Odisha Elections 2024

ଛତିଶଗଡ଼ କହୁଛି ଗେଟ୍‌ ଖୋଲ: ବଢ଼ିଲା ମହାନଦୀରେ ବନ୍ୟା ଆଶଙ୍କା

ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ୨୦ ଗେଟ୍‌ ଖୋଲାଯାଇଥିଲା। ଏହାସତ୍ତ୍ୱେ ପଡ଼ୋଶୀ ରାଜ୍ୟ ବନ୍ୟା ଆଶଙ୍କା କରି ଆହୁରି ଅଧିକ ଗେଟ୍‌ ଖୋଲିବା ପାଇଁ ଚାପ ପକାଉଥିବା ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ଶନିବାର ସକାଳେ କହିଛନ୍ତି। ସନ୍ଧ୍ୟା ସୁଦ୍ଧା ୪ ପର୍ଯ୍ୟାୟରେ ଆଉ ୧୪ଟି ଗେଟ୍‌ ଖୋଲାଯାଇଛି। ସାଧାରଣତଃ ୨୮ଟି ଗେଟ୍‌ ଖୋଲିଲେ ମହାନଦୀରେ ବନ୍ୟା ଆସିଥାଏ। ରାତି ୮ଟା ସୁଦ୍ଧା ୩୪ଟି ଗେଟ୍‌ ଖୋଲାଥିବାରୁ ଓଡ଼ିଶାର ବିଭିନ୍ନ ଜିଲାରେ ବନ୍ୟା ଆଶଙ୍କା ବଢ଼ିଛି।

ଭୁବନେଶ୍ୱର,୧୪ ।୮(ବ୍ୟୁରୋ): ଗୋଟିଏ ପରେ ଗୋଟିଏ ଲଘୁଚାପ ଯୋଗୁ ରାଜ୍ୟରେ ଗତ କିଛିଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ଏଭଳିସ୍ଥଳେ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ୩୪ ଗେଟ୍‌ ଖୋଲାଯାଇଛି। କିନ୍ତୁ ଛତିଶଗଡ଼ରେ ଆସନ୍ତା ଦୁଇଦିନ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହୁଛି। ତେଣୁ ହୀରାକୁଦ ଜଳଭଣ୍ଡାରର ଅଧିକ ଗେଟ୍‌ ଖୋଲାଯାଇପାରେ। ଫଳରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଆଶଙ୍କା କରାଯାଉଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ(ଇଆଇସି) ବିଜୟ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଲଗାଣ ବର୍ଷା ଯୋଗୁ ବୈତରଣୀ ଓ ଜଳକା ନଦୀର ଜଳସ୍ତର ମଧ୍ୟ ବଢ଼ୁଛି। ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଗୀୟ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି। ସତର୍କ ରହି ନିର୍ଦ୍ଦେଶ ମୁତାବକ କାମ କରିବାକୁ କୁହାଯାଇଛି।
ଇଆଇସି କହିଛନ୍ତି, ଯଦି ମହାନଦୀର ଉପର ମୁଣ୍ଡରେ ଆଉ ଅଧିକ ବର୍ଷା ହୁଏ ତେବେ ମଧ୍ୟମ ଧରଣର ବନ୍ୟା ଆସିପାରେ। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍‌ ଉପରେ ଚାପ ପଡ଼ୁଛି। ହୀରାକୁଦରେ ଅଧିକ ଗେଟ୍‌ ଖୋଲିବା ପାଇଁ ଛତିଶଗଡ଼ର ଜଳସମ୍ପଦ ବିଭାଗ ଅଧିକାରୀମାନେ ଚାପ ପକାଉଛନ୍ତି। ୧୫ ତାରିଖ ସକାଳ ୮ଟା ସୁଦ୍ଧା ବନ୍ୟା ଜଳ ମୁଣ୍ଡଳି ଅତିକ୍ରମ କରିବ। ଏହି ସମୟରେ ସେଠାରେ ପ୍ରତି ସେକେଣ୍ଡରେ ୭ ଲକ୍ଷରୁ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହୋଇପାରେ। ୨୮ଟିରୁ ଅଧିକ ଗେଟ୍‌ ଖୋଲାହେଲେ ସାଧାରଣତଃ ବନ୍ୟା ଆଶଙ୍କା କରାଯାଇଥାଏ। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ତଳମୁଣ୍ଡରେ ଥିବା ଗ୍ରାମଗୁଡ଼ିକୁ ସତର୍କ କରାଯାଇଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲା ପ୍ରଶାସନଙ୍କୁ କୁହାଯାଇଛି। ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ପ୍ରଭାବିତ ହେବାକୁ ଥିବା ଜିଲାକୁ ପଠାଯାଉଛି।
ଭଦ୍ରକର ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବୈତରଣୀର ବିପଦ ସଙ୍କେତ ସ୍ତର ୧୭.୮୩ ମିଟର ରହିଥିବା ବେଳେ ଏହା ୧୮.୧୪ ମିଟରରେ ପ୍ରବାହିତ ହେଉଛି। ସେଠାରେ ବନ୍ୟା ପାଣି ବଢ଼ିବାରେ ଲାଗିଛି। ସେହିପରି ଜଳକା ନଦୀର ମଥାନୀଠାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ଏହା ୬.୩୧ ମିଟରରେ ପ୍ରବାହିତ ହେଉଛି। ମହାନଦୀର ନରାଜଠାରେ ବିପଦ ସଙ୍କେତ ସ୍ତର ୨୬.୪୧ ମିଟର ଥିବାବେଳେ ବନ୍ୟା ଜଳ ୨୪.୪୭ ମିଟର ଉପରେ ପ୍ରବାହିତ ହେଉଛି। ସେହିପରି ଆଳିପିଙ୍ଗଳରେ ମହାନଦୀର ବିପଦ ସଙ୍କେତ ୧୧.୭୬ ମିଟର ଥିବାବେଳେ ବର୍ତ୍ତମାନ ଏହା ୬.୭ ମିଟରରେ ପ୍ରବାହିତ ହେଉଛ। ସୁନ୍ଦରଗଡ଼ ଇବ୍‌ନଦୀରେ ମଧ୍ୟ ବନ୍ୟାଜଳ ବୃଦ୍ଧି ପାଉଛି। ସେହି ନଦୀର ବିପଦ ସଙ୍କେତ ସ୍ତର ୨୨୨ ମିଟର ଥିବା ବେଳେ ବନ୍ୟାଜଳ ୨୧୮.୧୮ ମିଟରରେ ପ୍ରବାହିତ ହେଉଛି। ସେହିପରି ସୁବର୍ଣ୍ଣରେଖା ନଦୀର ଜାମଶୋଳାଘାଟ ଓ ରାଜଘାଟଠାରେ ବନ୍ୟା ଜଳ ବୃଦ୍ଧି ପାଉଥିବା ବେଳେ ଋଷିକୁଲ୍ୟା ନଦୀର ପୁରୁଷୋତ୍ତମପୁରଠାରେ ବନ୍ୟା ପାଣି ଫୁଲିବାରେ ଲାଗିଛି। ବଂଶଧାରାର କାଶୀନଗରଠାରେ ମଧ୍ୟ ବନ୍ୟାଜଳ ବୃଦ୍ଧି ପାଇ ଚାଲିଛି। ଦୁର୍ବଳ ନଦୀବନ୍ଧ ଉପରେ କଡ଼ାକଡ଼ି ଭାବେ ନଜର ରଖିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।
ହୀରାକୁଦର ୩୪ ଗେଟ୍‌ରେ ଜଳ ନିଷ୍କାସନ
ହୀରାକୁଦ ଜଳଭଣ୍ଡାରରୁ ଶନିବାର ସନ୍ଧ୍ୟା ୭ଟା ସୁଦ୍ଧା ୩୪ ଗୋଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛ। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗେଟ୍‌ ସଂଖ୍ୟା ବୃଦ୍ଧି କରାଯାଇଛି। ରିପୋର୍ଟ ଅନୁସାରେ ଜଳଭଣ୍ଡାରରେ ଜଳସ୍ତର ୬୧୭.୦୬ ଫୁଟ୍‌ ରହିଛି। ପ୍ରତି ସେକେଣ୍ଟରେ ଜଳଭଣ୍ଡାରକୁ ୪ଲକ୍ଷ ୬୮ ହଜାର ୧୭ କ୍ୟୁସେକ ଜଳ ପ୍ରବେଶ କରୁଛି। ସ୍ପିଲ୍‌ୱେ, ପାୱାର ଚାନେଲ, କୃଷି, ଶିଳ୍ପ ଆଦି କ୍ଷେତ୍ରକୁ ୪ଲକ୍ଷ ୯୯ ହଜାର ୭୫୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ହୀରାକୁଦ ଜଳଭଣ୍ଡାର ତଳ ମୁଣ୍ଡ ବେଲଗାଁରେ ୨୫ ହଜାର କ୍ୟୁସେକ, ପର୍ଥଲାରେ ୭୯ହଜାର ୫୫୩, ଖଇରମାଲରେ ୫ଲକ୍ଷ ୪୧ହଜାର, ବରମୁଲାରେ ୫ଲକ୍ଷ ୨ହଜାର ୫ଶହ, ମୁଣ୍ଡଳୀରେ ୩ଲକ୍ଷ ୪୨ହଜାର ୩୦୯ କ୍ୟୁସେକ ଜଳ ପ୍ରବାହିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧ ରାତିରେ କ୍ଷମା ମାଗିଲେ ସମ୍ବିତ ପାତ୍ର: କହିଲେ, ମୋ ଭୁଲ୍‌ର ପାଇଁ ଆଗାମୀ ୩ ଦିନ ଉପବାସ କରିବି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୧।୫:ଓଡିଶାର ପୁରୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି।...

ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ବଡ଼ ଝଟକା

ଭୁବନେଶ୍ୱର,୨୦।୫: ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ଝଟକା। ସୋମବାର ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ଶତାଧିକ ମୁଣ୍ଡା ସମ୍ପ୍ରଦାୟର ଲୋକ ଭାଜପାରେ ସାମିଲ ହୋଇଛନ୍ତି। ଆଜି ବାଙ୍ଗିରିପୋଷିରେ...

ଭାଜପାରୁ ବହିଷ୍କୃତ ହେଲେ ପୂର୍ବତନ ଏମ୍‌ପି ଐର ଖାରବେଳଙ୍କ ସମେତ ୫ ନେତା

ଭୁବନେଶ୍ୱର,୨୦।୫: ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଭାଜପା ସୋମବାର ଦଳରୁ ବହିଷ୍କାର କରିଛି । ଖାରବେଳଙ୍କ ସମେତ ରେମୁଣାର ବିଜୟ କୁମାର...

ସମୀର ଦାଶଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୦।୫: ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳ ସୋମବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ଦଳ ସମୀରଙ୍କୁ ରାଜ୍ୟ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ପୋଲିଂ କର୍ମଚାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ

ଭୁବନେଶ୍ୱର,୨୦।୫: ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ କେତେକ ସ୍ଥାନରେ ବିଶୃଙ୍ଖଳା ଘଟିଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀର...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ପ୍ରଦୀପ ପାଣିଗ୍ରାହୀଙ୍କ ଆକ୍ରମଣ ଘଟଣା: ଶିବଶଙ୍କରଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର,୨୦।୫: ବ୍ରହ୍ମପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ତଥା ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଝଟକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri