କଲେଜରେ ହେବ ଟିକାକରଣ

ଭୁବନେଶ୍ୱର,୧୫ା୭(ବ୍ୟୁରୋ):ରାଜ୍ୟରେ କରୋନା ମହାମାରୀ ପୁଣି କାୟା ବିସ୍ତାର କଲାଣି। ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ରାଜ୍ୟରେ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୮୦୦ ଟପିଲାଣି। ଗତ କିଛି ଦିନ ହେବ ଲଗାତର ବଢୁଥିବା କରୋନା ସଂକ୍ରମଣ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି। ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜ, ବିଶ୍ୱବିଦ୍ୟାଳୟ, ବିଭିନ୍ନ ଇଞ୍ଜିନିୟରିଂ କଲେଜ, ଛାତ୍ରାବାସ ଆଦିରେ ଛାତ୍ରୀଛାତ୍ରମାନଙ୍କର ଟିକାକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ପରେ ଏବେ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍‌ ଦେବା ଜାରି ରହିଛି। ଶୁକ୍ରବାରଠାରୁ ୧୮ରୁ ୫୯ ବର୍ଷୀୟଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଏହି ଡୋଜ୍‌ ମାଗଣାରେ ପ୍ରଦାନ କରାଯିବ। ୭୫ ଦିନ ଧରି ଚାଲିବାକୁ ଥିବା ଏହି ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଉଭୟ ଅନ୍‌ଲାଇନ୍‌ ବୁକିଂ କିମ୍ବା ସିଧାସଳଖ ଟିକାକେନ୍ଦ୍ରକୁ ଯାଇ ଲୋକମାନେ ବୁଷ୍ଟର ଡୋଜ୍‌ ନେଇ ପାରିବେ। ରାଜ୍ୟରେ ୧୮ରୁ ୫୯ ବର୍ଷ ବୟସ ବର୍ଗରେ ରହିଥିବା ୨କୋଟି ୬୫ଲକ୍ଷ ୮୫ହଜାର ଲୋକଙ୍କ ମଧ୍ୟରୁ ମାତ୍ର ୧ ପ୍ରତିଶତ ଅଥବା ପ୍ରାୟ ୧ଲକ୍ଷ ୫୦ ହଜାର ଲୋକ ପ୍ରିକଶନ ବା ବୁଷ୍ଟର ଡୋଜ୍‌ ନେଇଛନ୍ତି। ଅର୍ଥାତ୍‌ ୯୯% ଲୋକ ବୁଷ୍ଟର ଟିକା ନେଇ ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର ଲୋକସେବା ଭବନରେ ରାଜ୍ୟର କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି। ସହରାଞ୍ଚଳଗୁଡ଼ିକରେ ୧୮ରୁ ୫୯ ବର୍ଷ ଲୋକଙ୍କ ପାଇଁ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଟିକାକରଣ କାର୍ଯ୍ୟରେ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନଓ୍ବାଡ଼ି କର୍ମୀ, ଜନପ୍ରତିନିଧି, ସେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବାକୁ ଉନ୍ନୟନ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଟିକାକରଣ କେନ୍ଦ୍ରର ଅବସ୍ଥିତି ଓ ସମୟ, କଲେକ୍ସନ ସେଣ୍ଟର ଓ ସହାୟତା କେନ୍ଦ୍ରର ନମ୍ବର ଏବଂ କୋଭିଡ୍‌ ଚିକିତ୍ସା ସୁବିଧା ବିଷୟରେ ଲୋକମାନଙ୍କୁ ଠିକ୍‌ ସୂଚନା ପ୍ରଦାନ ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ସମୀକ୍ଷାରୁ ଜଣାପଡ଼ିଛି ଯେ ରାଜ୍ୟରେ ସମୁଦାୟ ୪୨୬୨ ସକ୍ରିୟ କୋଭିଡ୍‌ କେସ୍‌ ରହିଛି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ପିଲାଙ୍କ ସଂଖ୍ୟା ୭୧। ସଂକ୍ରମିତମାନେ ମୁଖ୍ୟତଃ ହୋମ୍‌ ଆଇସୋଲେଶନ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ଏବେ ସୁଦ୍ଧା ୩୯ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରତ୍ୟେକ ମେଡିକାଲ କଲେଜ ଏବଂ ଜିଲା ଚିକିତ୍ସାଳୟରେ ସ୍ବତନ୍ତ୍ର କୋଭିଡ୍‌ ୱାର୍ଡ ବ୍ୟବସ୍ଥା କରାଯାଇଛି। ଆବଶ୍ୟକତା ଅନୁସାରେ ହସ୍ପିଟାଲ ଏବଂ ବେଡ୍‌ ସଂଖ୍ୟା ବଢ଼ାଇବା ପାଇଁ ପ୍ରତି ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୮୦୪ ସଂକ୍ରମିତଙ୍କ ମଧ୍ୟରୁ ୪୭୧ଜଣ କ୍ୱାରାଣ୍ଟାଇନ୍‌ରୁ ଏବଂ ୩୩୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ୨୬ ଜିଲାରୁ ଏହି ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୪ ଜିଲାରେ ସଂକ୍ରମଣ ନେଇ ସୂଚନା ନାହିଁ। ସଂକ୍ରମଣ କ୍ଷେତ୍ରରେ ଖୋର୍ଦ୍ଧା ଜିଲା ହଟ୍‌ସ୍ପଟ୍‌ ପାଲଟିଛି। କେବଳ ଏହି ଜିଲାରୁ ୩୦୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି କଟକ ଜିଲାରୁ ୧୧୯ଜଣ, ସୁନ୍ଦରଗଡ଼ରୁ ୮୦, ସମ୍ବଲପୁରରୁ ୩୦, ପୁରୀ, ମୟୂରଭଞ୍ଜରୁ ୨୮ଜଣ ଲେଖାଏ, ଯାଜପୁରରୁ ୧୯, ଜଗତ୍‌ସିଂହପୁରରୁ ୧୮, ନୟାଗଡ଼ରୁ ୧୭, ବାଲେଶ୍ୱରରୁ ୧୧, ଭଦ୍ରକ, ଝାରସୁଗୁଡ଼ା, ନୂଆପଡ଼ା ଏବଂ ସୋନପୁରରୁ ୯ଜଣ ଲେଖାଏ, କଳାହାଣ୍ଡିରୁ ୮, କୋରାପୁଟରୁ ୬, ବଲାଙ୍ଗୀର, ଗଜପତି, କେନ୍ଦୁଝରରୁ ୫ଜଣ ଲେଖାଏ, ଅନୁଗୋଳରୁ ୩ଜଣ, ବୌଦ୍ଧ, ରାୟଗଡ଼ାରୁ ୨ଜଣ ଲେଖାଏ, ବରଗଡ଼, ଦେବଗଡ଼, କନ୍ଧମାଳ, ମାଲକାନଗିରିରୁ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତିି। ସେହିପରି ୨୪ ଘଣ୍ଟାରେ ୪୨୦ଜଣ ସୁସ୍ଥ ହୋଇଥିବା ବେଳେ ୪୨୬୨ଜଣ ଆକ୍ରାନ୍ତ ରହିଛନ୍ତି।
ଏ ପର୍ଯ୍ୟନ୍ତ ୧୨ରୁ ୧୪ ବର୍ଷର ପିଲାଙ୍କ ମଧ୍ୟରୁ ୯୮% ପ୍ରଥମ ଡୋଜ୍‌ ଏବଂ ୭୨% ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ସେହିପରି ୧୫ରୁ ୧୭ ବର୍ଷ ବୟସର ପିଲାଙ୍କୁ ୯୨% ପ୍ରଥମ ଏବଂ ୮୨% ଦ୍ୱିତୀୟ ଡୋଜ୍‌ ଟିକାକରଣ କରାଯାଇଛି। ୧୮ରୁ ଅଧିକ ବୟସ ବର୍ଗର ଲୋକଙ୍କ ମଧ୍ୟରେ ୯୬% ପ୍ରଥମ ଏବଂ ୯୦%ଙ୍କର ଦ୍ୱିତୀୟ ଡୋଜ୍‌ ଟିକାକରଣ ସରିଛି। କରୋନା ଯୋଦ୍ଧା, ସମ୍ମୁଖ ଯୋଦ୍ଧା, ସ୍ବାସ୍ଥ୍ୟ କର୍ମୀ ଓ ୬୦ ବର୍ଷରୁ ଅଧିକ ଲୋକଙ୍କ ମଧ୍ୟରୁ ୨୮%ଙ୍କର ଟିକାକରଣ କରାଯାଇଛି।
ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଜିଲାପାଳ ଏବଂ ମ୍ୟୁନିସିପାଲିଟି କମିଶନରମାନେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ନିଜ ନିଜ ଅଞ୍ଚଳର କୋଭିଡ୍‌ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri