ଜିନପିଙ୍ଗଙ୍କ ସହିତ ଚାଇନାର ଲୋକପ୍ରିୟତା ହ୍ରାସ ପାଉଛି, ରିପୋର୍ଟ…

ଓ୍ବାଶିଂଟନ/ବେଜିଂ, ୧୨।୭ : ପୃଥିବୀରେ ଚାଇନାର ଲୋକପ୍ରିୟତା କମିବାରେ ଲାଗିଛି। ସେହିପରି ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଲୋକପ୍ରିୟତାରେ ମଧ୍ୟ ହ୍ରାସ ଘଟୁଛି। ଏସମ୍ପର୍କିତ ଏକ ରିପୋର୍ଟ ଏହା ଉଲ୍ଲେଖ କରାଯାଇଛି। ଆମେରିକାର ଏକ ଗବେଷଣା କମ୍ପାନୀ ଦ୍ୱାରା ପ୍ରକାଶିତ ତଥ୍ୟରେ ଏହା ପ୍ରକାଶ ପାଇଛି। ଆମେରିକୀୟ ଅନୁସନ୍ଧାନ କମ୍ପାନୀ ପ୍ୟୁ ରିସର୍ଚ୍ଚ ସେଣ୍ଟର ଜୁନ ଶେଷରେ ଏହାର ରିପୋର୍ଟ ଉପସ୍ଥାପନ କରିଥିଲା।

ଏହି କମ୍ପାନୀ ୧୯ଟି ଦେଶର ଲୋକଙ୍କ ଅନୁସନ୍ଧାନରେ ସେମାନଙ୍କ ମତାମତ ନେଇଥିଲା। ପ୍ୟୁ ରିସର୍ଚ୍ଚ ସେଣ୍ଟର ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଚାଇନା ଏବଂ ଏହାର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଅପେକ୍ଷା ଲୋକମାନେ ଆମେରିକା ଏବଂ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଧିକ ପ୍ରଭାବଶାଳୀ ଭାବେ ଦେଖନ୍ତି। ତେବେ ଚାଇନା ବିଶ୍ୱରେ ନିଜର ପ୍ରଭାବ ବଢ଼ାଇବାକୁ ଚେଷ୍ଟା ଜାରି ରଖିଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ସର୍ଭେ ସମୟରେ ଅଷ୍ଟ୍ରେଲିଆରେ ୧୪ ପ୍ରତିଶତ ଉତ୍ତରଦାତା ଚାଇନା ଉପରେ ସକାରାତ୍ମକ ଦୃଷ୍ଟି ରଖିଥିବାବେଳେ ୫୪ ପ୍ରତିଶତ ଲୋକ ଆମେରିକାକୁ ସକାରାତ୍ମକ ଢଙ୍ଗରେ ଦେଖିଛନ୍ତି। ଏଥି ସହିତ ଜାପାନର ମାତ୍ର ୧୨ ପ୍ରତିଶତ ଲୋକ ଚାଇନା ପ୍ରତି ନିଜର ସମର୍ଥନ ଜଣାଇଛନ୍ତି। ଅପରପକ୍ଷରେ ୭୦ ପ୍ରତିଶତ ଲୋକ ଆମେରିକା ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିଥିଲେ। ସେହିଭଳି ଦକ୍ଷିଣ କୋରିଆରେ ୧୯ ପ୍ରତିଶତ ଲୋକ ଚାଇନାକୁ ପ୍ରଶଂସା କରିଛନ୍ତି। କିନ୍ତୁ ୮୯ ପ୍ରତିଶତ ଲୋକ ଆମେରିକା ଭଲ ବୋଲି କହିଛନ୍ତି।

ତେବେ ଦକ୍ଷିଣ ପୂର୍ବ ଏସିଆ ଦେଶଗୁଡ଼ିକରେ ଚାଇନା ପ୍ରଭାବ ଆମେରିକାର ତୁଳନାରେ ଅଧିକ ରହିଛି। ଏଠାରେ ସିଙ୍ଗାପୁରରେ ୬୭ ପ୍ରତିଶତ ଲୋକ ଚାଇନାକୁ ଉନ୍ନତ ମାନ୍ୟତା ଦେଇଥିବାବେଳେ ଆମେରିକା ପାଇଁ ଏହା ୫୧ ପ୍ରତିଶତ ଥିଲା। ସେହିପରି ମାଲେସିଆରେ ୪୪ ପ୍ରତିଶତ ଆମେରିକା ଏବଂ ୬୦ପ୍ରତିଶତ ଚାଇନାକୁ ସମର୍ଥନ କରିଛନ୍ତି। ଏଥିସହ ସର୍ଭେ କରାଯାଇଥିବା ୧୯ ଟି ଦେଶର ହାରାହାରି ୬୬ ପ୍ରତିଶତ କହିଛନ୍ତି ଯେ ବିଶ୍ୱସ୍ତରରେ ଚାଇନାର ପ୍ରଭାବ ବଢୁଛି, ମାତ୍ର ୩୨ ପ୍ରତିଶତ ଆମେରିକା ବିଷୟରେ କହିଛନ୍ତି। କୌତୁହଳର ବିଷୟ ହେଉଛି, ୩୦ ବର୍ଷରୁ କମ ବୟସର ଲୋକ ୫୦ ବର୍ଷରୁ ଅଧିକ ଲୋକଙ୍କ ଅପେକ୍ଷା ଚାଇନା ଉପରେ ଅଧିକ ଅନୁକୂଳ ଦୃଷ୍ଟିକୋଣ ରଖିଛନ୍ତି। ପ୍ୟୁ ରିସର୍ଚ୍ଚ ସେଣ୍ଟର ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣାପଡିଛି ଯେ କରୋନା ମହାମାରୀର ପ୍ରସାର ପାଇଁ ଚାଇନା ଦାୟିତ୍ୱକୁ ପ୍ରତ୍ୟାଖ୍ୟାନ କରିବା ମଧ୍ୟ ବିଶ୍ୱବ୍ୟାପୀ ଏହା ପ୍ରତି ମନୋଭାବ ପରିବର୍ତ୍ତନ ଆସିବାର ଅନ୍ୟତମ କାରଣ। ଶି ଜିନପିଙ୍ଗଙ୍କୁ ଚାଇନାରେ ଏକ ଛତ୍ରବାଦୀ ଶାସକ ଭାବରେ ବିବେଚନା କରାଯାଉଛି।

ଚାଇନାରେ ଖବର କାଗଜର ପ୍ରଥମ ପୃଷ୍ଠାରେ ତାଙ୍କୁ ପ୍ରଶଂସା କରାଯାଇଛି। କିନ୍ତୁ ବିଦେଶରେ ଜିନପିଙ୍ଗଙ୍କ ପ୍ରତିଷ୍ଠା କ୍ଷୁର୍ଣ୍ଣ ହୋଇଛି। ୨୦୨୦ ଶେଷରୁ ପ୍ୟୁ ରିସର୍ଚ୍ଚ ସେଣ୍ଟର ଦ୍ୱାରା କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ ୧୪ ଟି ଦେଶରେ ୭୮ପ୍ରତିଶତ ଲୋକ କହିଛନ୍ତି ଯେ ଅନ୍ତର୍ଜାତୀୟ କାର୍ଯ୍ୟରେ ସଠିକ କାର୍ଯ୍ୟ କରିବା ନେଇ ଜିନପିଙ୍ଗଙ୍କ ଉପରେ ଭରସା ରଖି ନାହାନ୍ତି। ଏଥିସହ, ପ୍ରତ୍ୟେକ ଦେଶର ଦଶ ଜଣଙ୍କ ମଧ୍ୟରୁ ଅତି କମରେ ସାତଜଣ କହିଛନ୍ତି ଯେ ସେମାନେ ଜିନପିଙ୍ଗଙ୍କୁ ବିଶ୍ୱାସ କରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri