Posted inଜାତୀୟ

ଦ୍ରୌପଦୀଙ୍କୁ ନେଇ ଭାଜପା-କଂଗ୍ରେସ କାଦୁଆ ଫିଙ୍ଗା…

ନୂଆଦିଲ୍ଲୀ, ୧୩।୭ :କଂଗ୍ରେସ ନେତା ତଥା ମୁଖପାତ୍ର ଅଜୟ କୁମାର ଏକ ବିବାଦ ଆରମ୍ଭ କରି କହିଛନ୍ତି ଯେ, ‘ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦ୍ରୀ ମୁର୍ମୁ ଭାରତର ଏକ ଖରାପ ଦର୍ଶନର ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କ ପ୍ରାର୍ଥୀତ୍ୱକୁ ଆଦିବାସୀଙ୍କ ପ୍ରତୀକ କରାଯିବା ଉଚିତ ନୁହେଁ ‘। ଅଜୟ କୁମାରଙ୍କ ମନ୍ତବ୍ୟ ଉପରେ ଭାଜପା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଫଳରେ ଜୁଲାଇ ୧୮ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଭାଜପା କଂଗ୍ରେସ ମଧ୍ୟରେ କାଦୁଆ ଫିଙ୍ଗା ଆରମ୍ଭ ହୋଇଛି। ଏଏନଆଇ ନ୍ୟୁଜ ଏଜେନ୍ସି ସହ କଥାବାର୍ତ୍ତା କରି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ଦେଶରେ ଅନୁସୂଚିତ ସମ୍ପ୍ରଦାୟର ଅବସ୍ଥା ଖରାପ ହୋଇଯାଇଛି।

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ମୁର୍ମୁଙ୍କ ବିରୋଧରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶଓ୍ବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛି। ଯଶୱନ୍ତ ସିହ୍ନା ଜଣେ ଭଲ ପ୍ରାର୍ଥୀ ଏବଂ ମୁର୍ମୁ ମଧ୍ୟ ଜଣେ ସମ୍ମାନୀୟ ବ୍ୟକ୍ତିତ୍ୱ। କିନ୍ତୁ ମୁର୍ମୁ ଭାରତର ଏକ ଖରାପ ଦର୍ଶନକୁ ପ୍ରତିନିଧିତ୍ୱ କରୁଛନ୍ତି। ଆମେ ତାଙ୍କୁ ଆଦିବାସୀଙ୍କର ପ୍ରତୀକ କରିବା ଉଚିତ ନୁହେଁ। ଆମ ପାଖରେ ରାଷ୍ଟ୍ରପତି ଭାବେ ରାମ ନାଥ କୋବିନ୍ଦ ଅଛନ୍ତ। ତଥାପି ହାଥରସ ଭଳି ଘଟଣା ଘଟିଥିଲା। ଦେଶରେ ଅନୁସୂଚିତ ସମ୍ପ୍ରଦାୟର ଅବସ୍ଥା ବିଗିଡି ଯାଇଛି । ରାଷ୍ଟ୍ରପତି ନିର୍ବାଚନକୁ ଜାତିର ଆତ୍ମା ପାଇଁ ସଂଗ୍ରାମ ବୋଲି ବର୍ଣ୍ଣନା କରି କଂଗ୍ରେସ ନେତା କହିଛନ୍ତି ଯେ ସମସ୍ତ ଦଳ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ଭୋଟ ଦେବା ଉଚିତ୍‌।

ସେ କହିଛନ୍ତି, ପ୍ରତୀକ ତିଆରି କରି ଭାରତର ଲୋକଙ୍କୁ ବୋକା ବନାଇବା ଲାଗି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ଏହା ଦେଶର ଆତ୍ମା ପାଇଁ ଲଢ଼େଇ। ତେଣୁ ସମସ୍ତ ଦଳ ସିହ୍ନାଙ୍କୁ ଭୋଟ ଦେବା ଜରୁରୀ ବୋଲି ସେ କହିଛନ୍ତି।

ଅଜୟ କୁମାରଙ୍କୁ ଜବାବ ଦେଇ ଭାଜପାର ଜାତୀୟ ମୁଖପାତ୍ର ଶାହାଜାଦ ପୁନାୱାଲା କହିଛନ୍ତି ଯେ କଂଗ୍ରେସ ମୁର୍ମୁଙ୍କୁ ଅପମାନିତ କରିଛି।

ସୂଚନାଯୋଗ୍ୟ, ନିର୍ବାଚିତ ହେଲେ ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବା ସହିତ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ। ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି।

ସେ ୨୦୧୩ ରୁ ୨୦୧୫ ପର୍ଯ୍ୟନ୍ତ ଭାଜପାର ଏସଟି ମୋର୍ଚ୍ଚାର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟା ଥିଲେ। ୨୦୧୦ ଏବଂ ୨୦୧୩ ରେ ମୟୂରଭଞ୍ଜ (ପଶ୍ଚିମ) ର ଭାଜପା ଜିଲା ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ୨୦୦୬ରୁ ୨୦୦୯ ମଧ୍ୟରେ ସେ ଓଡିଶାରେ ଭାଜପାର ଏସଟି ମୋର୍ଚ୍ଚାର ମୁଖ୍ୟ ଥିଲେ। ସେ ୨୦୦୨ ରୁ ୨୦୦୯ ପର୍ଯ୍ୟନ୍ତ ଭାଜପା ଏସଟି ମୋର୍ଚ୍ଚାର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri