ଏକ ଦେଶ: ଅନେକ ସମସ୍ୟା

ତୁଣ୍ଡ ଖୋଲିଲେ ମୁଣ୍ଡ ଯିବ! ଏମିତି ଏକ ଭୟର ବାତାବରଣ ସାରା ଦେଶରେ। ବାରାଣସୀର ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରୁ ଶିବଲିଙ୍ଗ ମିଳିବାକୁ ନେଇ ସନ୍ଦେହ ପ୍ରକାଶ କରି ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପ୍ରଫେସର ରତନ ଲାଲ୍‌। ପୋଲିସ ତାଙ୍କୁ ଗିରଫ କଲା। ମାତ୍ର ପୋଲିସର କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରି କୋର୍ଟ ରତନ ଲାଲ୍‌ଙ୍କୁ ଜାମିନ ପ୍ରଦାନ କଲେ। ରାତି ପାହିଲେ ସଂଖ୍ୟାଲଘୁଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି ଶହ ଶହ ସଂଖ୍ୟାରେ ଘୃଣା ଓ ବିଦ୍ୱେଷ ଉଦ୍ରେକକାରୀ ପୋଷ୍ଟିଂ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। କାହିଁ ସେହି ପୋଷ୍ଟିଂକର୍ତ୍ତାଙ୍କ ବିରୋଧରେ ଗୋଟିଏ ହେଲେ କାର୍ଯ୍ୟାନୁଷ୍ଠାନ ତ ଦେଖିବାକୁ ମିଳୁନାହିଁ? ପ୍ରଫେସର ରତନ ଲାଲ୍‌ ସହଳ ଶିକାର ହୋଇଗଲେ କିପରି? ସରକାରଙ୍କ ନୀତି-ଅନୀତି ଉପରେ ଯଦି କେହି ପ୍ରଶ୍ନ ଉଠାଇଲା, ତାହା ହେଲେ ତାକୁ ନିସ୍ତାର ନାହିଁ। ଦେଶଦ୍ରୋହ ଆଇନ କିମ୍ବା ୟୁଏପିଏରେ ତାଙ୍କୁ ଜେଲ କୋଠରି ଦେଖିବାକୁ ପଡ଼ୁଛି। ବାଙ୍ଗାଲୋରର ୨୧ ବର୍ଷୀୟା ଯୁବତୀ ତଥା ଜଳବାୟୁ ସୁରକ୍ଷା କର୍ମୀ ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ଟୁଲ୍‌କିଟ୍‌ ମାମଲାରେ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଥିଲେ। ଖଲିସ୍ତାନୀଙ୍କ ସହ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଦେଶଦ୍ରୋହ ଆଇନ ଲାଗୁ ହୋଇଗଲା। ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆ, ସିଦ୍ଦିକ୍‌ କପନ୍‌, ମନଦୀପ୍‌ ପୁନିଆ, ପାଉଜେଲ୍‌ ଚାଓବା ପ୍ରମୁଖ ଦେଶଦ୍ରୋହ ଆଇନର ଶିକାର ହୋଇଛନ୍ତି। ସାମାଜିକ କର୍ମୀ ବରାବରା ରାଓ, ସୁଧା ଭରଦ୍ୱାଜ, ଅରୁଣ ଫେଲେଇରା, ଭେରେନନ୍‌ ଗନ୍‌ସାଲଭେସ୍‌, ଗୌତମ ନଭଲେଖା ପ୍ରମୁଖ ବ୍ୟକ୍ତିଗଣ ୪ ବର୍ଷ ହେଲା ଜେଲ ହାଜତରେ ଶଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ଷ୍ଟାନ୍‌ ସ୍ବାମୀଙ୍କର ଇତିମଧ୍ୟରେ ଦେହାନ୍ତ ହୋଇଯାଇଛି। ସେମାନେ କୁଆଡ଼େ ସହରୀ ନକ୍ସଲ ।
୧୨୪-କ (ଦେଶଦ୍ରୋହ ଆଇନ) ବଳରେ ଗତ ୫ ବର୍ଷରେ ୫୦୦ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ୧୫୩-କ (ଧାର୍ମିକ ବିଦ୍ୱେଷ ସୃଷ୍ଟି) ଆଇନରେ କେବଳ ୨୦୨୦ ରେ ୩ ହଜାର ୨୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ୟୁଏପିଏ (ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ) ବଳରେ ଗତ ୭ ବର୍ଷରେ ୧୦ ହଜାର ୫୫୨ ଜଣଙ୍କୁ ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସମସ୍ତ ଗିରଫ ବ୍ୟକ୍ତି ସାମ୍ବାଦିକ, ସାମାଜିକ କର୍ମୀ, ବିରୋଧୀ ଦଳର ନେତା ଅଥବା ସଂଖ୍ୟାଲଘୁ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ। ଗତ ଏପ୍ରିଲ ୧୦ାଟ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ଶୋଭାଯାତ୍ରାକୁ କେନ୍ଦ୍ର କରି ଦଙ୍ଗା ସୃଷ୍ଟି ହେଲା। ଦଙ୍ଗାଗ୍ରସ୍ତ ଅଞ୍ଚଳରେ ସରକାର ବୁଲ୍‌ଡୋଜର ଚଳାଇ ସଂଖ୍ୟାଲଘୁଙ୍କ ଘର ଭାଙ୍ଗିଦେଲେ। ମାମଲା ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯିବାରୁ ସରକାର ସେଥିରୁ କ୍ଷାନ୍ତ ହେଲେ। ..
ୟୁନିଫର୍ମ ସହିତ ହିଜାବ ପରିଧାନ କରି ସ୍କୁଲ-କଲେଜକୁ ସଂଖ୍ୟାଲଘୁ ଛାତ୍ରୀମାନେ ଯିବା ନୂଆ କଥା ନୁହେଁ। କିନ୍ତୁ ହଠାତ୍‌ ଗତ ଜାନୁୟାରୀ ମାସରେ ହିଜାବକୁ କେନ୍ଦ୍ର କରି ବିବାଦ ଯେପରି ତୀବ୍ର ରୂପ ଧାରଣ କଲା, ତାହା ପୂରା ଅପ୍ରତ୍ୟାଶିତ ଥିଲା। ଗଲା କିଛି ବର୍ଷ ହେଲା ଭିଡ଼ ହିଂସାରେ କାହିଁରେ କେତେ ପ୍ରାଣ ହରାଇଲେଣି। ବାରାଣସୀର ଜ୍ଞାନବାପୀ ମସ୍‌ଜିଦ୍‌, ଦିଲ୍ଲୀର କୁତବମିନାର ଓ ଜାମା ମସ୍‌ଜିଦ୍‌, ଆଗ୍ରାର ତାଜମହଲ, ମଥୁରାର ସାହି ଇଦ୍‌ଘା ଆଦି ୬ଟି ଧର୍ମପୀଠ ବର୍ତ୍ତମାନ ବିବାଦରେ। ଭବିଷ୍ୟତରେ ଆହୁରି କେତେ ଯେ ପୀଠ ବିବାଦ ଭିତରକୁ ନ ଆସିବ, ତାହା ଏବେ କହି ହେବ ନାହିଁ। ମାତ୍ର ଉପାସନା ସ୍ଥଳ ଆଇନ-୧୯୯୧ କହେ, ୧୯୪୭ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଦେଶରେ ଥିବା ଧର୍ମପୀଠଗୁଡ଼ିକର ସ୍ଥିତାବସ୍ଥା ପୂର୍ବବତ୍‌ ବଜାୟ ରହିବ। କିନ୍ତୁ ଦିନକୁ ଦିନ ଧର୍ମପୀଠକୁ ନେଇ ମୁଣ୍ଡ ଟେକୁଥିବା ନୂଆ ନୂଆ ବିବାଦ ଏହି ଆଇନକୁ ଉଲ୍ଲଂଘନ କରିବାକୁ ଯାଉଛି। ଦେଶରେ ଅନେକ ସମସ୍ୟା। ୩୩ କୋଟି ଲୋକ ଅନାହାର-ଅର୍ଦ୍ଧାହାରରେ ଦିନ କାଟୁଛନ୍ତି। ବେରୋଜଗାରୀ ଉଗ୍ର ରୂପ ଧାରଣ କରିଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ସଂଖ୍ୟାଧିକ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ତଳକୁ ଠେଲି ଦେଇଛି। ସୀମାପାର ସନ୍ତ୍ରାସବାଦ ସାଙ୍ଗକୁ ବାହ୍ୟ ଶତ୍ରୁଙ୍କ ଘନ ଘନ ସୀମା ଲଙ୍ଘନ ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଉଛି। ଏସବୁ ଦିଗ ପ୍ରତି ଧ୍ୟାନ ନ ଦେଇ ଜ୍ଞାନବାପୀ, କୁତବମିନାର, ତାଜମହଲ, ହିଜାବ ଉପରେ ଗୁରୁତ୍ୱ ଦେବା ଦେଶପ୍ରତି ଶୁଭଙ୍କର ହେବ ନାହିଁ।

  • ରବିନାରାୟଣ ସାମଲ
    ମୋ:୭୯୭୫୦୪୬୪୮୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri