ଚିଲିକା ବିଧାୟକଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୋମବାର ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ମାନ୍ୟବର କୋର୍ଟ ତାଙ୍କ ଶୁଣାଣିରେ ବିଧାୟକ ଜଗଦ୍ଦେବଙ୍କୁ ନିଜ ନିର୍ବାଚନ ମଣ୍ଡଳୀକୁ ୧ ବର୍ଷ ପାଇଁ ଯିବାକୁ ବାରଣ କରିଛନ୍ତି। ତେବେ ଜିଲାପାଳଙ୍କ ଅନୁମତି ନେଇ ନିର୍ବାଚନ ମଣ୍ଡଳୀ ଯାଇପାରିବେ ବିଧାୟକ। ଏଥିସହ ୫ ଜଣରୁ ଅଧିକ ଲୋକଙ୍କୁ ନେଇ ସଭା ସମିତି କରିବାକୁ ବାରଣ କରିଛନ୍ତି କୋର୍ଟ।

ଆଡଭୋକେଟ ଯଶୋବନ୍ତ ଦାସ, ପିନାକୀ ମିଶ୍ର, ସିନିୟର ଆଡଭୋକେଟ ଭାବନା ଦାସ ଏବଂ ମାନସ ଚାନ୍ଦ ବିଧାୟକଙ୍କ ଲାଗି ମାମଲା ଲଢୁଥିଲେ। ସୁପ୍ରିମକୋର୍ଟ ବିଚାରପତି ହେମନ୍ତ ଗୁପ୍ତା ଏବଂ ବିକ୍ରମ ନାଥ ଉକ୍ତ ଶୁଣାଣି କରିଥିଲେ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୨ରେ ଗିରଫ ହୋଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ମାର୍ଚ୍ଚ ୧୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅଫିସ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ପରେ ସାଧାରଣ ଜନତାଙ୍କ ସମେତ କିଛି ପୋଲିସ କର୍ମଚାରୀ ଗୁରୁତର ହୋଇଥିଲେ। ଉକ୍ତ ଘଟଣାରେ ବିଧାୟକଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

ଏଯାଏ ଛିଣ୍ଡୁନି ଅଙ୍କ, ଚିନ୍ତାରେ ଆଶାୟୀ; ଆଉ ୬-୧୫-୯ ଆସନ ବାକି

ଭୁବନେଶ୍ୱର,୨୭।୪: ନିର୍ବାଚନ ତାରିଖ ପାଖେଇ ଆସିଲେ ହେଁ ରାଜ୍ୟର ୩ ପ୍ରମୁଖ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଯାବତ ବିଜେଡି ୬, ଭାଜପା...

ରାଜଧାନୀ ତାତି ଟପିଲା ୪୧

ଭୁବନେଶ୍ୱର,୨୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri