Posted inଜାତୀୟ

ଧର୍ମ ନାଁରେ ଚାଲିଛି ରାଜନୀତି, ମହଙ୍ଗାମାଡ, ବେକାରୀ ସମସ୍ୟାକୁ ନେଇ ହେଉନି କୌଣସି ଆଲୋଚନା

ମୁମ୍ବାଇ,୧ ।୫: କିଛିଦିନ ହେବ ସାରା ଦେଶରେ ସାଂପ୍ରଦାୟିକ ହିଂସା ଓ ଏହା ଉପରେ ଆଲୋଚନା ବଢିବାରେ ଲାଗିଛି । ଉତ୍ସବ ସମୟରେ ପଥରମାଡ ହେଉ ଅବା ଲାଉଡସ୍ପିକର ବିବାଦ ପୁଣି ହନୁମାନ ଚାଳିଶାକୁ ନେଇ ବିବାଦ । ଏମିତି ସବୁ ବିଷୟକୁ ନେଇ ରାଜନୀତିର ପାଣିପାଗ ବେଳକୁ ବେଳ ଉଷ୍ମ ହେବାରେ ଲାଗିଛି । ଏବେ ଏହାକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଆବଶ୍ୟକ ବିଷୟକୁ ବାଦ ଦେଇ ଦେଶରେ ଜାତି ଓ ଧର୍ମ ଭଳି ବିଷୟକୁ ନେଇ ଆଲୋଚନା ସମାଲୋଚନା ଚାଲିଛି, ଯାହା ଦେଶକୁ ପଛକୁ ଟାଣୁଛି ।
ବରିଷ୍ଠ ନେତା ପାୱାର କହିଛନ୍ତି, କିଛିଦିନ ହେବ ଦେଶରେ ଜାତି ଓ ଧର୍ମକୁ ନେଇ ଟଣା ଭିଡା ଚାଲିଛି । ହେଲେ ମୁଖ୍ୟ ବିଷୟକୁ ଯେମିତି ସମସ୍ତେ ଭୁଲି ଯାଇଛନ୍ତି । ଦେଶରେ ଦରଦାମ ବୃଦ୍ଧି, ବେକାରୀ ଭଳି ସମସାକୁ ନେଇ କଥା ହେବା ବା ଆଲୋଚନା ହେବା ଜରୁରୀ, ହେଲେ କେହି ଏପଟକୁ ଧ୍ୟାନ ଦେଉନାହାନ୍ତି । ଏହା ପୂର୍ବରୁ ମଧ୍ୟ ପାୱାର କହିଥିଲେ ରାଜଧାନୀ ଦିଲ୍ଲୀ ଭଳି ମହାରାଷ୍ଟ୍ରରେ ବି ସାଂପ୍ରଦାୟିକ ହିଂସା ବଢାଇବାକୁ ଚେଷ୍ଟା କରାଯାଉଛି । ଲଗାତାର ଭାବେ ଲୋକ ଓ ସମାଜକୁ ଉସକାଇବା ଭଳି କାମ କରାଯାଉଛି । ପରିସ୍ଥିତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି । ହେଲେ ହିନ୍ଦୁ-ମୁସଲିମ ସମାଜରେ ଭାଇଚାର ବଜାୟ ରଖିବା ଦରକାର ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri