Posted inଜାତୀୟ

ପ୍ରଦୂଷଣ ବର୍ଷକରେ ନେଇଛି ୯୦ ଲକ୍ଷ ଜୀବନ

ନୂଆଦିଲ୍ଲୀ, ୧୯ା୫: ସାରା ବିଶ୍ୱରେ ପ୍ରଦୂଷଣ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇ ଉଭାହୋଇଛି। କେବଳ ୨୦୧୯ରେ ପ୍ରଦୂଷଣ ଯୋଗୁ ୯୦ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି। ସେଥିମଧ୍ୟରୁ କେବଳ ବାୟୁ ପ୍ରଦୂଷଣ ୬୬.୭ ଲକ୍ଷଙ୍କ ଜୀବନ ନେଇଛି ବୋଲି ଲାନ୍‌ସେନ୍‌ ପ୍ଲାନେଟାରି ହେଲ୍‌ଥ ଦ୍ୱାରା ବୁଧବାର ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଭାରତର ସ୍ଥିତି ବେଶ୍‌ ଗମ୍ଭୀର ରହିଛି। ଭାରତରେ ପ୍ରଦୂଷଣଜନିତ ମୃତ୍ୟୁ ସର୍ବାଧିକ ରହିଛି। ୨୦୧୯ରେ ଦେଶରେ ୨୪ ଲକ୍ଷ ଲୋକ ପ୍ରଦୂଷଣ ଯୋଗୁ ମୃତ୍ୟୁମୁଖରେ ପଡ଼ିଥିବା ରିପୋର୍ଟରେ ଦର୍ଶାଯାଇଛି।

ଅନୁସାରେ, ୨୦୧୯ରେ ଭାରତରେ କେବଳ ବାୟୁ ପ୍ରଦୂଷଣ ଯୋଗୁ ୧୬.୭ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ଜଳ ପ୍ରଦୂଷଣ ଯୋଗୁ ୫ ଲକ୍ଷଙ୍କ ମୃତ୍ୟୁ ହୋଇଥିବାବେଳେ କାର୍ଯ୍ୟସ୍ଥଳୀରେ ପ୍ରଦୂଷଣ ୧ ଲକ୍ଷ ଏବଂ ସୀସା ସଂସ୍ପର୍ଶରେ ଆସି ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଛି। ଏହା ତଳକୁ ଚାଇନା ରହିଛି। ଚାଇନାରେ ପ୍ରଦୂଷଣ ଯୋଗୁ ୨୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ବିଶ୍ୱବ୍ୟାପୀ ୧୩ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ଜଳ ପ୍ରଦୂଷଣ ହୋଇଥିବାବେଳେ ଲିଡ୍‌ ଏକ୍ସପୋଜର (ସୀସା ସଂସ୍ପର୍ଶରେ ଆସିବା) ଏହି ମୃତ୍ୟୁ ମଧ୍ୟରୁ ଅନ୍ୟତମ ପ୍ରମୁଖ କାରଣ ପାଲଟିଛି। ଏଥିଯୋଗୁ ମୋଟ ୯ ଲକ୍ଷ ଲୋକଙ୍କ ଅକାଳରେ ଜୀବନ ଯାଇଛି।

ବିଷାକ୍ତ ସାମଗ୍ରୀ ଉତ୍ପାଦନ ଭଳି କ୍ଷେତ୍ରରେ କାର୍ଯ୍ୟ କରୁଥିବା ୮ ଲକ୍ଷ ୭୦ ହଜାର ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ତର୍ଜାତୀୟ ବିକାଶ ଏଜେଣ୍ଡାରେ ପ୍ରଦୂଷଣ ନିୟନ୍ତ୍ରଣ ସ୍ଥାନିତ ହୋଇଥିଲେ ହେଁ ଏଥିଜନିତ ସ୍ବାସ୍ଥ୍ୟ ସମସ୍ୟା ବଢ଼ିବାରେ ଲାଗିଛି ଏବଂ ବିଶେଷ କରି ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଏହା ଏକ ବଡ଼ ଆହ୍ବାନ ପାଲଟିଛି। ଏଥିଯୋଗୁ ଦେଶଗୁଡ଼ିକର ଅର୍ଥନୀତି ପ୍ରଭାବିତ ହେଉଛି ବୋଲି ହେଲ୍‌ଥ ଆଣ୍ଡ୍‌ ପଲ୍ୟୁସନ ଉପରେ ଜେନେଭା ଗ୍ଲୋବାଲ ଆଲାଏନ୍ସର ରିଚାର୍ଡ ଫୁଲେର କହିଛନ୍ତି। ବିଶେଷକରି ଦକ୍ଷିଣ-ପୂର୍ବ ଏସିଆରେ ଶିଳ୍ପଜନିତ ପ୍ରଦୂଷଣ ସ୍ତର ବଢ଼ିଥିବା ରିପୋର୍ଟରେ କୁହାଯାଇଛି।

ପ୍ରଦୂଷଣ ଯୋଗୁ ଅତ୍ୟଧିକ ମୃତ୍ୟୁ ବିଶ୍ୱ ଅର୍ଥନୀତିକୁ ବ୍ୟାପକ ପ୍ରଭାବିତ କରିଛି। ୨୦୧୯ରେ ଏହି କାରଣରୁ ୪.୬ ଟ୍ରିଲିୟନ ଡଲାର ଆର୍ଥିକ କ୍ଷତି ହୋଇଛି, ଯାହା କି ମୋଟ ବିଶ୍ୱ ଅର୍ଥନୀତିର ୬.୨ ପ୍ରତିଶତ। ଜଳବାୟୁ ପରିବର୍ତ୍ତନ ଉପରେ ସ୍ବାଧୀନ ଆନ୍ତଃ ସରକାରୀ ପ୍ୟାନେଲ୍‌ (ଆଇପିପିସି) ଭଳି ପ୍ରଦୂଷଣ ଉପରେ ଏକ ପଲିସି ପ୍ୟାନେଲ ଗଠନ କରିବା ନିମନ୍ତେ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri