Posted inଜାତୀୟ

ପ୍ରଥମ ପରୀକ୍ଷାରେ ସିନ୍ଧେ ପାସ୍‌

ମୁମ୍ବାଇ,୪ା୭: ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଆସ୍ଥାଭୋଟର ସମ୍ମୁଖୀନ ହେବାର ଦିନକ ପୂର୍ବରୁ ତାଙ୍କ ଶିବିରକୁ ବଡ଼ ସଫଳତା ମିଳିଛି। ସିନ୍ଧେ ଗୋଷ୍ଠୀ ସମର୍ଥିତ ଭାଜପା ପ୍ରାର୍ଥୀ ରାହୁଲ ନରଓ୍ବେକର ରବିବାର ଗୁରୁତ୍ୱପୂର୍ଣ୍ଣ ବାଚସ୍ପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ଶିବସେନା ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି (ଏମ୍‌ଭିଏ)ର ରାଜନ ସାଲ୍‌ଭିଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ମୁମ୍ବାଇର କୋଲାବା ନିର୍ବାଚନମଣ୍ଡଳୀରୁ ବିଧାନସଭାରେ ପ୍ରଥମ ଥର ପାଇଁ ପ୍ରତିନିଧିତ୍ୱର ସୁଯୋଗ ପାଇଥିବା ରାହୁଲଙ୍କୁ ୧୬୪ ଭୋଟ ମିଳିଥିବାବେଳେ ରାଜାପୁର ବିଧାୟକ ରାଜନ ୧୦୭ ଭୋଟରେ ସୀମିତ ରହିଛନ୍ତି। ୪୫ ବର୍ଷୀୟ ନରଓ୍ବେକର ଦେଶର ସର୍ବକନିଷ୍ଠ ବାଚସ୍ପତି ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ସୂଚନା ଦେଇଛନ୍ତି।

୨୦୨୧ ଫେବୃୟାରୀରେ କଂଗ୍ରେସ ବିଧାୟକ ନାନା ପାଟୋଲେଙ୍କୁ ଦଳର ମହାରାଷ୍ଟ୍ର ସଭାପତି ରୂପେ ନିଯୁକ୍ତ କରାଯିବା ପରେ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ବିଧାୟକ ନରହରି ଜିର୍‌ଓ୍ବାଲଙ୍କୁ ଉପବାଚସ୍ପତି ନିର୍ବାଚିତ କରାଯାଇଥିଲା, ଯିଏକି କାର୍ଯ୍ୟକାରୀ ବାଚସ୍ପତି ରୂପେ ଦାୟିତ୍ୱ ତୁଲାଉଥିଲେ। ପ୍ରାୟ ଦୁଇ ସପ୍ତାହ ତଳେ ଶିବସେନା ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେ ନିଜ ସମର୍ଥକ ବିଧାୟକମାନଙ୍କୁ ନେଇ ବିଦ୍ରୋହ କରିଥିଲେ। ଗତ ବୁଧବାର ସୁପ୍ରିମକୋର୍ଟ ଉଦ୍ଧବ ଠାକ୍‌ରେଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପରେ ଗୁରୁବାର ରାତିରେ ସିନ୍ଧେ ମୁଖ୍ୟମନ୍ତ୍ରୀ ଓ ଭାଜପାର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ରବିବାର ବାଚସ୍ପତି ନିର୍ବାଚନ କରାଯାଇଛି। ବିଧାନସଭା ଅଧ୍ୟକ୍ଷ ପଦ ନିର୍ବାଚନ ପୂର୍ବରୁ ଶିବସେନାର ଦୁଇଗୋଷ୍ଠୀଙ୍କ ପକ୍ଷରୁ ବିଧାୟକମାନଙ୍କ ପାଇଁ ହୁଇପ୍‌ ଜାରି କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ନିଜ ନିଜ ପକ୍ଷର ବାଚସ୍ପତି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ସୁନିଶ୍ଚିତ କରାଇଥିଲେ। ବିଧାନସଭାର ମୋଟ ଆସନ ସଂଖ୍ୟା ୨୮୮। ଶିବସେନାର ଜଣେ ବିଧାୟକଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ୨୮୭କୁ ଖସିଥିବାବେଳେ ସଂଖ୍ୟାଗରିଷ୍ଠତା ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୧୪୪। ଉପବାଚସ୍ପତି ନରହରି ଜିରଓ୍ବାଲ ପୂର୍ବାହ୍ନ ୧୧ଟାରେ ନିର୍ବାଚନ ପରିଚାଳନା କରି ମୁଣ୍ଡଗଣତି କରାଇଥିଲେ। ବିଧାୟକମାନେ ନିଜ ପକ୍ଷର ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା ବେଳେ ଗୋଟି ଗୋଟିକରି ସଂଖ୍ୟା କହିଥିଲେ। ମୋଟ ୨୭୧ ଖଣ୍ଡ ଭୋଟ ପଡ଼ିଥିଲା। ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଭାଜପାର ରାହୁଲ ନରଓ୍ବେକରଙ୍କୁ ସିନ୍ଧେ ଗୋଷ୍ଠୀର ପୂର୍ଣ୍ଣ ସମର୍ଥନ ମିଳିଥିବାରୁ ତାଙ୍କ ସପକ୍ଷରେ ମୋଟ ୧୬୪ ବିଧାୟକ ଭୋଟ ଦେଇଥିଲେ। ଅନ୍ୟପକ୍ଷେ ଉଦ୍ଧବଙ୍କ ନେତୃତ୍ୱାଧୀନ ଶିବସେନା ବିଧାୟକ ରାଜନ ସାଲ୍‌ଭିଙ୍କୁ ୧୦୭ ସଦସ୍ୟଙ୍କ ସମର୍ଥନ ମିଳିଥିଲା। ମୁଣ୍ଡଗଣତି ଜରିଆରେ ଭୋଟିଂ ବେଳେ ମୋଟ ୩ ଜଣ ବିଧାୟକ ମତଦାନରୁ ବିରତ ରହିଥିଲେ। ସେମାନେ ହେଲେ ସମାଜବାଦୀ ପାର୍ଟି (ଏସ୍‌ପି)ର ଅବୁ ଆଜ୍‌ମି ଓ ରଇସ୍‌ ଶେଖ୍‌ ଏବଂ ଏଆଇଏମ୍‌ଆଇଏମ୍‌ ବିଧାୟକ ଶେଖ୍‌ ଫାରୁକ୍‌ ଅନଓ୍ବର।
ସୋମବାର ନୂଆ ମୁଖ୍ୟମନ୍ତ୍ରୀ ସିନ୍ଧେ ଆସ୍ଥାଭୋଟର ସମ୍ମୁଖୀନ ହେବେ। ତେଣୁ ବାଚସ୍ପତି ନିର୍ବାଚନ ଉପରେ ସାରା ଦେଶର ନଜର ରହିଥିଲା। ବିଶେଷଜ୍ଞଙ୍କ ମତରେ ନୂଆ ବାଚସ୍ପତି ସିନ୍ଧେଙ୍କ ସମେତ ତାଙ୍କ ଶିବିରର ୧୬ ଶିବସେନା ବିଧାୟକଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା ପ୍ରକ୍ରିୟାକୁ ରଦ୍ଦ କରିପାରନ୍ତି, ଯାହାକୁ ଗତମାସରେ ଉପବାଚସ୍ପତି ନରହରି ଜିରଓ୍ବାଲ ନୋଟିସ ପଠାଇଥିଲେ। ସେହିପରି ବାଚସ୍ପତି ଯଦି ସିନ୍ଧେ ଗୋଷ୍ଠୀକୁ ‘ପ୍ରକୃତ ଶିବସେନା’ ମାନ୍ୟତା ଦିଅନ୍ତି, ତେବେ ଏହି ଗୋଷ୍ଠୀକୁ କୌଣସି ରାଜନୈତିକ ଦଳ ସହ ମିଶ୍ରଣ ହେବାକୁ ପଡ଼ିବ ନାହିଁ। ବିଧାନସଭାରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ରହିଛି ବୋଲି ଦାବି କରୁଥିବା ସିନ୍ଧେ ରବିବାର ରାତିରେ ୩୯ ଶିବସେନା ବିଦ୍ରୋହୀଙ୍କ ସମେତ ୫୦ ବିଧାୟକଙ୍କୁ ନେଇ ଗୋଆରୁ ମୁମ୍ବାଇ ଫେରିଥିଲେ। ବାଚସ୍ପତି ନିର୍ବାଚନ ପୂର୍ବରୁ ଦୁଇଗୋଷ୍ଠୀ ମଧ୍ୟରେ ବିଧାନସଭାରେ ଥିବା ଶିବସେନା ଅଫିସକୁ ନେଇ ଟଣାଓଟରା ହେବାରୁ ତାକୁ ସିଲ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

ପାକ କରିବ ଆଟମ ବମ ବର୍ଷା, ରାଜନାଥଙ୍କ ବୟାନ ପରେ ଏମିତି କହିଲେ ଫାରୁକ

ନୂଆଦିଲ୍ଲୀ,୬।୫: ଭାରତ ସହିତ କଶ୍ମୀର ଦଖଲ କରିଥିବା ପାକିସ୍ତାନର ଏକୀକରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ...

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri