକ ଦଣ୍ଡ ସଂହିତା (ସିଆର୍‌ପିସି) ଏବଂ ସାକ୍ଷ୍ୟପ୍ରମାଣ ଆଇନରେ ମଧ୍ୟ ସଂଶୋଧନ ଆଣିବାକୁ ଯାଉଛନ୍ତି।

ଏଥି ସକାଶେ ବିଶେଷଜ୍ଞ ଓ ଆଇନଜ୍ଞମାନଙ୍କ ପରାମର୍ଶ ନିଆଯାଉଛି। ଦେଶ ସ୍ବାଧୀନ ହେବା ପରଠାରୁ ଏହି ଆଇନଗୁଡ଼ିକୁ କେହି ଭାରତୀୟ ଦୃଷ୍ଟିକୋଣରୁ ଦେଖୁ ନ ଥିବାରୁ ଏଥିରେ ସଂଶୋଧନ ଜରୁରୀ ହୋଇପଡ଼ିଥିବା ଶାହା କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ଆହୁରି କହିଛନ୍ତି, ଯେତେବେଳେ ୬ ବର୍ଷରୁ ଅଧି ଅବଧିର ଦଣ୍ଡବିଧାନ ହେଉଥିବା ଅପରାଧ କ୍ଷେତ୍ରରେ ଫରେନ୍ସିକ୍‌ ସାଇନ୍ସକୁ ବାଧ୍ୟତାମୂଳକ କରାଯିବ ସେତେବେଳେ ବହୁ ସଂଖ୍ୟକ ଫରେନ୍ସିକ୍‌ ସାଇନ୍ସ ଏକ୍ସପର୍ଟ ଗ୍ରାଜୁଏଟ୍‌ ଆବଶ୍ୟକ ହେବ। ସେହି ସମୟରେ ଏନ୍‌ଏଫ୍‌ଏସ୍‌ୟୁର କୌଣସି ଛାତ୍ରୀଛାତ୍ର ନିଯୁକ୍ତି ନ ପାଇ ରହିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri