ଆମ୍‌ସାର୍‌ ଆଇନ ସଂଶୋଧନ କର

ଭୁବନେଶ୍ବର,୮।୮(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ରାନୀ କା ଭାବ୍‌କୁ ୟୁନେସ୍କୋ ଐତିହ୍ୟସ୍ଥଳ ତାଲିକାରେ ସାମିଲ କରିବା ଦିଗରେ ନେଇଥିବା ପଦକ୍ଷେପ ପ୍ରଶଂସନୀୟ। ଉଭୟ କାରିଗରୀ ଓ ଆଇନଗତ ଢାଞ୍ଚାରେ ଏଭଳି ଏତିହ୍ୟସ୍ଥଳଗୁଡ଼ିକର ସଂରକ୍ଷଣ ତଥା ସୁରକ୍ଷା ବ୍ୟବସ୍ଥା କ୍ଷେତ୍ରରେ ବୈଶ୍ୱିକ ସ୍ତରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଲାଣି। ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ରେ ଆମୂଳଚୂଳ ପରିବର୍ତ୍ତନ ଅଣାଯିବା ଆବଶ୍ୟକ।

ଏଥିସହ ଆମ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲାଗି ପ୍ରାଚୀନ କିର୍ତ୍ତୀରାଜି ଓ ପ୍ରତ୍ନତାତ୍ତ୍ୱିକ ସ୍ଥଳ ଏବଂ ଅବଶେଷ ଆଇନ (ଏଏମ୍‌ଏସ୍‌ଏଆର୍‌)ରେ ମଧ୍ୟ ସଂଶୋଧନ ଜରୁରୀ। ଏହା କୋଣାର୍କ ସମେତ ଆମ ଐତିହ୍ୟସ୍ଥଳୀଗୁଡ଼ିକର ସୁରକ୍ଷାରେ ବିଶେଷ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୀତି ଆୟୋଗ ଗଭର୍ନିଂ କାଉନ୍ସିଲର ସପ୍ତମ ବୈଠକରେ ମତ ରଖିଛନ୍ତି। ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ଗଭର୍ନିଂ କାଉନସିଲ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ‘ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌’ ମାନ୍ୟତା ପ୍ରଦାନ ପ୍ରସଙ୍ଗ ନେଇ ନିଜ ଦାବି ମଧ୍ୟ ଦୋହରାଇଛନ୍ତି।
ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ନିକଟରେ ଦୀର୍ଘ ୨ ଦଶନ୍ଧି ହେଲା ରାଜ୍ୟ ଦାବି ରଖି ଆସୁଛି। ହେଲେ କେନ୍ଦ୍ର ସରକାର ଏ କଥାକୁ ଅଣଦେଖା କରୁଛନ୍ତି। ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଏଭଳି ବିପର୍ଯ୍ୟୟରୁ ରାଜ୍ୟ ଏବଂ ଏଠାରେ ବାସ କରୁଥିବା ଲୋକଙ୍କୁ ରକ୍ଷା କରିବା ଲାଗି ସ୍ବତନ୍ତ୍ର ଭିତ୍ତିଭୂମି ପ୍ରସ୍ତୁତ କରାଯାଉ। କେନ୍ଦ୍ର ସରକାର ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌ ଘୋଷଣା କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଲାଗି ସ୍ବତନ୍ତ୍ର ଅର୍ଥର ବ୍ୟୟବରାଦ କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ଅବସରରେ ଉକ୍ତ ବୈଠକ ଡାକିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ କରୋନା ମହାମାରୀକୁ ଅତି ଦାୟିତ୍ୱପୂର୍ଣ୍ଣ ଭାବେ ମୁକାବିଲା କରିବା ସ୍ବାଗତଯୋଗ୍ୟ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ଯେଭଳି ପ୍ରଦର୍ଶନ କରିଛନ୍ତି ଏହା ପ୍ରଶଂସନୀୟ ବୋଲି ନବୀନ କହିବା ସହ କ୍ରୀଡାବିତ୍‌ମାନେ ନିଜ ମାତୃଭୂମିକୁ ଗର୍ବିତ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ହେଉଛନ୍ତି ଗୋଟିଏ ଗୋଟିଏ ରାଜନୈତିକ ସଂସ୍ଥା। ଅନେକ ସମୟରେ କେନ୍ଦ୍ରୀୟ ଯୋଜନା ଲାଗୁ କରିବା ବେଳେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ। ନୀତି ଆୟୋଗ ଏହାକୁ ସମାଧାନ କରିବାର ଆବଶ୍ୟକତା ଅଛି। ଏହାଦ୍ୱାରା ସଂଘୀୟ ଗଣତନ୍ତ୍ର ଏବଂ ଯୋଜନାର ଠିକ୍‌ କାର୍ଯ୍ୟକାରିତା ଦିଗରେ ସହଜ ହେବ। ହେଲେ ଓଡ଼ିଶା ସବୁବେଳେ ଟେଲିକମ୍‌, ରେଲଓ୍ବେ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅବହେଳିତ ହୋଇଆସୁଛି। ଏହିସବୁ ଗୁରୁତ୍ୱପୂର୍ଣ୍ଣ ସେବାକୁ ଆଗକୁ ନେବାରେ ଓଡ଼ିଶା ପଛରେ ରହିଯାଇଛି। ଏହିସବୁ କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ଦେବା ଲାଗି ନବୀନ ଅନୁରୋଧ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ତୃଣମୂଳସ୍ତରରେ ଲାଗୁ କରାଯିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି। ବହୁ ଯୋଗ୍ୟ ଚାଷୀଙ୍କୁ ଏଥିରୁ ବାଦ୍‌ ହେବାକୁ ପଡ଼ିଛି। ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ନୀତି ଆୟୋଗ ଏହାକୁ ଅନୁଧ୍ୟାନ କରି ସମାଧାନର ରାସ୍ତା କାଢ଼ନ୍ତୁ। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂଆ ତାଲିକାରୁ ବହୁ କେବିକେ ଜିଲା ଏବଂ ଆଦିବାସୀଙ୍କୁ ବାଦ୍‌ ଦିଆଯାଇଛି। ତେଣୁ କେନ୍ଦ୍ର ସରକାର ଏହି ସମସ୍ୟାକୁ ଗୁରୁତର ସହ ନେଇ ତୁରନ୍ତ ଅଧିକ ଘର ଏହି ଯୋଜନାରେ ପ୍ରଦାନ କରନ୍ତୁ। ଏ ବାବଦରେ ଆସିଥିବା ସମସ୍ତ ଦ୍ୱନ୍ଦ୍ୱ ରାଜ୍ୟ ସରକାର ଦୂର କରିଥିବା ସେ କହିଛନ୍ତି। ଗୁଜରାଟର ରାନୀ କା ଭାଉ ଯାହା ୟୁନେସ୍କୋ ହେରିଟେଜ ସାଇଟ୍‌ରେ ଅଛି ତାହା ସ୍ବାଗତଯୋଗ୍ୟ। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ତାରିଖରୁ ସୋମବାର ପର୍ଯ୍ୟନ୍ତ ଦିଲ୍ଲୀ ଗସ୍ତରେ ଅଛନ୍ତି। ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌ ସହିତ କୃଷି, ସ୍ବାସ୍ଥ୍ୟ, ସହରାଞ୍ଚଳ ବିକାଶ କ୍ଷେତ୍ରରେ ଅଧିକ ଆର୍ଥିକ ସହାୟତା ରାଜ୍ୟକୁ ଦେବା ଲାଗି ନୀତି ଆୟୋଗ ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ଏବଂ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭାରତ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ସୁପରପାଓ୍ବାର ହେବାର କ୍ଷମତା ରଖେ। ସାମଗ୍ରିକ ବିକାଶ ଦ୍ୱାରା ଏହା ସମ୍ଭବ। କେନ୍ଦ୍ର ଓ ରାଜ୍ୟ ଉଭୟ ୨ଟି ରାଜନୈତିକ ଶକ୍ତି ହୋଇଥିବାରୁ କେନ୍ଦ୍ରର ଅନେକ ଯୋଜନା ଲାଗୁ ହେବାରେ ସମସ୍ୟା ହୋଇଥାଏ ବୋଲି ସେ କହିଛନ୍ତି। ଏହାସହ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହିତ ଅନ୍ୟ ସମସ୍ତ ରାଜ୍ୟର ଉପସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ, ଯାହାଦ୍ୱାରା ଏହା ଦେଶର ପ୍ରକୃତ ଏକତା ଏବଂ ସଂଘୀୟ ଗଣତନ୍ତ୍ରରେ ପ୍ରତିଫଳିତ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଶକ୍ତି କ୍ଷେତ୍ରରେ ପଶିବେ ଘରୋଇ ସଂସ୍ଥା

ନୂଆଦିଲ୍ଲୀ,୧୮ା୧୨(ପି.ଟି./ଏଜେନ୍ସି): ୨୦୪୭ ସୁଦ୍ଧା ଭାରତରେ ୧୦୦ ଗିଗାଓ୍ୱାଟ୍‌ ଅଣୁଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ବିଧେୟକକୁ ବୁଧବାର ଲୋକ ସଭାର ମଞ୍ଜୁରୀ ମିଳିଛି। ସଷ୍ଟେନେବଲ...

Featured Video Play Icon

୫୨ ବର୍ଷରେ ଧରିତ୍ରୀ

ପାଳିତ ହୋଇଯାଇଛି ଦୈନିକ ଓଡ଼ିଆ ଖବରକାଗଜ ଧରିତ୍ରୀର ୫୨ ତମ ଜନ୍ମ ବାର୍ଷିକୀ ଉତ୍ସବ । ଧରିତ୍ରୀର ପ୍ରତିଷ୍ଠା ଦିବସ ନଭେମ୍ବର ୨୪ରେ ଥିବାବେଳେ ବୁଧବାର...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri