Odisha Elections 2024
Posted inଭଦ୍ରକ

ନିଅଣ୍ଟିଆ ବର୍ଷା ଯୋଗୁ ଚିନ୍ତାରେ ଚାଷୀ

ଭଦ୍ରକ ଅଫିସ, ୪ା୭: ନିଅଣ୍ଟିଆ ବର୍ଷା ଯୋଗୁ ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳରେ ଚାଷଜମି ଶୁଖିଲା ପଡ଼ିଛି। ଜୁଲାଇ ବେଳକୁ ଜମିରେ ଧାନ ତଳି ପକା କାର୍ଯ୍ୟ ସରି ରୁଆ ଆରମ୍ଭ ହେବା କଥା। କିନ୍ତୁ ପାଣି ଅଭାବରୁ ଚାଷଜମି ଗୋରୁଙ୍କ ଚାରଣ ଭୂମି ପାଲଟିଛି। ଏପଟେ ଚାଷୀମାନେ ବିଳମ୍ବିତ ମୌସୁମୀ ବର୍ଷାକୁ ନେଇ ଚିନ୍ତାରେ ଅଛନ୍ତି। ବିଳମ୍ବରେ ଚାଷ ଆରମ୍ଭ ହେଲେ ଅମଳ କମିବା ଆଶଙ୍କା ସହ ରୋଗ ପୋକ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ଜୁନ୍‌ ୨ୟ ସପ୍ତାହରେ ମୌସୁମୀ ବର୍ଷା ଓଡ଼ିଶାେରେ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇବା ପରେ ସଅଳ ତଳି ପକାଇ ରୁଆ ଆରମ୍ଭ ହୋଇଯିବ ବୋଲି ଚାଷୀମାନେ ଆଶା ବାନ୍ଧିଥିଲେ। ସାଧାରଣତଃ ରଜ ପରେ ଅର୍ଥାତ୍‌ ଜୁନ୍‌ ୩ୟ ସପ୍ତାହରେ ତଳିପକା କାମ ଆରମ୍ଭ ହୁଏ। କିନ୍ତୁ ଚଳିତବର୍ଷ ଜୁନ୍‌ ମାସରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଥିବାରୁ ଏପର୍ଯ୍ୟନ୍ତ ତଳି ପଡ଼ି ପାରିନାହିଁ। କେବେ ବିଲରେ ପାଣି ହେବ ତଳି ପଡ଼ିବ ସେ ନେଇ ଅନିଶ୍ଚିତତା ଭିତରେ ରହିଛନ୍ତି ଚାଷୀ। ଅପରପକ୍ଷେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଜମିରେ ଅନାବନା ଘାସ ବୃଦ୍ଧି ପାଉଥିବାରୁ ଘାସ ଦମନ ଚାଷୀଙ୍କ ଚିନ୍ତା ବଢ଼ାଇଛି।
ମୁଖ୍ୟ କୃଷି ଅଧିକାରୀ ଉଦିତ୍‌ କୁମାର ରାୟଙ୍କ ସୂଚନା ଅନୁଯାୟୀ, ଜିଲାରେ ଚଳିତବର୍ଷ ୧ ଲକ୍ଷ ୭୪ ହଜାର ୬୩ ହେକ୍ଟର ଜମିରେ ଚାଷ କରାଯିବା ପାଇଁ ଲକ୍ଷ୍ୟ ରହିଛି। ସେଥିମଧ୍ୟରୁ ୧ ଲକ୍ଷ ୬୧ ହଜାର ୫ଶହ ହେକ୍ଟର ଜମିରେ ଧାନ ଓ ୧୨ ହଜାର ୫୬୩ ହେକ୍ଟର ଜମିରେ ଅଣଧାନ ଚାଷ କରାଯିବ। ବର୍ତ୍ତମାନ ସୁଦ୍ଧା ସେଥିମଧ୍ୟରୁ ୧୭ ହଜାର ୫୮୨ ହେକ୍ଟର ଜମିରେ ଧାନ ବୁଣା ହୋଇଛି। ୧୮୨୮ ହେକ୍ଟର ଜମିରେ ତଳିପକା ହୋଇଥିବା ବେଳେ ସେଥିମଧ୍ୟରୁ ୧୩୮୩ ହେକ୍ଟର ଜମିରେ ଖରାଟିଆ ତଳି ଓ ୪୪୫ ହେକ୍ଟର ଜମିରେ ଆର୍ଦ୍ର ତଳି ପକାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଘର ବୁଲି ପ୍ରଚାର କରୁଛନ୍ତି ନିରଞ୍ଜନ

ବନ୍ତ,୧୫।୫(ହରି ନାରାୟଣ ମହାନ୍ତି): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଘର ଘର ବୁଲି ପ୍ରଚାର ଜୋରଦାର କରିଛନ୍ତି।...

୧୦୫ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ତିହିଡ଼ି,୧୫।୫ (ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ୧୦୫ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ବିଭିନ୍ନ କାରଣ ନେଇ...

କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦବାଲି,୧୨ା୫(କିଷାନ ପାତ୍ର)-ପୋଷା କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲେ ଚୋର। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଚୋରି କରିନେଲେ। ଏଭଳି ଏକ...

ଏଥର ଚାପ ଖେଳିପାରିଲେନି ବାବାମଣି

ଭଦ୍ରକ,୧୨ା୫(ସନାତନ ରାଉତ)ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଚନ୍ଦନ ପୂର୍ଣ୍ଣିମା ପାଇଁ ଏଥର ଚାପ ଖେଳ ହୋଇପାରିଲା ନାହିଁ। ଏହାକୁ ନେଇ...

ଝିଅ ପ୍ରେମ ବିବାହ କରିବାରୁ ବାପା ହାରିଲେ ଜୀବନ

ତିହିଡ଼ି,୧୧ା୫(ସଞ୍ଜିତ ବଳ): ଝିଅର ପ୍ରେମ ବିବାହ ପରେ ବାପା ମାନସିକ ଭାରସାମ୍ୟ ହରାଇ ଟ୍ରେନ୍‌ ଲାଇନରେ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି। ଏଭଳି...

ଖର୍ଚ୍ଚ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଜଣାଅ

ଭଦ୍ରକ,୯।୫ (ସନାତନ ରାଉତ)-ଭଦ୍ରକ ଲୋକ ସଭା ଓ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି।...

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ...

ସ୍ତ୍ରୀ- ପୁଅ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ, ପୁଅଙ୍କୁ ଟାଣିଟାଣି ଥାନାକୁ ଆଣିଲେ ବାପା

ବାସୁଦେବପୁର,୮।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri