Posted inଜାତୀୟ

ନ୍ୟାୟପାଳିକା ସେମାନଙ୍କର କାର୍ଯ୍ୟସୂଚୀକୁ ସମର୍ଥନ କରୁ ବୋଲି ରାଜନୈତିକ ଦଳ ଚାହୁଁଛନ୍ତି, ସିଜେଆଇଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨।୭ : ଗଣତନ୍ତ୍ରରେ ନ୍ୟାୟପାଳିକାର ଭୂମିକା ସମ୍ପର୍କରେ ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଏନ.ଭି ରମନା ତାଙ୍କ ମତ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ ରାଜନୈତିକ ଦଳ ମଧ୍ୟରେ ଏକ ଭୁଲ ଧାରଣା ରହିଛି ଯେ ନ୍ୟାୟପାଳିକା ସେମାନଙ୍କ କାର୍ଯ୍ୟକୁ ସମର୍ଥନ କରିବା ଉଚିତ। ଦେଶର ପ୍ରଧାନ ବିଚାରପତି ଏନ.ଭି ରମନା କହିଛନ୍ତି ଯେ ନ୍ୟାୟପାଳିକା ହେଉଛି ଏକ ସ୍ବାଧୀନ ଅଙ୍ଗ ଯାହା କେବଳ ସମ୍ବିଧାନ ପାଇଁ ଉତ୍ତରଦାୟୀ ଏବଂ କୌଣସି ରାଜନୈତିକ ଦଳ କିମ୍ବା କୌଣସି ବିଚାରଧାରା ପାଇଁ ନୁହେଁ।

ଭାରତର ପ୍ରଧାନ ବିଚାରପତି ଏନ.ଭି ରମନା କହିଛନ୍ତି ଦେଶର ରାଜନୈତିକ ଦଳ ମଧ୍ୟରେ ଧାରଣା ରହିଛି ଯେ ନ୍ୟାୟପାଳିକା ସେମାନଙ୍କର ରାଜନୈତିକ ଏଜେଣ୍ଡାକୁ ଆଗେଇ ନେବା ଉଚିତ। ଯୁକ୍ତରାଷ୍ଟ୍ରର କାଲିଫର୍ନିଆର ସାନ ଫ୍ରାନ୍ସିସ୍କୋରେ ଇଣ୍ଡୋ-ଆମେରିକୀୟ ଆସୋସିଏସନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରମନା ଏହା କହିଛନ୍ତି।

ପ୍ରଧାନ ବିଚାରପତି କହିଛନ୍ତି, ଆମେ ଚଳିତ ବର୍ଷ ସ୍ବାଧୀନତାର ୭୫ ତମ ବର୍ଷ ପାଳନ କରୁଛୁ। ଆମର ଗଣତନ୍ତ୍ର ଇତି ମଧ୍ୟରେ ବହୁ ପଥ ଅତିକ୍ରମ କରିଛି। କିନ୍ତୁ ମୋତେ ଦୁଃଖର ସହିତ କହିବାକୁ ପଡୁଛି ଯେ ପ୍ରତ୍ୟେକ ଅନୁଷ୍ଠାନ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ଭୂମିକା ଏବଂ ଦାୟିତ୍ୱକୁ ସମ୍ପୂର୍ଣ୍ଣରୂପେ ପାଳନ କରିବା ଶିଖି ନାହାନ୍ତି।

କ୍ଷମତାରେ ଥିବା ଦଳ ବିଶ୍ୱାସ କରନ୍ତି ଯେ ପ୍ରତ୍ୟେକ ସରକାରୀ କାର୍ଯ୍ୟ ନ୍ୟାୟିକ ସମର୍ଥନ ପାଇବାକୁ ଯୋଗ୍ୟ। ବିରୋଧୀ ଦଳ ଆଶା କରନ୍ତି ଯେ ନ୍ୟାୟପାଳିକା ସେମାନଙ୍କର ରାଜନୈତିକ ସ୍ଥିତି ଏବଂ କାରଣକୁ ଆଗକୁ ବଢ଼ାଇବା ଆବଶ୍ୟକ।

ସେ କହିଛନ୍ତି ଯେ ସମ୍ବିଧାନ ଏବଂ ଗଣତନ୍ତ୍ରର ବୁଝାମଣାର ଅଭାବରୁ ଏଭଳି ସ୍ଥିତି ସୃଷ୍ଟି ହେଉଛି। ସାଧାରଣ ଜନତାଙ୍କ ମଧ୍ୟରେ ଏହା ଏକ ସାର୍ବଜନୀନ ଅଜ୍ଞତା ଯାହା ଏହିପରି ଶକ୍ତିର ସାହାଯ୍ୟ କରିବାକୁ ଆସୁଛି ଯାହାର ଉଦ୍ଦେଶ୍ୟ ହେଉଛି ଏକମାତ୍ର ସ୍ବାଧୀନ ଅଙ୍ଗ ଅର୍ଥାତ୍‌ ନ୍ୟାୟପାଳିକାକୁ ନଷ୍ଟ କରିବା। ସେ କହିଛନ୍ତି ଯେ କେବଳ ନ୍ୟାୟପାଳିକା ସମ୍ବିଧାନ ପାଇଁ ଉତ୍ତରଦାୟୀ। ଆମକୁ ଭାରତରେ ସାମ୍ବିଧାନିକ ସଂସ୍କୃତିର ପ୍ରଚାର କରିବାକୁ ହେବ।

ପ୍ରଧାନ ବିଚାରପତି ତାଙ୍କ ଅଭିଭାଷଣରେ ସହନଶୀଳତା ଏବଂ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ନିଜେ ଆମେରିକାର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକାର ସମାଜର ସହନଶୀଳତା ଏବଂ ଅନ୍ତର୍ଭୁକ୍ତ ପ୍ରକୃତି ହିଁ ବିଶ୍ୱର ସର୍ବୋତ୍ତମ ପ୍ରତିଭାଙ୍କୁ ଆକର୍ଷିତ କରିବାରେ ସକ୍ଷମ ହୋଇଛି, ଯାହା ପରବର୍ତ୍ତୀ ସମୟରେ ଏହାର ବିକାଶରେ ସହାୟକ ହେଉଛି। ବିଭିନ୍ନ ପୃଷ୍ଠଭୂମିରୁ ଯୋଗ୍ୟ ପ୍ରତିଭାଙ୍କୁ ସମ୍ମାନ କରିବା ମଧ୍ୟ ଆତ୍ମବିଶ୍ୱାସ ବଜାୟ ରଖିବା ପାଇଁ ଜରୁରୀ। ଅନ୍ତର୍ଭୁକ୍ତତା ସମାଜରେ ଏକତାକୁ ମଜବୁତ କରେ ଯାହା ଶାନ୍ତି ଏବଂ ପ୍ରଗତିର ଚାବି କାଠି। ଆମକୁ ବିଭାଜନ କରୁଥିବା ବିଷୟ ନୁହେଁ, ଆମକୁ ଏକତ୍ର କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ବେମୁଲାଙ୍କ ଆତ୍ମହତ୍ୟାର ପୁଣି ତଦନ୍ତ କରିବେ ତେଲଙ୍ଗାନା ସରକାର

ହାଇଦ୍ରାବାଦ, ୫।୫:ବହୁ ଚର୍ଚ୍ଚିତ ରୋହିତ ବେମୁଲା ଆତ୍ମହତ୍ୟା ମାମଲାରେ ସାଇବରାବାଦ ପୋଲିସ ପକ୍ଷରୁ ଜାରି ହୋଇଥିବା କ୍ଲୋଜର ରିପୋର୍ଟକୁ ନେଇ ରୋହିତଙ୍କ ପରିବାର ପକ୍ଷରୁ ଅସନ୍ତୋଷ...

ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ରୋଡ ଶୋ’ରେ ବାହାରିଲେ ମୋଦି

ଅଯୋଧ୍ୟା,୫।୫: ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦଘାଟନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାମ ଲାଲାଙ୍କ ଦର୍ଶନ ପାଇବା ପାଇଁ...

ଗଧରେ ଚଢ଼ି ନାମାଙ୍କନ ଦାଖଲ ପାଇଁ ପହଞ୍ଚିଲେ ପ୍ରାର୍ଥୀ

ଗୋପାଳଗଞ୍ଜ,୫।୫ଚଳିତ ଲୋକ ସଭା ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀଙ୍କ ଅଜବ ଗଜବ ରଙ୍ଗ ଥମିବାର ନାଁ ନେଉନାହିଁ। ବିହାରର ଗୋପାଳଗଞ୍ଜ ଲୋକ ସଭା ଆସନରୁ ଜଣେ ସ୍ବାଧୀନ...

ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ଶ୍ରୀନଗର,୫।୫: ଲୋକ ସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ରବିବାର (ମେ ୫) ପିଡିପି ସଭାପତି ମେହବୁବା ମୁଫତିଙ୍କୁ ଏକ ସୋ କଜ...

ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେଇଥିବା ମୌଲବୀ ଗିରଫ

ସୁରଟ,୫ା୫: ଭାଜପାର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେବା ସହ ହିନ୍ଦୁ ସଂଗଠନର ଜଣେ ନେତାଙ୍କୁ ହତ୍ୟା ଯୋଜନା କରିଥିବା ଅଭିଯୋଗରେ ସୁରଟର...

ଗୁରୁଦ୍ୱାରାରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ଚଣ୍ଡିଗଡ଼,୫ା୫: ପଞ୍ଜାବର ଫିରୋଜପୁରସ୍ଥିତ ଗୁରୁଦ୍ୱାରାରେ ଜଣେ ୧୯ ବର୍ଷୀୟ ଯୁବକ ପ୍ରବେଶ କରି ପବିତ୍ର ଗୁରୁଗ୍ରନ୍ଥ ସାହିବ୍‌ର କେତେକ ପୃଷ୍ଠା ଚିରିଦେବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ...

ଅଯୋଧ୍ୟାରେ ମୋଦି, ନେଲେ ରାମଲାଲାଙ୍କ ଆଶିଷ

ଅଯୋଧ୍ୟା,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ସେ ଭଗବାନ ଶ୍ରୀ ରାମଙ୍କୁ ପୂଜା କରି ଆଶୀର୍ବାଦ ନେଇଛନ୍ତି। ମେ’...

ହ୍ବିଲ ଚେୟାରରେ ନଜର ଆସିଲେ ତେଜସ୍ବୀ, ହଠାତ୍‌ ହୋଇ ପଡିଲେ ଅସୁସ୍ଥ

ପାଟନା,୫।୫: ଲୋକ ସଭା ନିର୍ବାଚନକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିହାରର ରାଜନୈତିକ କରିଡରରୁ ବଡ ଖବର ଆସୁଛି, ଯେଉଁଠାରେ ବିହାର ବିଧାନସଭାରେ ବିରୋଧୀଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri