Posted inଜାତୀୟ

ନିଟ୍‌ ପରୀକ୍ଷାର ସ୍ବଚ୍ଛତା ନେଇ ପ୍ରଶ୍ନ, ନକଲି ପ୍ରାର୍ଥୀ ସିବିଆଇ ଜାଲରେ…

ନୂଆଦିଲ୍ଲୀ, ୧୯।୭ : ନିଟ୍‌ ୟୁଜି ୨୦୨୨ ପରୀକ୍ଷାରେ ସିବିଆଇ ପକ୍ଷରୁ ଏକ ବଡ଼ ଧରଣର ରିଗିଂ ର଼୍ୟାକେଟର ପର୍ଦ୍ଦାଫାଶ୍‌ କରାଯାଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିବିଆଇ ମାଷ୍ଟରମାଇଣ୍ଡ ଏବଂ ସ୍ଲୋଭର ସମେତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କହିଛି ଯେ ଏହି ଅଭିଯୁକ୍ତମାନେ ପ୍ରକୃତ ପ୍ରାର୍ଥୀଙ୍କ ବଦଳରେ ଡମି ପ୍ରାର୍ଥୀ ହୋଇ ନିଟ୍‌ ୟୁଜି ପରୀକ୍ଷାରେ ହାଜର ହୋଇଥିଲେ। ଏହି ଘଟଣା ପରେ ନିଟ୍‌ ପରୀକ୍ଷାର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିବାରେ ଲାଗିଛି ମୂଳ ପ୍ରାର୍ଥୀଙ୍କ ବଦଳରେ ପରୀକ୍ଷା ଦେଇଥିବା ମାଷ୍ଟରମାଇଣ୍ଡ ସମେତ ଏଜେନ୍ସି ଆଠ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ବ୍ୟତୀତ ଅନ୍ୟ ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ବର୍ତ୍ତମାନ ଗିରଫ ହୋଇଥିବା ତିନି ଜଣଙ୍କୁ ପଚରାଉଚରା କରାଯାଉଛି।

ଅପରପକ୍ଷରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନାମ ସୁଶୀଲ ରଂଜନ, ବ୍ରିଜମୋହନ ସିଂ, କୃଷ୍ଣ ଶଙ୍କର ଯୋଗୀ, ସନ୍ନି ରଂଜନ, ପପୁ, ରଘୁନନ୍ଦନ, ଜିପୁ ଲାଲ, ଉମାଶଙ୍କର ଗୁପ୍ତା, ନିଧି, ହେମେନ୍ଦ୍ର ଏବଂ ଭାରତ ସିଂ ବୋଲି ଜଣାପଡିଛି। ସିବିଆଇ ଏବଂ ଏନଟିଏ ଗୁପ୍ତ ସୂଚନା ପାଇଥିଲେ ଯେ ଦିଲ୍ଲୀ ଏବଂ ହରିୟାଣାର ଅନେକ କେନ୍ଦ୍ରରେ ନକଲ କରୁଥିବା ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି। ଏହି ଅଭିଯୁକ୍ତମାନେ ପ୍ରକୃତ ପ୍ରାର୍ଥୀ ବଦଳରେ ଡମି ପ୍ରାର୍ଥୀ ଭାବରେ ପରୀକ୍ଷା ପାଇଁ ହାଜର ହେବା ଉଦ୍ଦେଶ୍ୟରେ ପହଞ୍ଚିଥିଲେ। ସେମାନେ ମୂଳ ପ୍ରାର୍ଥୀଙ୍କ ୟୁଜର୍‌ ଆଇଡି ଏବଂ ପାସୱାର୍ଡରେ ମଧ୍ୟ ସଂଶୋଧନ କରିଥିଲେ। ଏଥିସହିତ ପରୀକ୍ଷାରେ ହାଜର ହେବା ପାଇଁ ଡମି ପ୍ରାର୍ଥୀଙ୍କ ଫଟୋ ଆକାର ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏଜେନ୍ସି କହିଛି ଯେ ଏହି ସ୍ଲୋଭର ଏବଂ ଡମି ପ୍ରାର୍ଥୀଙ୍କୁ ପ୍ରାର୍ଥୀଙ୍କ ତରଫରୁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଇଛି।

ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ନିଆଯାଇଥିବା ଏହି କାର୍ଯ୍ୟ ବିଷୟରେ ସିବିଆଇ ସୂତ୍ର ସୂଚନା ଦେଇଛି। ନ୍ୟୁଜ ଏଜେନ୍ସି ଏଏନଆଇ ମଧ୍ୟ ଏହା ନିଶ୍ଚିତ କରିଛି। ସ୍ନାତକୋତ୍ତରସ୍ତରର ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ନିଟ୍‌ ପରୀକ୍ଷା ରବିବାର କରାଯାଇଥିଲା। ଏହି ପରୀକ୍ଷା ଦେଶ ତଥା ବିଦେଶର ୫୫୦ ରୁ ଅଧିକ ସହରରେ କରାଯାଇଥିଲା। ଏହି ପରୀକ୍ଷା ପାଇଁ ୧୮.୭୨ ଲକ୍ଷ ପ୍ରାର୍ଥୀ ପଞ୍ଜୀକୃତ ହୋଇଥିଲେ। ଏଥିମଧ୍ୟରୁ ୧୮ ଲକ୍ଷରୁ ଅଧିକ ଅର୍ଥାତ ୯୯ ପ୍ରତିଶତ ପ୍ରାର୍ଥୀ ପରୀକ୍ଷାରେ ହାଜର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri