Odisha Elections 2024
Posted inଜାତୀୟ

ଅଗ୍ନିପଥ ଯୋଜନା ଅଧିନରେ ଭାରତୀୟ ନୌସେନାକୁ ମିଳିଛି ୩ ଲକ୍ଷରୁ ଅଧିକ ଆବେଦନ

ନୂଆଦିଲ୍ଲୀ,୨୪ ।୭: ଭାରତୀୟ ନୌସେନା ପକ୍ଷରୁ ଅଗ୍ନିବୀର ପଦରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ଏହାର ଶେଷ ତାରିଖ ଜୁଲାଇ ୨୨, ୨୦୨୨ ରଖାଯାଇଥିଲା । ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି କି ଭାରତୀୟ ନୌସେନାରେ ‘ଅଗ୍ନିପଥ ଯୋଜନା’ ମାଧ୍ୟମରେ ଭର୍ତ୍ତି ହେବା ଲାଗି ୩ ଲକ୍ଷରୁ ଅଧିକ ଆବେଦନ ମିଳିଛି । ୨୨ ଜୁଲାଇ ସୁଦ୍ଧା ଏହି ଆବେଦନ ମିଳିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ।
ସୂଚନାଯୋଗ୍ୟ, ଜୁଲାଇ ୨ରେ ଅଗ୍ନିବୀର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଚଳିତ ବର୍ଷ ଜୁନ ୧୪ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଯୋଜନା ଲଞ୍ଚ କରାଯାଇଥିଲା । ଯାହାକୁ ନେଇ ଦେଶର ବିଭିନ୍ନ ଭାଗରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି ଯାଜନା ଅଧିନରେ ୧୭-୨୧ ବର୍ଷର ଯୁବକମାନେ ୪ ବର୍ଷ ପାଇଁ ଭାରତ ମାଆର ସେବା କରିବାର ସୁଯୋଗ ପାଇ ପାରିବେ । ୪ ବର୍ଷ ପରେ ଏମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ । ବିରୋଧ ପ୍ରଦର୍ଶନ ପରେ କେନ୍ଦ୍ର ସରକାର ଜୁନ ୧୬ରେ ଅଗ୍ନିବୀରଙ୍କ ବସୟ ସୀମାକୁ ୨୧ରୁ ବୃଦ୍ଧି କରି ୨୩ ବର୍ଷ କରି ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗେମିଂ ଜୋନ୍‌ରେ ନିଆଁ: ୨୭ ମୃତ

ରାଜକୋଟ,୨୬ା୫: ଗୁଜରାଟର ରାଜକୋଟସ୍ଥିତ ଗେମିଂ ଜୋନ୍‌ରେ ଶନିବାର ଅପରାହ୍ନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଆହତ...

ୟୁପି, ଦିଲ୍ଲୀରେ କମ୍‌ ଭୋଟିଂ ଭାଜପାକୁ କ୍ଷତି

ନୂଆଦିଲ୍ଲୀ,୨୬ା୫ଲୋକ ସଭା ନିର୍ବାଚନ ଶେଷହେବାକୁ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ବାକି ଥିବାବେଳେ ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶ ଏବଂ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ମତଦାନ...

ଶିଶୁ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ଆଖି ବୁଜିଲେ ୭ ନବଜାତକ, ଅନେକ ଗୁରୁତର

ନୂଆଦିଲ୍ଲୀ,୨୬।୫: ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ଏକ ଶିଶୁ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୭ଜଣ ନବଜାତ ଶିଶୁ ଆଖି ବୁଜିଛନ୍ତି। ସେହିଭଳି ଅନେକଙ୍କ...

ଭାରତୀୟ ମହକାଶଚାରୀଙ୍କୁ ତାଲିମ ଦେବ ନାସା

ଓ୍ବାଶିଂଟନ,୨୫ା୫:  ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଇଏସ୍‌ଏସ୍‌)କୁ ମିଳିତ ମିଶନ ପଠାଇବା ନିମନ୍ତେ ଆମେରିକା ମହକାଶ ପ୍ରତିଷ୍ଠାନ ନାସା ଭାରତୀୟ ମହାକାଶଚାରୀମାନଙ୍କୁ ଅଗ୍ରୀମ ପ୍ରଶିକ୍ଷଣ ପ୍ରଦାନ କରିବ।...

ରାଜସ୍ଥାନର ଫଲୋଡ଼ିରେ ତାପମାତ୍ରା ୫୦ ଟପିଲା

ଜୟପୁର,୨୫ା୫: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଫଲୋଡ଼ିରେ ଶନିବାର ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରି ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନର ରେକର୍ଡ ହାସଲ କରିଛି। ଶୁକ୍ରବାର...

କେଜରିଓ୍ବାଲଙ୍କ ଗିରଫବେଳେ କାହିଁକି ନିଖୋଜ ଥିଲେ ସ୍ବାତୀ ମାଲିଓ୍ବାଲ, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୫।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲ ନିକଟରେ ବିବାଦ ଘେରରେ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫବେଳେ ସେ...

ଆସୁଛି ବାତ୍ୟା ’ରେମାଲ’: ଆସନ୍ତାକାଲି ମଧ୍ୟାହ୍ନରୁ କୋଲକାତା ବିମାନବନ୍ଦର ୨୧ ଘଣ୍ଟା ପାଇଁ ବନ୍ଦ

କୋଲକାତା,୨୫ା୫: ବାତ୍ୟା ’ରେମାଲ ପ୍ରଭାବ ପାଇଁ ପଶ୍ଚିମବଙ୍ଗ ରବିବାର ଦିନ ୧୨ ଟା ଠାରୁ ସୋମବାର ସକାଳ ୯ ଟା ପର୍ଯ୍ୟନ୍ତ ୨୧ ଘଣ୍ଟା ପାଇଁ...

ଗେମିଂ ଜୋନ୍‌ରେ ନିଆଁ: ୨୦ ମୃତକଙ୍କ ମଧ୍ୟରେ ଅଛନ୍ତି ୧୨ ଶିଶୁ

ଗାନ୍ଧୀନଗର,୨୫ା୫: ଗୁଜରାଟର ରାଜକୋଟସ୍ଥିତ ଏକ ଗେମିଂ ଜୋନ୍‌ରେ ଶନିବାର ନିଆଁ ଲାଗିବାରୁ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri