ଏଥର କିଛି କହିବା ପୂର୍ବରୁ ଦୁଇଥର ଭାବିବି: ସାଇ ପଲ୍ଲବୀ

ହାଇଦ୍ରାବାଦ: ବିବାଦ ପରେ ସ୍ପଷ୍ଟୀକରଣ। କିଛି ଏଭଳି ଘଟଣାକୁ ନେଇ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ସୁନ୍ଦରୀ ଅଭିନେତ୍ରୀ ସାଇ ପଲ୍ଲବୀ। ସେ ତାଙ୍କ ଆଗାମୀ ଫିଲ୍ମ ‘ବିରାଟ ପର୍ବମ’ର ପ୍ରମୋଶନ ବେଳେ କହିଥିବା କଥାକୁ ନେଇ ବିବାଦରେ ଫସିଛନ୍ତି। ଏକ ସାକ୍ଷାତକାରରେ ପଲ୍ଲବୀ କଶ୍ମୀର ପଣ୍ଡିତକୁ ନେଇ ବୟାନ ଦେଇଥିଲେ। ସେ ଭିଡ ହିଂସା ଓ କଶ୍ମୀର ଗଣହତ୍ୟା ଘଟଣାକୁ ସମାନ କହିଥିବା ନେଇ ଭିଡିଓ ଭାଇରାଲ ହୋଇଥିଲା। ଏହି ବୟାନ ଲାଗି ତାଙ୍କୁ ବିରୋଧ କରାଯାଉଛି। ଅଭିନେତ୍ରୀଙ୍କ ବିରୋଧରେ ପୋଲିସରେ ମାମଲା ମଧ୍ୟ ରୁଜୁ ହୋଇଛି। ଶେଷରେ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ସେ।

ପଲ୍ଲବୀ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ସେ ଯାହା କହିବାକୁ ଚାହୁଁଥିଲେ ତାହା ଲୋକଙ୍କ ଆଖରେ ରଖା ନ ଯାଇ, ଉକ୍ତ ବୟାନକୁ ଭୁଲ ରୂପେ ସମସ୍ତଙ୍କ ଆଖରେ ରଖାଯାଇଛି। ଧର୍ମ ନାଁରେ ହେଉଥିବା ପ୍ରତ୍ୟେକ ହିଂସା ପାପ ବୋଲି ମୁଁ କହିବାକୁ ଚାହୁଁଥିଲି। ମୋର ଉଦ୍ଦେଶ୍ୟ ଏହା ହିଁ ଥିଲା। ହେଲେ ମୋ ସାକ୍ଷାତକାରର ଗୋଟିଏ ଛୋଟ କ୍ଲିପ୍‌କୁ ନେଇ ଭୁଲ ତଥ୍ୟ ଦିଆଯାଇଛି। ଭାଇରାଲ ହେଉଥିବା ଭିଡିଓରେ ମୂଳ ପ୍ରସଙ୍ଗକୁ ହଟାଇ ଦିଆଯାଇଛି।

ଏହାଛଡ଼ା କଶ୍ମୀର ଫାଇଲ୍ସ ଫିଲ୍ମକୁ ଦେଖିବା ପରେ ମୁଁ ନିର୍ଦ୍ଦେଶକଙ୍କ ସହ କଥା ହେବାର ସୁଯୋଗ ପାଇଲି। ବର୍ଷ ବର୍ଷ ଧରି ଲୋକମାନେ ସମାନ ପରିସ୍ଥିତି ଭୋଗୁଥିବା ନେଇ ଚିନ୍ତା ପ୍ରକଟ କରିଥିଲି। ତେବେ ଗଣହତ୍ୟା ଭଳି ଘଟଣାକୁ ମୁଁ ସାମାନ୍ୟ ଘଟଣା କହିନାହିଁ। ସାକ୍ଷାତକାରରେ କୁହାଯାଇଥିବା କଥାକୁ ଭୁଲ ପରିବେଷଣ କରାଯାଇଛି। ମୁଁ ନା ବାମପନ୍ଥୀ ନା ଦକ୍ଷିଣପନ୍ଥୀ, କାହାକୁ ବି ସମର୍ଥନ ଦେଇନାହିଁ। ସବୁବେଳେ ନିରପେକ୍ଷ ରହିଛି। ଧର୍ମ ନାଁରେ ହେଉଥିବା ପ୍ରତ୍ୟେକ ହିଂସା ଅପରାଧ ବୋଲି କହିବା ମୋର ଉଦ୍ଦେଶ୍ୟ ଥିଲା। ତେବେ ଏହାକୁ ଭୁଲ ଭାବରେ ନେବା ପରେ ମୋତେ ଗଭୀର ଦୁଃଖ ଲାଗିଛି। ଏଥର ହୃଦୟରୁ କହିବା ପୂର୍ବରୁ ଦୁଇ ଥର ଭାବିବି। ନଚେତ ତାକୁ ନେଇ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି। ଏଥିସହ ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

 

 

View this post on Instagram

 

A post shared by Sai Pallavi (@saipallavi.senthamarai)


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri