ବାଲୁଗାଁରୁ କୃଷ୍ଣପ୍ରସାଦ ଲଞ୍ଚ ଚଳାଚଳ ବନ୍ଦ

କୃଷ୍ଣପ୍ରସାଦ,୧ା୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁରୁଠାରୁ ଚିଲିକାରେ ଲଞ୍ଚ୍‌ ଯୋଗେ ଦୈନିକ ଶତାଧିକ ଯାତ୍ରୀ କୃଷ୍ଣପ୍ରସାଦ ଓ ଏହାର ଆଖପାଖ ଅଞ୍ଚଳକୁ ଯାତାୟାତ କରିଥାନ୍ତି। ତେବେ ହଠାତ୍‌ ବିଭାଗୀୟ କର୍ତ୍ତୃପକ୍ଷ ଉକ୍ତ ଲଞ୍ଚ୍‌ ଚଳାଚଳ ବନ୍ଦ କରିଦେବାରୁ ଯାତ୍ରୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ରାଜ୍ୟ ସରକାରଙ୍କ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ସେବା ପକ୍ଷରୁ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଲଞ୍ଚ୍‌ ଚଳାଚଳର ବ୍ୟବସ୍ଥା କରାଯାଇଛି। ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ସକାଳ ୭ଟା ୧୫ ଏବଂ ଅପରାହ୍ନ ୧ଟା ୩୦ରେ ବାଲୁଗାଁଠାରୁ ଦୁଇଟି ଲଞ୍ଚ୍‌ କୃଷ୍ଣପ୍ରସାଦ ଅଭିମୁଖେ ଚଳାଚଳ କରୁଛି। ମାତ୍ର ଅପରାହ୍ନ ୩ଟା ୧୫ରେ ବାଲୁଗାଁଠାରୁ ଏକ ଲଞ୍ଚ୍‌ ବାହାରି କୃଷ୍ଣପ୍ରସାଦ ଘିମୁଦା ଜେଟିରେ ୪ଟା ୪୫ରେ ପହଞ୍ଚିଥାଏ। ପରଦିନ ସକାଳ ୭ଟା ୧୫ରେ ଏହା ବାଲୁଗାଁ ଅଭିମୁଖେ ଯାତ୍ରା କରିଥାଏ। ବାରମ୍ବାର ଅଞ୍ଚଳବାସୀଙ୍କ ଦାବି ପରେ ଉକ୍ତ ଲଞ୍ଚ୍‌ଟି ଦୀର୍ଘ ୩ ବର୍ଷ ଧରି ଯାତାୟାତ କରୁଥିବା ବେଳେ କୌଣସି କାରଣ ନ ଥାଇ ହଠାତ୍‌ କର୍ତ୍ତୃପକ୍ଷ ଉକ୍ତ ଲଞ୍ଚ ଚଳାଚଳ ବନ୍ଦ କରିଥିବା ଜଣାପଡ଼ଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଜରୁରିକାଳୀନ ପରିସ୍ଥିତିରେ ଉକ୍ତ ଲଞ୍ଚ୍‌ ଉପରେ ରୋଗୀଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ର, ଜନସାଧାରଣ ନିର୍ଭର କରୁଥିବା ବେଳେ କାହା ନିର୍ଦ୍ଦେଶରେ ରାତ୍ରିଯାପନ ଲଞ୍ଚ୍‌ ଚଳାଚଳ ବନ୍ଦ କରାଗଲା ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷେ ବାଲୁଗାଁ ଜେଟି କୂଳରେ ଲଞ୍ଚ୍‌ଗୁଡ଼ିକ ଚିଲିକାରେ ପଡ଼ିରହି ଖତ ଖାଉଥିଲେ ମଧ୍ୟ ଏଗୁଡ଼ିକର ଆନୁଷଙ୍ଗିକ ମରାମତି ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ଯାତ୍ରୀ ପରିବହନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ପୂର୍ବପରି ଅପରାହ୍ନ ୩ଟା ୪୫ରେ ବାଲୁଗାଁ କୃଷ୍ଣପ୍ରସାଦ ମଧ୍ୟରେ ପୁନଃ ଲଞ୍ଚ୍‌ ଚଳାଚଳ କରିବାକୁ କୃଷ୍ଣପ୍ରସାଦ ସରପଞ୍ଚ ଇତିଶ୍ରୀ ସିଂହ, ପୂର୍ବତନ ସରପଞ୍ଚ କୁମାର ସିଂହ, ପୂର୍ବତନ ସମିତିସଭ୍ୟ ଜିତେନ୍ଦ୍ର କୁମାର ବିଶାଳ, ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ସିଂହସାମନ୍ତ, ବଡ଼ଅଁଳ ସରପଞ୍ଚ ବୀଣାପାଣି ପ୍ରଧାନ, ବୋଇତ ବନ୍ଦାଣ କମିଟି ସଭାପତି ବାଉରିବନ୍ଧୁ ଦଳେଇ, ଲକ୍ଷ୍ମୀକାନ୍ତ ସିଂହ, ଯୁବନେତା ସୁବାସ ଚନ୍ଦ୍ର ଗୌଡ଼, ସାମାଜିକ କର୍ମୀ ବିଷ୍ଣୁପ୍ରସାଦ ବେହେରା, ରମେଶ ଚନ୍ଦ୍ର ବିଶାଳ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri